କରୋନା ଭାଇରସ୍‌

ଘରୋଇ ବଜାରରେ କରୋନା ଭ୍ୟାକ୍ସିନର ମୂଲ୍ୟ ରହିବ ଏକ ହଜାର ଟଙ୍କା: ପୁନାୱାଲା

ପୁଣେ,୧୨ ।୧: ସାରା ଦେଶର ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ଉପଲବ୍ଧ ହୋଇଛି କରୋନା ଭ୍ୟାକ୍ସିନ । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ୩ କୋଟି ଲୋକଙ୍କୁ ଏହା…

ପ୍ରଥମେ ବିଧାୟକ, ଏମ୍‌ପିଙ୍କୁ ଟିକା ଲଗାଇବା ପ୍ରସ୍ତାବରେ ରାଜି ନୁହେଁ : ମୋଦି

ନୂଆଦିଲ୍ଲୀ,୧୨ ।୧: ସାରା ଦେଶରେ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ ଅଭିଯାନ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ଭାଗରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍ ୱାରିୟର୍ସଙ୍କୁ ଟିକା ଦିଆଯିବ । ଏମିତି…

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକାକରଣ ସତ୍ତ୍ୱେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାଲାଗି ସମୟ ଲାଗିବ। ହର୍ଡ ଇମ୍ୟୁନିଟି…

ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ୍‌ ଖେଳିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ଏଠାରେ ଜାନୁୟାରୀ ୧୨ରୁ…

ପର୍ତ୍ତୁଗାଲ ରାଷ୍ଟ୍ରପତି କରୋନା ପଜିଟିଭ୍‌

ଲିସବନ୍‌,୧୨।୧: ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍କେଲୋ ରେବେଲୋ ଡେ ସୌସାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବା ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ତାଙ୍କର କେତେକ ପରୀକ୍ଷା କରାଯାଇଥିଲା।…

ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକାଦାନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ…

ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି । ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ କ୍ରୟ କରିବାର ଅର୍ଡର ସୋମବାର ସୁଦ୍ଧା ମିଳିଯିବ ବୋଲି…

କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍‌ଓ

ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ପୁଣିଥରେ ଚାଇନା ଯିବେ ବୋଲି ଜଣାପଡିଛି । ସୋମବାର ଚାଇନା ପକ୍ଷରୁ ଏହି ସୂଚନା…

ଆଜି ରାଜ୍ୟରୁ ୨୪୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୨ ଜଣ ଚିହ୍ନଟ…

ମହାରାଷ୍ଟ୍ରରେ ସର୍ବାଧିକ କରୋନା ବର୍ଜ୍ୟ

ନୂଆଦିଲ୍ଲୀ,୧୧।୧: ଦେଶର ଗତ ୭ ମାସ ମଧ୍ୟରେ ୩୨ ହଜାର ୯୯୪ ଟନ୍‌ କରୋନା ବର୍ଜ୍ୟ ଜମା ହୋଇଛି। ସେଥିମଧ୍ୟରେ ପିପିଇ କିଟ୍‌, ମାସ୍କ୍‌, ଜୋତା କଭର, ଗ୍ଲୋଭସ୍‌, ପରୀକ୍ଷା କରାଯାଇଥିବା ରକ୍ତ ଏବଂ ଶରୀରର ଅନ୍ୟ ବର୍ଜ୍ୟ ପଦାର୍ଥ ରହିଛି।…

ଭାରତକୁ ସହାୟତା ମାଗିଲେ ୧୦ ଦେଶ

ନୂଆଦିଲ୍ଲୀ,୧୧।୧: କରୋନା ମହାମାରୀ ଲଢ଼େଇରେ ପୃଥିବୀରେ ଭାରତ ଆଗୁଆ ରହିଛି। ସାର୍ବଜନୀକ ଭାବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଦେବାଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପରିସ୍ଥଳେ ଭାରତକୁ ୧୦ ଟି ଦେଶ ସହାୟତା ମାଗିଛନ୍ତି। ବ୍ରାଜିଲ୍‌, ମରକ୍କୋ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?