ଜିଡିପିର ଭରସା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ କରୋନା ମହାମାରୀ ପ୍ରଭାବ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏଭଳି ସ୍ଥିତିରେ ଦେଶର ଜିଡିପିକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଭରସା ଦେଇଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ହାରରେ ଉନ୍ନତି ପରିଲକ୍ଷିତ ହେବ। ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ପ୍ରଦର୍ଶନ ବିଶ୍ୱର ଅନ୍ୟ ଦେଶ ତୁଳନାରେ ବେଶ୍‌ ଉନ୍ନତ ରହିବ। କରୋନା ଭାଇରସ୍‌ ଯୋଗୁ ବଜାର ବିଗିଡିଯାଇଥିବାରୁ ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମହାମାରୀଠାରୁ ଚାପରୁ ଅର୍ଥ ବ୍ୟବସ୍ଥା ଯେତେ ଶୀଘ୍ର ବାହାରିବାକୁ ସକ୍ଷମ ହେବ ସେତେ ଶୀଘ୍ର ବଜାରରେ ଉନ୍ନତି ସମ୍ଭବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେ ପୁଣି କହିଛନ୍ତି, ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କରୋନା ପଞ୍ଝାରୁ ବାହାରିବାକୁ ସକ୍ଷମ ହୋଇନାହିଁ। ମାତ୍ର କିଛି କ୍ଷେତ୍ରରେ ଉନ୍ନତ ସ୍ଥିତି ଦେଖାଗଲାଣି। ଏହା ମଧ୍ୟରେ ମାଲ ପରିବହନ, ବିଜୁଳି ଚାହିଦା, କୃଷି ଉତ୍ପାଦନ ବୃଦ୍ଧି ଭଳି ଅନ୍ୟ କ୍ଷେତ୍ର ସାମିଲ ରହିଛି।
ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପିରେ ହ୍ରାସ ପରିଲକ୍ଷିତ ହେବ। ମାତ୍ର ପୂର୍ବ ତୁଳନାରେ ଏହାର ପ୍ରଭାବ ଏତେ ମାତ୍ରାରେ ରହିବ ନାହିଁ। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ସକାରାତ୍ମକ ରହିବ। ସରକାରଙ୍କ ଯୋଜନା ଉପରେ ମତ ରଖି ସେ କହିଛନ୍ତି, ଗତ ୬ରୁ ୭ ମାସ ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଏଫ୍‌ଡିଆଇ, ଶ୍ରମ ଆଇନ ଏବଂ କୃଷି ଭଳି ବିଭିନ୍ନ କ୍ଷେତ୍ରର ସଂସ୍କାର ଏହା ମଧ୍ୟରେ ସାମିଲ ରହିଛି। ବିଭିନ୍ନ ଢାଞ୍ଚାଗତ ସୁଧାର ଉପରେ ସରକାର ଫୋକସ କରୁଥିବାରୁ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବ। ଜିଡିପିରେ ଯେଉଁ ହ୍ରାସ ପରିଲକ୍ଷିତ ହେଉଛି ତାକୁ ନେଇ ହତାଶ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସରକାର ବିଭିନ୍ନ ଉପାୟରେ ସମସ୍ୟା ବିରୋଧରେ ଲଢିବାକୁ ଯୋଜନା ରଖିଛନ୍ତି। ସରକାର ନୂଆ ପ୍ୟାକେଜ ଆଣିବା ଦିଗରେ ପଦକ୍ଷେପ ନେବା ନେଇ ସମ୍ଭାବନା ରହିଛି। ଭାରତ ନିଜର ଉଦ୍ୟମ ଲାଗି ସମାନ ଅବସର ଲାଭ କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ରପ୍ତାନି ବୃଦ୍ଧି ଦିଗରେ ସହାୟତା ମିଳିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆର୍‌ବିଆଇ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରାଯାଉ’

ମୁମ୍ବାଇ: ନିକଟରେ ଘୋଷଣା କରାଯାଇଥିବା ପଦକ୍ଷେପ ସବୁକୁ ବ୍ୟାଙ୍କଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଇବାକୁ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ବାଲାନ୍ସ...

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ...

ଏସ୍‌ବିଆଇ ଏଫ୍‌ଡି ଉପରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ବୁଧବାର ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇ ତା’ର ଏଫ୍‌ଡି...

ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦:  ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ...

ଅଟୋମେଟିକ ରୁଟ୍‌ରେ ବଢ଼ିଲା ପ୍ରତିରକ୍ଷା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରତିରକ୍ଷା କ୍ଷେତ୍ର ଲାଗି ଅଟୋମେଟିକ୍‌ ରୁଟ୍‌ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ୪୯%ରୁ ୭୪%କୁ ବଢ଼ାଯାଇଛି। ସେହିଭଳି ୭୪%ରୁ ଊର୍ଦ୍ଧ୍ୱ ଏଫ୍‌ଡିଆଇ...

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୦: ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୬ ଅକ୍ଟୋବର) ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ...

ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା...

ଭଙ୍ଗା ଚାଉଳ ରପ୍ତାନିକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ,୧୪।୧୦: ଗତ କିଛିଦିନ ହେବ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟନ ଟନ ଭଙ୍ଗା ଚାଉଳ (ବ୍ରୋକେନ ରାଇସ) ରପ୍ତାନି ନ ହୋଇ ପଡିରହିଛି। କାରଣ ଭାରତ...

Advertisement
Archives

Model This Week