ଘରୋଇ ବଜାରରେ କରୋନା ଭ୍ୟାକ୍ସିନର ମୂଲ୍ୟ ରହିବ ଏକ ହଜାର ଟଙ୍କା: ପୁନାୱାଲା

ପୁଣେ,୧୨ ।୧: ସାରା ଦେଶର ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ଉପଲବ୍ଧ ହୋଇଛି କରୋନା ଭ୍ୟାକ୍ସିନ । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ୩ କୋଟି ଲୋକଙ୍କୁ ଏହା ମିଳିବ । କରୋନା ଟିକାକୁ ନେଇ ସିରମ ଇନଷ୍ଟିଚୁୃଟ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା କହିଛନ୍ତି ସରକାରଙ୍କ ଅନୁରୋଧ କ୍ରମେ ଆମେ ପ୍ରଥମ ୧୦୦ ମିଲିୟନ ଡୋଜର ଦାମ ରଖିଛୁ ମାତ୍ର ୨୦୦ଟଙ୍କା । କାରଣ ଆମେ ସାଧାରଣ ଜନତା, ଗରିବ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବାକୁ ଚାହୁଁଛୁ । ହେଲେ ଏହାପରେ ଘରୋଇ ବଜାରରେ ଏହା ୧୦୦୦ ଟଙ୍କାରେ ବିକ୍ରି କରାଯିବ ବୋଲି ପୁନାୱାଲା କହିଛନ୍ତି । ସୂଚନାଯୋଗ୍ୟ, ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ  ଟିକାକୁ ମଞ୍ଜୁରୀ ମିିଳିବା ପରେ ଏହା ଆସନ୍ତା ୧୬ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ୱାରିୟର୍ସଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମଙ୍ଗଳବାର ସକାଳୁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରୁ ବିଭିନ୍ନ ରାଜ୍ୟକୁ ଭ୍ୟାକ୍ସିନ ପଠାଯିବା କାମ ଆରମ୍ଭ କରାଯାଇଛି । ପ୍ରଥମେ ଏହାକୁ କୋଲ୍ଡ ଷ୍ଟୋରେଜରେ ରଖାଯିବ । ଏହାପରେ ୧୬ ତାରିଖ ଦିନ ଏହାକୁ ଟିକାକରଣ କେନ୍ଦ୍ରକୁ ପଠାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ଅଭିମୁଖେ ବାତ୍ୟା ‘ମହା’

ଅହମ୍ମଦାବାଦ,୫।୧୧: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମହା’ ଗୁଜୁରାଟ ଅଭିମୁଖେ କ୍ଷୀପ୍ର ଗତିରେ ବଢ଼ୁଛି। ଏହାର ପ୍ରଭାବରେ ରାଜ୍ୟରେ ମଙ୍ଗଳବାରଠାରୁ ମଧ୍ୟମ ଭାବେ ପବନ...

ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍‌ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ...

ଅକାଳୀ ଦଳର ନେତାଙ୍କୁ ଦିବାଲୋକରେ ହତ୍ୟା

ଚଣ୍ଡିଗଡ଼, ୭।୮: ଅକାଳୀ ଦଳର ଯୁବନେତା ଭିକି ମିଦ୍ଦୁଖେରାଙ୍କୁ ପଞ୍ଜାବର ମୋହାଲିଠାରେ ଶନିବାର ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ଗ୍ୟାଙ୍ଗଓ୍ବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା...

ବିପଦ ଆଶଙ୍କା କମାଅ

ନୂଆଦିଲ୍ଲୀ,୨୨ା୬: ବିମାନବନ୍ଦର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳରେ ପଶୁପକ୍ଷୀଙ୍କ ଉପସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇଦିନ...

୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ...

ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍‌ଜିଟ୍‌ ପୋଲ...

ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତି : ମନମୋହନଙ୍କ ୧୬ ବର୍ଷ ତଳର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତିକୁ ଭାଜପା ପକ୍ଷରୁ ପର୍ଦ୍ଦାଫାଶ୍‌ କରାଯାଇଛି। ଏନେଇ ରାଜ୍ୟସଭାର ୧୬ ବର୍ଷ ତଳର ଏକ ଭିଡ଼ିଓକୁ ଭାଜପା...

ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ ସତ ହେଲା

ନୂଆଦିଲ୍ଲୀ,୧୬।୬: କରୋନା ମହାମାରୀ ସହ ଲଢିବାକୁ ପ୍ରାୟ ସବୁ ଦେଶ ଆପ୍ରାଣ ଉଦ୍ୟମ କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ। ମେକ୍‌...

Advertisement
Archives

Model This Week