ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହେଟ୍‌ କଣ୍ଟେଣ୍ଟର ବ୍ୟାପିବାକୁ ରୋକିବା ଦିଗରେ କମ୍ପାନୀର ରହିଥିବା ଦୁର୍ବଳତାକୁ ନେଇ ସେ ବିବାଦୀୟ ହୋଇ ପଡିଥିଲେ। ପବ୍ଲିକ ସର୍ଭିସ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଫେସ୍‌ବୁକ୍‌ ଛାଡିବା ନେଇ ଆଂକ୍ଷୀ ନିଷ୍ପତ୍ତି ନେଇଥିବା କମ୍ପାନୀର ଏମ୍‌ଡି ଅଜିତ ମୋହନ କହିଛନ୍ତି। ଗତ ୯ ବର୍ଷରେ ଭାରତ ବଜାରରେ କମ୍ପାନୀର ଅଭିବୃଦ୍ଧିକୁ ତାଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମୋହନ ମତ ପ୍ରକାଶ କରିଛନ୍ତି। ଭାରତ ଭଳି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବଜାରରେ ରାଜନୈତିକ କଣ୍ଟେଣ୍ଟ ନିୟନ୍ତ୍ରଣକୁ ଦିଗରେ ଫେସ୍‌ବୁକ୍‌ ଭୂମିକା ଉପରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ କମ୍ପାନୀର କର୍ମଚାରୀମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ଆଂକ୍ଷୀ ଇସ୍ତଫା ଦେଇଥିବା ଜଣାପଡିଛି। ଅପରପକ୍ଷରେ ଲୋକଙ୍କ ଡାଟା ସୁରକ୍ଷାକୁ ନେଇ ମଧ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମର କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠୁଥିବା ନଜରକୁ ଆସିଛି। ଏହି ପ୍ରସଙ୍ଗରେ ଆଂକ୍ଷୀ ନିକଟରେ ପାର୍ଲାମେଣ୍ଟର ଯୁଗ୍ମ କମିଟିକୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି।...

ଜେଟ୍‌ ଏୟାରଓ୍ବେଜ୍‌ ମାମଲା: ପାଇଲଟ, ୨ ବିଦେଶୀ ଭେଣ୍ଡର ଅଦାଲତ ଗଲେ

ନୂଆଦିଲ୍ଲୀ,୨୦ା୬: ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ, ଇଞ୍ଜିନିୟର ସଂଗଠନ ଏବଂ ନେଦରଲାଣ୍ଡର ୨ ଭେଣ୍ଟର ବୁଧବାର ଦେବାଳିଆ ଅଦାଲତ ଏନ୍‌ସିଏଲ୍‌ଟିରେ ପହଞ୍ଚତ୍ଛନ୍ତି। ନିଜକୁ ଜେଟ୍‌ର ଦେବାଳିଆ ପ୍ରକ୍ରିୟାରେ...

କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କୁ ଏଲ୍‌ପିୟୁର ଛାତ୍ରବୃତ୍ତି

ଜଳନ୍ଧର,୧୧।୫: କୋଭିଡ୍‌-୧୯ ମହାମାରୀ ବିରୋଧରେ ବର୍ତ୍ତମାନ ସାରା ଦେଶ ଲଢ଼େଇ ଜାରି ରଖିଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌, ପୋଲିସ ପର୍ସୋନେଲଙ୍କ ସମେତ ଅନ୍ୟ କିଛି...

ମୋବାଇଲ ବ୍ୟବହାରରେ ଭାରତ ତୃତୀୟ

ନୂଆଦିଲ୍ଲୀ, ୨୬।୭:  ବର୍ତ୍ତମାନ ମୋବାଇଲ ଫୋନ ଲୋକଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଏମିତି ମଧ୍ୟ କିଛି କାମ ରହିଛି, ଯାହା ବିନା ମୋବାଇଲରେ ହେବା...

୧.୫ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବାରୁ ରପ୍ତାନି...

ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ...

ନୀରବ ମୋଦିଙ୍କ ୩୨୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୮।୭ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ପ୍ରଦାନ ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ...

ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ

ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି...

Advertisement
Archives

Model This Week