ଶେଷରେ ଗିରଫ ହେଲେ ଏକାଧିକ ଅବକାରୀ ମାମଲା ରହିଥିବା ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି,୨୫।୨(ସ୍ବ.ପ୍ର.): କଟକ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଦଳ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିନସ୍ଥ ନତକାଇ ପଞ୍ଚାୟତ ଏକରୁଖୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏକରୁଖୀ ଗ୍ରାମର ସାରେଇ ନିକଟରେ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ଚୋରା ଗଞ୍ଜେଇ ବେପାର ଚଳାଇ ଆସୁଥିଲେ। ସେ ଜିଲାର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିଲେ। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଅବକାରୀ ବିଭାଗ ଚଢ଼ାଉ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲା ଅବକାରୀ ଡିଏସ୍‌ପି ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଅନିତା ପ୍ରଧାନ,ପ୍ରବୀର କୁମାର ସାମଲ,ରାଜଶେଖର ଜେନା ଓ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିକାରୀ ସଞ୍ଜିତ କୁମାର ବାଲାକୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଅବକାରୀ ବିଭାଗ ଏନେଇ ଏକ ମାଷ୍ଟର ପ୍ଲାନ ଗଠନ କରିଥିଲା। ଗୁରୁବାର ଅବକାରୀ ବିଭାଗର ଟିମ୍‌ ସକାଳୁ ଏକାରୁଖୀ ଗ୍ରାମର ଶରତ ଲେଙ୍କା(୫୦)ଙ୍କ ଘର ଉପରେ ଚଢ଼ାଉ କରିଥିଲା। ତାଙ୍କ ଘରୁ ୨୪କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ୩୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶରତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ଅନିତା ପ୍ରଧାନ ପ୍ରକାଶ କରିଛନ୍ତ। ସୂଚନାଥାଉ କି, ଶରତଙ୍କ ନାମରେ ଏକାଧିକ ଅବକାରୀ ମାମଲା ରହିଥିବା ଅବକାରୀ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…

ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!

ମସ୍କୋ,୫।୧୦: ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ସଂକ୍ରମଣକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଏକ ସ୍ଥାନୀୟ ପରୀକ୍ଷାଗାରରେ ଘଟିଥିବା ଦୁର୍ଘଟଣା ପରେ, ଏକ ସନ୍ଦିଗ୍ଧ ବିପଜ୍ଜନକ ସଂକ୍ରମଣକୁ…

ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି

ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…

ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଦୁବାଇ,୫ା୧୦: ଦୁବାଇରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର ସହପାଇଲଟ୍‌ ହମାମ ଅଲ୍‌-ହମାମି ଏହାକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣାଗ୍ରସ୍ତ…

ୟୁକ୍ରେନ୍‌ରେ ଭାରତୀୟ ଔଷଧ ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜଣେ ମୃତ

ନୂଆଦିଲ୍ଲୀ,୫ା୧୦: ୟୁକ୍ରେନ୍‌ରେ ଥିବା ଭାରତର କୁସୁମ ଗ୍ରୁପ୍‌ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?