ମହାରାଷ୍ଟ୍ରରେ ସର୍ବାଧିକ କରୋନା ବର୍ଜ୍ୟ

ନୂଆଦିଲ୍ଲୀ,୧୧।୧: ଦେଶର ଗତ ୭ ମାସ ମଧ୍ୟରେ ୩୨ ହଜାର ୯୯୪ ଟନ୍‌ କରୋନା ବର୍ଜ୍ୟ ଜମା ହୋଇଛି। ସେଥିମଧ୍ୟରେ ପିପିଇ କିଟ୍‌, ମାସ୍କ୍‌, ଜୋତା କଭର, ଗ୍ଲୋଭସ୍‌, ପରୀକ୍ଷା କରାଯାଇଥିବା ରକ୍ତ ଏବଂ ଶରୀରର ଅନ୍ୟ ବର୍ଜ୍ୟ ପଦାର୍ଥ ରହିଛି। ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ଗତ ୭ ମାସ ମଧ୍ୟରେ ସର୍ବାଧିକ ୩,୫୮୭ ଟନ୍‌ ବର୍ଜ୍ୟ ପଦାର୍ଥ ଜମା ହୋଇଛି। ୨୦୨୦ ଅକ୍ଟୋବରରେ ଦେଶରେ ଅଧିକ ବର୍ଜ୍ୟ ପଦାର୍ଥ ଜମା ହୋଇଛି। ଏହି ମାସରେ ୫,୫୦୦ ଟନ୍‌ ବର୍ଜ୍ୟ ପଦାର୍ଥ ସଂଗ୍ରହ କରାଯାଇଛି। ଜୁନ୍‌ ପରେ ମହାରାଷ୍ଟ୍ରରୁ ୫,୩୬୭ ଟନ୍‌, କେରଳରେ ୩,୩୦୦ ଟନ୍‌, ଗୁଜରାଟରେ ୩,୦୮୬ ଟନ୍‌, ତାମିଲନାଡୁରେ ୨,୮୦୬ ଟନ୍‌, ଉତ୍ତରପ୍ରଦେଶରେ ୨,୫୦୨ ଟନ୍‌, ଦିଲ୍ଲୀରେ ୨,୪୭୧ ଟନ୍‌, ପଶ୍ଚିମବଙ୍ଗରେ ୨,୦୯୫ ଟନ୍‌, କର୍ନାଟକରେ ୨,୦୨୬ ଟନ୍‌ ବର୍ଜ୍ୟ ପଦାର୍ଥ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟର ପ୍ରଦୂଷଣ ବୋର୍ଡରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶର ୧୯୮ଟି କମନ୍‌ ବାୟୋ-ମେଡ଼ିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ୍‌ ଆଣ୍ଡ୍‌ ଡିସ୍ପୋଜାଲ୍‌ ଫାସିଲିଟି( ସିବିଡବ୍ଲ୍ୟୁଟିଏଫ୍‌) କେନ୍ଦ୍ରରେ ଏସବୁ ବର୍ଜ୍ୟକୁ ଏକତ୍ରୀକରଣ କରାଯାଇ ରି-ସାଇକ୍ଲିଂ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋରରେ ଅନର୍‌କିଲିଂ:ଭଉଣୀଙ୍କୁ ଗୁଳିକଲେ ସାନଭାଇ

ଇନ୍ଦୋର,୨୩ା୬(ପି.ଟି.): ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ଏକ ଅନରକିଲିଂ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ଜାତିରେ ବିବାହ କରିଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାନଭାଇ...

୨୧ ବର୍ଷରେ ବିଚାରପତି

ଜୟପୁର,୨୨-୧୧:ରାଜସ୍ଥାନ ରାଜଧାନୀ ଜୟପୁରର ମାନସରୋବର ବାସିନ୍ଦା ୨୧ ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସର୍ବକନିଷ୍ଠ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମ...

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି।...

ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୦।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି। ଏନେଇ ସୋମବାର ଯୋଗୀ ସରକାରଙ୍କୁ...

ସଲମାନଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ଆସିଯାଇଛି। ଖୁବ୍‌ଶୀଘ୍ର ମୁମ୍ବାଇ ପୋଲିସ...

ସିଦ୍ଦିକି କାପ୍ପାନଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୯: ଉତ୍ତରପ୍ରଦେଶରେ ପ୍ରାୟ ୨ ବର୍ଷ ହେଲା ଜେଲ୍‌ରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କାପ୍ପାନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା...

ଏହି ଦୁଇ ମହିଳା ପୋଲିସଙ୍କୁ ଦେଶ କରୁଛି ସଲାମ

ଗୁଆହାଟୀ,୧୨।୧୧: ଏବେ ଆସାମର ଦୁଇଜଣ ମହିଳା ପୋଲିସ କନ୍‌ଷ୍ଟେବଳଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଫଟୋରେ ଦୁଇ ମହିଳା ହାତରେ କୁନି ଶିଶୁଙ୍କୁ...

ସିଏମ୍‌ଓଙ୍କ ଘରେ ଚଢ଼ାଉ: ମିଳିଲା ବିଡ଼ାବିଡ଼ା ଟଙ୍କା, ଅଳଙ୍କାର

ଭୋପାଳ, ୧୬।୯: ମଧ୍ୟପ୍ରଦେଶରେ ଜଣେ ମୁଖ୍ୟ ନଗରପାଳିକା ଅଧିକାରୀ(ସିଏମ୍‌ଓ) ଘରେ ଚଢ଼ାଉ ସମୟରେ ବିଡ଼ାବିଡ଼ା ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି। ପ୍ରାୟ ୩ କୋଟି...

Advertisement
Archives

Model This Week