ନକାରାତ୍ମକ ରହିବ ଅଭିବୃଦ୍ଧି: ସୀତାରାମନ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ନକାରାତ୍ମକ କିମ୍ବା ଶୂନ ସ୍ତରରେ ରହିବା ଆଶଙ୍କା ରହିଛି। କରୋନା ଯୋଗୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଘରୋଇ ବଜାର ଅଭିବୃଦ୍ଧିରେ ସୁଧାର ପରିଲକ୍ଷିତ ହେଉଛି। ଆସନ୍ତା ବର୍ଷ ସୁଦ୍ଧା ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହୋଇପାରିବ। ଭାରତର ଅର୍ଥନୈତିକ ସୁଧାର ପ୍ରକ୍ରିୟାରେ ସ୍ଥିତାବସ୍ଥା ଫେରୁଥିବା ବେଳେ ଏହା ପୁଣିଥରେ ନିରନ୍ତର ଭିତ୍ତିରେ ଚାଲିବା ସମ୍ଭାବନା ଦେଖାଯାଉଛି। ପାର୍ବଣରେ ଆର୍ଥତ୍କ କାର୍ଯ୍ୟକଳାପ ଉନ୍ନତ ଥିବା ବେଳେ ଚଳିତ ଆର୍ଥତ୍କ ବର୍ଷ ତୃତୀୟ ଏବଂ ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧିରେ ବେଶ୍‌ ସୁଧାର ଆସିବା ନେଇ ଆଶା ରହିଥିବା ସେ ମତ ରଖିଛନ୍ତି।
କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଲାଗୁ କରାଇବା ନିଷ୍ପତ୍ତି ଠିକ୍‌ ବୋଲି ଦର୍ଶାଇଛନ୍ତି। ଲୋକଙ୍କ ଜୀବନ ରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସେ ଯୁକ୍ତି ବାଢ଼ିଛନ୍ତି। ମହାମାରୀ ବିରୋଧରେ ଲଢେଇ ଲାଗି ପ୍ରସ୍ତୁତ ରହିବାକୁ ଲକ୍‌ଡାଉନ ସମୟ ମଧ୍ୟ ପ୍ରଦାନ କରିଥିବା ସେ ମତ ପ୍ରକାଶ କରିଛନ୍ତି। ସରକାର ବିଭିନ୍ନ ପଦକ୍ଷେପ ସ୍ବରୂପ କରୋନା କଟକଣା ଧୀରେ ଧୀରେ କୋହଳ କରାଯିବା ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରୁଛି। ଏହାର ଉଦାହରଣ ଭାବେ ସୀତାରାମନ ନିକେଇ ମାନୁଫାକ୍‌ଚରିଂ ମ୍ୟାଜେନର୍ସ ସୂଚୀ(ପିଏମ୍‌ଆଇ)ର ଡାଟାକୁ ନେଇଛନ୍ତି। ପ୍ରଥମ ତ୍ରୈମାସରେ ଜିଡିପିରେ ଦ୍ରୁତ ହ୍ରାସ ଦେଖାଯାଇଥିଲା। ମାତ୍ର ଅନ୍‌ଲକ ପରେ ପିଏମ୍‌ଆଇ ୨୦୧୨ ପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ନଭେମ୍ବରରେ ଦେଶର ଫ୍ୟାକ୍ଟ୍ରି କାର୍ଯ୍ୟକଳାପ ସବୁଠାରୁ ଦ୍ରୁତ ରହିଥିବା ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶ ପାଇଥିବା ଡାଟାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri