ନିବେଶକଙ୍କ କ୍ଷତି ୧.୫୬ ଲକ୍ଷ କୋଟି

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜିବଜାରରେ ନିବେଶକଙ୍କୁ ବୁଧବାର ବୃହତ୍‌ କ୍ଷତି ସହିବାକୁ ପଡିଛି। ନିବେଶକ ୧.୫୬ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୫୯୯.୬୪ ପଏଣ୍ଟ (୧.୪୯%) ନିମ୍ନରେ ରହି ୩୯,୯୨୨.୪୬ ପଏଣ୍ଟରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୭୪୭.୫ ପଏଣ୍ଟ ଖସି ୩୯,୭୭୪ ସ୍ତରକୁ ଖସି ଆସିଥିଲା। ଆମେରିକା ଏବଂ ୟୁରୋପରେ କରୋନା ମାମଲା ବଢୁଥିବାରୁ ନିବେଶକମାନେ ଏହାକୁ ନେଇ ଆଶଙ୍କାରେ ରହିବାକୁ ଏଭଳି ସ୍ଥିତି ଉପୁଜିଛି। ବୁଧବାର ଶେୟାର କାରବାରରେ ଇଣ୍ଡସଇଣ୍ଡ ଶେୟାର ୩.୪୫% ଖସିଛି। ସେହିଭଳି ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶେୟାର କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri