ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ହ୍ରାସ
ନୂଆଦିଲ୍ଲୀ,୧୬।୬:ଦେଶର ପାଇକାରୀ ମୁଦ୍ରାସ୍ଫୀତି ମେ ମାସରେ ଅବସ୍ଫୀତି ଦେଖାଯାଇଛି। ଏହି ସମୟରେ ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ଖସିଯାଇଛି। ଶକ୍ତି ଏବଂ ଇନ୍ଧନ ଦରରେ ପରିବର୍ତ୍ତନ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି...
ଟାଟା ମୋଟର୍ସକୁ କ୍ଷତି ୯୮୬୪ କୋଟି
ନୂଆଦିଲ୍ଲୀ,୧୬।୬: ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସ ତଥା ଚତୁର୍ଥ ତ୍ରୈମାସରେ ଟାଟା ମୋଟର୍ସର ନେଟ୍ କ୍ଷତି ୯୮୬୪ କୋଟି ରହିଛି। କରୋନା ମହାମାରୀ ଯୋଗୁ ଜାଗୁଆର ଲାଣ୍ଡ ରୋଭର ଓ ଘରୋଇ ବଜାରରେ ଯାନ ବିକ୍ରି ପ୍ରଭାବିତ...
୧୩ କୋଟି ନିଯୁକ୍ତି ଉପରେ କଳାବାଦଲ
ନୂଆଦିଲ୍ଲୀ,୧୬।୬: କୋଭିଡ୍-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଘରୋଇ ବଜାରର ୧୩୦ ନିୟୁତ (୧୩ କୋଟି) ଚାକିରି ଉପରେ କଳାବାଦଲ ଛାଇ ହୋଇ ରହିଛି। ଏହା ମଧ୍ୟରେ ପ୍ରାୟ ୪୦% ବ୍ଲୁ କୋଲାର ବା ମାନୁଆଲ...
ବୈଷ୍ଣୋଦେବୀ ଯାତ୍ରା ବନ୍ଦ: ଶୀତଳ ଭଣ୍ଡାରରେ ୩୦୦ କୋଟିର ଡ୍ରାଏ ଫ୍ରୁଟସ୍
କଟରା,୧୫।୬: କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଏଠାରେ ଡ୍ରାଏ ଫ୍ରୁଟସ୍ ଏବଂ ପ୍ରସାଦ ବିକ୍ରି କରୁଥିବା ୪୦୦ରୁ ଅଧିକ ଦୋକାନୀଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ୧୨୮ ପଞ୍ଜିକୃତ ଦୋକାନ...
ଚଳିତବର୍ଷ ହୋଇ ନ ପାରେ ବ୍ୟାଙ୍କ ଘରୋଇକରଣ
ନୂଆଦିଲ୍ଲୀ,୧୫।୬: ଚଳିତବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ଅଗ୍ରସର ହୋଇ ନ ପାରନ୍ତି। ବ୍ୟାଙ୍କଗୁଡିକର ଭାଲ୍ୟୁଏଶନ ଏବଂ ଚାପଗ୍ରସ୍ତ ସମ୍ପତ୍ତି ବର୍ତ୍ତମାନ ଉଚ୍ଚରେ ରହିଛି। ସେହିଭଳି କୋଭିଡ-୧୯ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚାପକୁ ବଢାଇଛି। ଏଭଳି ବିଭିନ୍ନ ସମସ୍ୟାକୁ...
ଅଟୋମୋବାଇଲ ଡିଲରଶିପରେ ଛଟେଇ ଆଶଙ୍କା
ନୂଆଦିଲ୍ଲୀ,୧୫।୬: ଗତ ବର୍ଷ ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଡିଲରଶିପ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି ସମସ୍ୟା ଗତବର୍ଷଠାରୁ ବଢିଯିବ ବୋଲି ଆଶଙ୍କା କରାଯାଉଛି। ଅଟୋମୋବାଇଲ ଡିଲର ମହାସଂଘ (ଫାଡା)କହିଛି...
୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ
ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର ହୋଇଥିବା ଡିଲ୍ରେ ନିବେଶ ଫାର୍ମ ଟିପିଜି ଜିଓରେ ୪,୫୪୬ କୋଟି ଟଙ୍କା ନିବେଶ...
ଇନ୍ଧନ ଦର ବୃଦ୍ଧି ଅବ୍ୟାହତ
ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ ଲିଟର ପିଛା ୬୪ ପଇସା ବଢିଛି। ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ...
ବଫରଷ୍ଟକ ଲାଗି ୨୫ ହଜାର ଟନ୍ ପିଆଜ ସଂଗ୍ରହ
ନୂଆଦିଲ୍ଲୀ,୧୫।୬: ବିଭିନ୍ନ କୃଷକ ଉତ୍ପାଦକ ଅନୁଷ୍ଠାନ ଏବଂ କୃଷି ସମବାୟ ସମିତିଗୁଡିକଠାରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ ପ୍ରାୟ ୨୫ ହଜାର ଟନ୍ର ପିଆଜ ସଂଗ୍ରହ କରିଛି। ସରକାରଙ୍କ ଲାଗି ବଫରଷ୍ଟକ ଉଦ୍ଦେଶ୍ୟରେ ଏଭଳି କ୍ରୟ କରାଯାଇଥିବା...
ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରାଭଣ୍ଡାର
ନୂଆଦିଲ୍ଲୀ,୧୪।୬: ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୮.୨ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ଏହା ୫୦୧.୭ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଗୋଟିଏ ସପ୍ତାହ ତଳେ ଏହା ୪୯୩.୫ ବିଲିୟନ ଡଲାର ସ୍ତରରେ ରହିଥିଲା। ଭାରତୀୟ କର୍ପୋରେଟଗୁଡିକରେ ବିଦେଶୀ ପୁଞ୍ଜିନିବେଶ...
ସାଧାରଣ ପରଟାରେ ୫% ଜିଏସ୍ଟି
ନୂଆଦିଲ୍ଲୀ,୧୪।୬: ରେଡି ଟୁ ଇଟ୍ ବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫ୍ରୋଜେନ ପରଟା ଉପରେ ୧୮% ଜିଏସ୍ଟି ଲାଗୁ ହେବ। ପ୍ଲେନ୍ ବା ସାଧାରଣ ପରଟା ଉପରେ ୫% ଜିଏସ୍ଟି ରହିବ। ରେଷ୍ଟୁରାଷ୍ଟରେ ଖାଇବା କିମ୍ବା ନେବା ଲାଗି ପ୍ରଦାନ...
ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା
ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ଆତ୍ମନିର୍ଭର ଭାରତ ପ୍ୟାକେଜ କୁହାଯାଉଥିବା ବେଳେ...
Archives


