ପନିପରିବା ଉପରେ କେରଳ ଦେବ ଏମ୍‌ଏସ୍‌ପି

ଥିରୁଭାନନ୍ତପୁରମ: ପନିପରିବା ଉପରେ କେରଳ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବ। ଏଭଳି ବ୍ୟବସ୍ଥା ଗ୍ରହଣ କ୍ଷେତ୍ରରେ କେରଳ ପ୍ରଥମ ରାଜ୍ୟ ବୋଲି ଜଣାପଡିଛି। ନୂଆ ବ୍ୟବସ୍ଥା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘୋଷଣା କରାଯାଇଛି। ଏହା ମଧ୍ୟରେ ୧୬ଟି ବର୍ଗର ପନିପରିବାକୁ ସାମିଲ କରାଯାଇଛି। ନଭେମ୍ବର ପହିଲାରୁ ଏହି ସ୍କିମ୍‌କୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। କୃଷିକ୍ଷେତ୍ରର ବିକାଶ ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ଏଭଳି ଯୋଜନା ଦ୍ୱାରା କୃଷକମାନେ ବିଶେଷ ଭାବେ ଲାଭବାନ ହେବେ ବୋଲି ବିଜୟନ ଭିଡିଓ କନ୍‌ଫରେନ୍ସ ଯୋଗେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସାରା ଦେଶରେ ଡାଲି ଏବଂ ଖାଦ୍ୟ ସାମଗ୍ରୀ ଉପରେ ଏମ୍‌ଏସ୍‌ପି ପ୍ରଦାନ କରାଯାଉଛି। ଫଳ ଏବଂ ପନିପରିବାକୁ ଏହା ପରିସରରେ ରଖାଯାଇନାହିଁ। ଉତ୍ପାଦନ ମୂଲ୍ୟଠାରୁ ଫ୍ଲୋର ପ୍ରାଇସ ପ୍ରାୟ ୨୦% ଉଚ୍ଚରେ ରଖିବାକୁ କେରଳ ଯୋଜନା ରଖିଛି। ଫ୍ଲୋର ପ୍ରାଇସଠାରୁ ବଜାର ମୂଲ୍ୟ କମିଲେ ମଧ୍ୟ କୃଷକଙ୍କଠାରୁ ଫ୍ଲୋର ପ୍ରାଇସରେ ଉତ୍ପାଦିତ ପନିପରିବା କିଣିବାକୁ ଯୋଜନା ରଖାଯାଇଛି। ସେହିଭଳି ଗୁଣବତ୍ତା ହିସାବରେ ଉତ୍ପାଦିତ ସାମଗ୍ରୀକୁ ବର୍ଗୀକରଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୬ ବର୍ଗର ପନିପରିବାକୁ ଯୋଜନାରେ ସାମିଲ କରାଯାଇଛି। ନିୟମିତ ଭିତ୍ତିରେ ଫ୍ଲୋର ପ୍ରାଇସରେ ପରିବର୍ତ୍ତନ କରିବା ନେଇ ମଧ୍ୟ ଯୋଜନା ରହିଛି। ସିଜନ ପିଛା ଅନୂ୍ୟନ ୧୫ ଏକର ଜମିରେ ପନିପରିବା ଚାଷ କରୁଥିବା ଚାଷୀଙ୍କୁ ଏହି ଯୋଜନାରେ ବିଶେଷ ଲାଭ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri