ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକାଦାନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ଘୋଷଣା କରିଛନ୍ତି। ଭାରତରେ ବିଶ୍ୱର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିଲାବେଳେ ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ମାତ୍ର ୨.୫ କୋଟି ଏହି ଟିକା ନେଇଛନ୍ତି। ଅନ୍ୟ ଦେଶଗୁଡ଼ିକର ଟିକାଠାରୁ ଭାରତରେ ପ୍ରସ୍ତୁତ ଓ ବ୍ୟବହାରିକ ଅନୁମୋଦନ ପାଇଥିବା ଦୁଇଟି ଟିକା ଯଥେଷ୍ଟ ଶସ୍ତା। ଦେଶରେ କରୋନା ସ୍ଥିତି ଓ ଟିକାକରଣ ଆରମ୍ଭ ସମ୍ପର୍କରେ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଥିଲେ।
ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପାଇଥିବାବେଳେ ଅନ୍ୟ ୪ଟି ଟିକା ପରୀକ୍ଷା ପର୍ଯ୍ୟାୟରେ ରହିଛି। ଟିକାକରଣ ସହ କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚତ୍ବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କୁ ପ୍ରଭାବୀ ଟିକା ପ୍ରଦାନ ନେଇ ବୈଜ୍ଞାନିକମାନେ ସମସ୍ତ ସାବଧାନତା ଅବଲମ୍ବନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ପାଇଁ ଗର୍ବର ବିଷୟ ହେଲା, ଦୁଇଟିଯାକ କୋଭିଡ୍‌ ଟିକା ଭାରତରେ ପ୍ରସ୍ତୁତ ହୋଇଛି। ବିଦେଶୀ ଟିକା ଉପରେ ନିର୍ଭର କରିବାକୁ ହୋଇଥିଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ପ୍ରଥମ ପର୍ଯ୍ୟାୟ ଟିକା କେବଳ ସ୍ବାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଅନ୍ୟ କୌଣସି ବ୍ୟକ୍ତି ଏହାକୁ ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ ନୁହେଁ, ଏପରିକି ଜନ ପ୍ରତିନିଧିମାନେ ମଧ୍ୟ ଏଥିରେ ସାମିଲ ନ ହେବାକୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ପ୍ରସ୍ତାବ ଦେଇଛନ୍ତି।

ଟିକା ପଠାଇଲା ସିରମ୍‌

ସିରମ୍‌ ଇନ୍‌ଷ୍ଟିଚ୍ୟୁଟରୁ ୧୧ ନିୟୁତ କୋଭିଶିଲ୍ଡ ଟିକା କିଣିବା ଲାଗି କେନ୍ଦ୍ର ସରକାର ସୋମବାର ଅର୍ଡର କରିବା ପରେ ଉକ୍ତ ସଂସ୍ଥା ଟିକା ପଠାଇବା ଆରମ୍ଭ କରିଛି। ପୁଣେସ୍ଥିତ ଉକ୍ତ କମ୍ପାନୀ ସୋମବାର ସନ୍ଧ୍ୟାରେ କେତେକ ରେଫ୍ରିଜରେଟର ଟ୍ରକ୍‌ରେ ଟିକା ପଠାଇଛି। ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯିବା ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ଟିକା ଦାମ୍‌ ୨୦୦ ଟଙ୍କା ରହିଥିବାବେଳେ ଜିଏସ୍‌ଟି ସହ ଦାମ୍‌ ୨୧୦ ଟଙ୍କା ରଖାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌କେୟାର ଲିମିଟେଡ୍‌ ନାମକ ରାଷ୍ଟ୍ରାୟତ୍ତ ସଂସ୍ଥା ଏହି ସପ୍ଲାଏ ଅର୍ଡର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ଦୁର୍ଘଟଣା: ନାଳକୁ ଖସିଲା ଯାତ୍ରୀବାହୀ ବସ୍‌; ୨୯ ମୃତ

ଆଗ୍ରା,୮।୭: ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ସୋମବାର ଭୋର୍‌ ୪ଟା ୩୦ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗ୍ରାର ଏତ୍‌ମାଦ୍‌ପୁରସ୍ଥିତ ଝରନା ନାଳରେ ଏକ ଯାତ୍ରୀବାହୀ...

ସୁସ୍ଥ ହେଲେ ୨ କରୋନା ପଜିଟିଭ୍‌

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଜିଲାବାସୀଙ୍କ ପାଇଁ ଖୁସି ଖବର। ୩ ପଜିଟିଭ୍‌ କରୋନା ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ପ୍ରଶାସନ...

ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ...

ନାଲ୍‌କୋ ପକ୍ଷରୁ ୧୦.୨ କୋଟି ପ୍ରଦାନ

ଭୁବନେଶ୍ୱର,୯ା୪: ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ ନାଲ୍‌କୋ ପକ୍ଷରୁ କୋଭିଡ-୧୯ ଲଢେଇ ଲାଗି ୧୦.୨ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପିଏମ୍‌...

କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-କୋଭିଡ-୧୯ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ଶବ ବହୁ ସମୟ ଧରି ପଡି ରହୁଛି।...

କୋଭିଡ୍‌ ଅନାଥଙ୍କ ପାଇଁ ଯୋଜନା କ’ଣ

ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ...

Advertisement


Archives

Model This Week