ରାଜ୍ୟଗୁଡ଼ିକ ପାଇଁ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ସଙ୍କଟାପନ୍ନ ହୋଇଛି। କୋଭିଡ୍‌-୧୯ ଯୋଗୁ ରାଜ୍ୟଗୁଡିକର ବିତ୍ତୀୟ ସ୍ଥିତି ମଧ୍ୟ ଦୋହଲିଯାଇଛି। ଟିକସ ସଂଗ୍ରହ ଉନ୍ନତ ନ ଥିବା ବେଳେ ରାଜ୍ୟଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏଥିଲାଗି ବଜାରରୁ ଅଧିକ ପରିମାଣରେ ଋଣ ଉଠାଇବାକୁ ପଡୁଛି। ଫଳରେ ରାଜ୍ୟଗୁଡିକ ଉପରେ ଋଣ ଚାପ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ରାଜ୍ୟଗୁଡିକ ଆଗାମୀ କିଛି ବର୍ଷ ଅଧିକ ଚ୍ୟାଲେଞ୍ଜିଂ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଷ୍ଟେଟ୍‌ ଫାଇନାନ୍ସ ସଂକ୍ରାନ୍ତ ରିପୋର୍ଟରେ ପ୍ରକାଶ ପାଇଛି। ବଜାରରେ ଚାହିଦା ନ ଥିବା ବେଳେ ରାଜ୍ୟ ସ୍ତରରେ ଖର୍ଚ୍ଚ ବଢୁଛି। ଫଳରେ ଏହା ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ବର୍ତ୍ତମାନ ଖର୍ଚ୍ଚ ହେଉଥିବା ପୁଞ୍ଜି ଠିକ୍‌ ବାଟରେ ଖର୍ଚ୍ଚ ହେବା ଏବଂ ବଜେଟର ବିଶ୍ୱସନୀୟତା ୨ଟି ପ୍ରମୁଖ ପ୍ରସଙ୍ଗ ବୋଲି ଏଥିରେ କୁହାଯାଇଛି। ମହାମାରୀ ପୂର୍ବରୁ ଆସିଥିବା ବଜେଟରେ କୁହାଯାଇଥିଲା ଯେ, ରାଜ୍ୟଗୁଡିକର ହାରାହାରି ମୋଟ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୨.୪% ରହିବ। ମାତ୍ର ଲକ୍‌ଡାଉନ ପରେ ହୋଇଥିବା ଆକଳନ ମୁତାବକ ନିଅଣ୍ଟ ରାଜ୍ୟ ଜିଡିପିର ହାରାହାରି ପ୍ରାୟ ୪.୬% ରହିପାରେ। ପ୍ରକୃତ ସ୍ଥିିତିରେ ଏହା ୨.୮% ମଧ୍ୟ ରହିପାରେ ବୋଲି ଅନ୍ୟ ଏକ ଆକଳନରେ କୁହାଯାଇଛି। ସେହିଭଳି ଫାଇନାନ୍ସ ଦୃଷ୍ଟିକୋଣରୁ ରାଜ୍ୟଗୁଡିକର ମୋଟ ବିତ୍ତୀୟ ନିଅଣ୍ଟ ଏବଂ ଜିଡିପି ଅନୁପାତ ପ୍ରାୟ ୪% ରହିବା ନେଇ ଆକଳନ ହୋଇଥିବା ବେଳେ ଏହା ବଜେଟରେ ଧାର୍ଯ୍ୟ ଲକ୍ଷ୍ୟ ୨.୮% ରହିଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
୨୦୨୦-୨୧ରେ ଅର୍ଦ୍ଧାଧିକ ରାଜ୍ୟ ରାଜସ୍ବ ଉନ୍ନତ ହେବା ନେଇ ବଜେଟରେ ଲକ୍ଷ୍ୟ ରଖିଥିଲେ। ମାତ୍ର କୋଭିଡ୍‌-୧୯ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ଏବଂ ଟିକସ ସଂଗ୍ରହ ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍‌ଡାଉନର ସୀମା ଏବଂ କରୋନା ମହାମାରୀ ସଂକ୍ରମଣର ହାର ପ୍ରଭାବ ମଧ୍ୟ ରାଜ୍ୟଗୁଡିକର ରାଜସ୍ବ ଉପରେ ରହିବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ବିଭିନ୍ନ ଖର୍ଚ୍ଚ କମାଇବା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଉଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଜିଏସ୍‌ଟି ସଂଗ୍ରହ ୪୭.୨% କମିଛି। ରାଜ୍ୟଗୁଡିକର ମୋଟ ଟିକସ ସଂଗ୍ରହରେ କେନ୍ଦ୍ରୀୟ ଯୋଗଦାନ ୨୫ରୁ ୨୯% ଏବଂ ନିଜସ୍ବ ଟିକସ ୪୫ରୁ ୫୦% ରହିଥାଏ। ଟିକସ ସଂଗ୍ରହ ଉନ୍ନତ ହେଉ ନ ଥିବାରୁ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବଢ଼ାଇଛନ୍ତି। ସେହିଭଳି ୨୫ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଦ ଉପରେ ଟିକସ ବୃଦ୍ଧି କରିଥିବା ନଜରକୁ ଆସିଛି। ଏହା ସହ ସ୍ଥିତି ସମ୍ଭାଳିବା ଲାଗି ବିଭିନ୍ନ ପଦକ୍ଷେପ ରାଜ୍ୟ ନେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?