ବାଣିଜ୍ୟ

ଜମାକାରୀଙ୍କ ସୁରକ୍ଷା ଲାଗି ଆର୍‌ବିଆଇ ଅଧୀନରେ ସମବାୟ ବ୍ୟାଙ୍କ:ସୀତାରାମନ

ନୂଆଦିଲ୍ଲୀ : ସମବାୟ ବ୍ୟାଙ୍କ ଜମାକାରୀଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାକୁ ଧ୍ୟାନରେ ରଖି ସମବାୟ ବ୍ୟାଙ୍କଗୁଡିକର ପରିଚାଳନାକୁ ରିଜର୍ଭ ବ୍ୟାଙ୍କ ପରିସରକୁ ଅଣାଯାଉଥିବା ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ସଂଶୋଧନ ବିଲ୍‌-୨୦୨୦ ବିତର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହା କହିଛନ୍ତି। ସେ…

ଜିଏସ୍‌ଟି କ୍ଷତିପୂରଣକୁ ନେଇ ୮ ଦଳର ପ୍ରତିବାଦ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନିତ କ୍ଷତିପୂରଣ ପ୍ରଦାନକୁ ନେଇ ବର୍ତ୍ତମାନ ଟଣାଓଟରା ଲାଗି ରହିଛି। ଏହି ପ୍ରସଙ୍ଗକୁ ନେଇ ୮ ବିରୋଧୀ ଦଳର ନେତା ଗୁରୁବାର ସଂସଦ ପରିସରରେ ପ୍ରତିବାଦ…

ପୂର୍ବ ତୁଳନାରେ କାର୍‌ ଉପରେ କମିଛି ଜିଏସ୍‌ଟି; ରୟାଲଟି କମାଇ ଖର୍ଚ୍ଚ କମାନ୍ତୁ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କାର୍‌ ଉପରେ ଯେଉଁ ହାରରେ ଟିକସ ଲାଗୁ ଥିଲା ବର୍ତ୍ତମାନ ତାହା ଅପେକ୍ଷାକୃତ କମିଛି। ଅଟୋମୋବାଇଲ କମ୍ପାନୀଗୁଡିକ ବିଦେଶରେ ରହିଥିବା ସେମାନଙ୍କ ମୂଳ କମ୍ପାନୀକୁ ପ୍ରଦାନ କରୁଥିବା ରୟାଲଟି…

ଭିସ୍ତାରା ଦେବ ଅନ୍‌ବୋର୍ଡ ଓ୍ବାଇଫାଇ ସେବା

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ବିମାନ ସେବା ଯୋଗାଣକାରୀ କମ୍ପାନୀ ଭାବେ ଭିସ୍ତାରା ଏହାର ବିମାନ ଯାତ୍ରୀଙ୍କୁ ଅନ୍‌ବୋର୍ଡ ଓ୍ବାଇଫାଇ ସେବା ପ୍ରଦାନ କରିବ। ସେପ୍ଟେମ୍ବର ୧୮ଠାରୁ ବିମାନଯାତ୍ରୀ ଏହି ସେବା ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।…

ଭାରତର ଜିଡିପି ୮.୬% ଖସିବ:ୟୁଏସ୍‌ବି

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ୮.୬% ଖସିବ ବୋଲି ସ୍ବିସ୍‌ ବ୍ରୋକ୍‌ରେଜ ଫାର୍ମ ୟୁଏସ୍‌ବି ସିକ୍ୟୁରିଟି ପକ୍ଷରୁ ଗୁରୁବାର କୁହାଯାଇଛି। ଜିଡିପି ୫.୮% ଖସିବ ବୋଲି ଏହି ଏଜେନ୍ସି ପୂର୍ବରୁ ଆକଳନ କରିଥିଲା। ସେପ୍ଟେମ୍ବର ତ୍ରୈମାସ ପରେ ଚାହିଦାରେ…

ଆର୍ଥତ୍କ ପୁନରୁଦ୍ଧାର ପାଇଁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଯୋଗୁ ସାରା ବିଶ୍ୱ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱବଜାରର ଆର୍ଥତ୍କ ପୁନରୁଦ୍ଧାର ଲାଗି ଅନ୍ତତଃ ପକ୍ଷେ ୫ ବର୍ଷ ସମୟ ଲାଗିପାରେ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ କାର୍ମେନ ରେନ୍‌ହାଟ ଗୁରୁବାର ମତ…

ସାମ୍‌ସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ନୂଆ ସୁରକ୍ଷା ଫିଚର

ନୂଆଦିଲ୍ଳୀ: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଫୋନ୍‌ର ପ୍ରିଭେସି ଓ ସୁରକ୍ଷା ବୃଦ୍ଧି ଲାଗି ଏକ ନୂଆ ଫିଚର ଆଲଟ୍‌ଜେଡ୍‌ ଲାଇଫ ପ୍ରାଇଭେଟ ମୋଡ୍‌ର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ସ୍ମାର୍ଟଫୋନ୍‌ର ପ୍ରିଭେସି ସ୍ତର ବୃଦ୍ଧି ସହ ସୁରକ୍ଷା ମଧ୍ୟ…

ନିବେଶକଙ୍କ ସମ୍ପତ୍ତି ଲକ୍ଷେ କୋଟି କମିଲା

ନୂଆଦିଲ୍ଳୀ: ଗତ ୨ ଦିନ ଧରି କାରବାର ଉନ୍ନତ ରହିବା ପରେ ଗୁରୁବାର ଦେଶର ପୁଞ୍ଜି ବଜାର ଉପରେ ଚାପ ପଡିଥିବା ଜଣାପଡିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଏହି ସମୟରେ ବମ୍ବେ ଷ୍ଟକ…

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍‌

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍‌ ପ୍ରମାଣନ କାର୍ଯ୍ୟକାରୀ ହେବା ସମୟକୁ ବଢ଼ାଇଛନ୍ତି। ୨୦୨୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ଏହା ମଧ୍ୟରେ…

ବିମାନ କମ୍ପାନୀ ରାଜସ୍ବ ୮୫.୭% କମିଛି

ନୂଆଦିଲ୍ଲୀ,୧୭।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୮୫.୭% ହ୍ରାସ ଘଟି ୩,୬୫୧ କୋଟି ରହିଛି। କୋଭିଡ୍‌-୧୯ ଯୋଗୁ ବିମାନ ସେବା ବାତିଲ ରହିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ…

ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ,୧୭।୯: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଦେଶର ଶିଳ୍ପଜଗତକୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଫେରୁଛି। ଅଭିବୃଦ୍ଧି ଧୀରେ…

ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ କରିବ ଟାଟା ପ୍ରୋଜେକ୍ଟ

ନୂଆଦିଲ୍ଲୀ,୧୭।୯: ଦେଶର ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂକୁ ଟାଟା ପ୍ରୋଜେକ୍ଟସ ଲିମିଟେଡ୍‌ ନିର୍ମାଣ କରିବ। ଏଥିଲାଗି କମ୍ପାନୀ ବୁଧବାର ୮୬୧.୯୦ କୋଟି ଟଙ୍କାର ବିଡ୍‌ ହାସଲ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ଏଲ୍‌ ଆଣ୍ଡ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?