ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ଦିଲ୍ଲୀ ଚାଣକ୍ୟପୁରୀ ଥାନାରେ ୨୨ ବର୍ଷୀୟା ଜଣେ ଯୁବତୀ ତାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ମଡେଲିଂ କରନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି। ଯୁବତୀ ଜଣକ ଏଫ୍‌ଆଇଆରରେ ଦର୍ଶାଇଛନ୍ତି, ସେ ମୁମ୍ବାଇରୁ ଦିଲ୍ଲୀ ଆସିଥଲେ। ଏଠାକୁ ଆସିବା ପରେ ତାଙ୍କୁ ଜଣେ ପୁରୁଷ ବନ୍ଧୁ ମାର୍କେଟକୁ ଡାକିଥିଲେ। ସେଠାରୁ ଏକ ପଞ୍ଚତାରକା ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କ ସହିତ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ପରେ ଯୁବତୀ ଜଣକ ପୋଲିସରେ ଜଣାଇଥିଲେ। ସୂଚନା ଅନୁଯାୟୀ ସାଉଥ୍‌ ମୁମ୍ବାଇର ଯୁବକ ଜଣକ ତାଙ୍କ ପିତା ଏବଂ ଅନ୍ୟ ସମ୍ପର୍କୀୟଙ୍କ ସହ ଦିଲ୍ଲୀ ଆସିଥିଲେ। ସେଠାରେ ସମସ୍ତେ ଏକାଠି ରହିଥିଲେ। ପରେ ହୋଟେଲରେ ଏକ ରୁମ୍‌ ବୁକ୍‌ କରି ଯୁବକ ଜଣକ ଯୁବତୀଙ୍କୁ ନେଇଯାଇଥିଲେ।

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ କହିଛନ୍ତି ଅଭିଯୁକ୍ତ ତାଙ୍କୁ ଜାନୁୟାରୀ ୩୦ରେ ମେସେଜ କରିଥିଲେ। ସେ କହିଥିଲେ, ଦିଲ୍ଲୀରେ ଏକ ବିବାହ ଉତ୍ସବକୁ ଆସିବେ। ପରେ ତାଙ୍କୁ ଭେଟିବେ। ଏହାପରେ ୨୦ ଫେବୃୟାରୀ ସକାଳେ ମେସେଜ କର ତାଙ୍କୁ ଭେଟିବାକୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଡାକିଥିଲେ। କିନ୍ତୁ ଯୁବତୀ ଜଣଙ୍କ ମନା କରିଥିଲେ। ପରେ ଦୁଇଜଣ ଖାନ୍‌ ବଜାରରେ ଭେଟିଥିଲେ। ଦୁହେଁ ଏକାଠି ଖାଇଥିଲେ। ପରେ ଅଭିଯୁକ୍ତ ଯୁବତୀଙ୍କୁ ହୋଟେଲକୁ ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପୋଲିସ କହିଛି, ଯୁବତୀଙ୍କ ଏଫ୍‌ଆଇଆର୍‌ ଗ୍ରହଣ କରାଯାଇଛି। ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ଓଙ୍କ ଘରେ ଚଢ଼ାଉ: ମିଳିଲା ବିଡ଼ାବିଡ଼ା ଟଙ୍କା, ଅଳଙ୍କାର

ଭୋପାଳ, ୧୬।୯: ମଧ୍ୟପ୍ରଦେଶରେ ଜଣେ ମୁଖ୍ୟ ନଗରପାଳିକା ଅଧିକାରୀ(ସିଏମ୍‌ଓ) ଘରେ ଚଢ଼ାଉ ସମୟରେ ବିଡ଼ାବିଡ଼ା ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି। ପ୍ରାୟ ୩ କୋଟି...

ବଢୁଛି ପ୍ରଦୂଷଣ କମୁଛି ତାପମାତ୍ରା: ରାଜଧାନୀରେ ବେକାକୁ ହେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ନୂଆ...

ରାଜ୍ୟ ସଭାରେ ହଙ୍ଗାମା କଲେ ଭୋଟିଂ ଅଧିକାରରୁ ବଞ୍ଚିତ ହେବେ ସଦସ୍ୟ !

ନୂଆଦିଲ୍ଲୀ,୨୦।୨: ଏଣିକି ରାଜ୍ୟ ସଭାରେ ହଙ୍ଗାମା କଲେ ସଦସ୍ୟଙ୍କ ବିରୋଧ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଭୋଟିଂ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା...

ମାତ୍ର ୨ ଟଙ୍କା ଦାଖଲ କରି ଭିଭିପାଟ୍‌କୁ କରିହେବ ଚ୍ୟାଲେଞ୍ଜ୍‌: ଅଭିଯୋଗ ଭୁଲ୍‌ ସାବ୍ୟସ୍ତ ହେଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୮।୪: ଭୋଟ ଗ୍ରହଣରେ ଇଭିଏମ୍‌ ଏବଂ ଭିଭିପାଟ୍‌ର କାର୍ଯ୍ୟକାରୀତା ନେଇ ଅଧିକାଂଶ ସମୟରେ କେତେକ ଅଭିଯୋଗ ଆଣିଥାନ୍ତି। ତେବେ ଏସବୁ ଭୋଟିଂ ମେସିନ୍‌ର କାର୍ଯ୍ୟକାରୀତା ସମ୍ପର୍କରେ...

ଭାରରେ ବୁହା ହୋଇ ହସ୍ପିଟାଲ ଯାଉଥିଲେ ରୋଗୀ, ଅଧା ରାସ୍ତାରେ ଗଲା ଜୀବନ

ଶିମଲା,୨୧।୮: ସ୍ବାଧୀନତାର ଏତେ ବର୍ଷ ପରେ ବି ଏଭଳି ଅଞ୍ଚଳ ଓ ଗାଁ ରହିଛି ଯେଉଁଠି ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି...

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ...

ଚୋରି କରିବାକୁ ଯାଇଥିଲେ, ମଦ ପିଇ ଫେରିଆସିଲେ

କୋଚି,୨୦ା୨(ଆଇଏଏନ୍‌ଏସ୍‌): ଏକ ଘରକୁ ଚୋରି କରିବା ପାଇଁ ଜଣେ ଚୋର ଯାଇଥିଲେ। ଘରେ ଆର୍ମି କ୍ୟାପ୍‌ ଦେଖି ତାହା ଜଣେ ପୂର୍ବତନ ସୈନିକଙ୍କ ଘର ବୋଲି...

ଏମ୍‌ପିଙ୍କ ଘରେ ହାଇଭୋଲଟେଜ୍‌ ଡ୍ରାମା: ହାତ କାଟିଲେ ବୋହୂ

ଲକ୍ଷ୍ନୌ,୧୫।୩: ଭାଜପା ଏମ୍‌ପି କୌଶଳ କୁମାରଙ୍କ ପରିବାରରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଛି। ଏବେ ତାଙ୍କ ବୋହୂ ଶାଶୁ ଘର ଆଗରେ ନିଜ ହାତ କାଟିଛନ୍ତି। ଆତ୍ମହତ୍ୟା...

Advertisement

BGU

Archives

Model This Week

Why Dharitri