୧୩ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୬।୬: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଘରୋଇ ବଜାରର ୧୩୦ ନିୟୁତ (୧୩ କୋଟି) ଚାକିରି ଉପରେ କଳାବାଦଲ ଛାଇ ହୋଇ ରହିଛି। ଏହା ମଧ୍ୟରେ ପ୍ରାୟ ୪୦% ବ୍ଲୁ କୋଲାର ବା ମାନୁଆଲ ଓ୍ବାର୍କର ବୋଲି ହ୍ୟୁମାନ ରିସୋର୍ସ କନ୍‌ସଲଟିଂ ଫାର୍ମ ଜିନିୟସ କନ୍‌ସଲଣ୍ଟାଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ଚଳାଚଳ, ଅଟୋମୋବାଇଲ, ଟ୍ରାଭେଲ ଏବଂ ଟୁରିଜମ, ଖାଦ୍ୟ, ମନୋରଞ୍ଜନ ସମେତ କେତେକ ବର୍ଗରେ ମାନୁଫାକଚରିଂ ଶିଳ୍ପ ଉପରେ ଅଧିକ ପ୍ରଭାବ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଜିନିୟସ କନ୍‌ସଲଣ୍ଟାଣ୍ଟର ଏମ୍‌ଡି ଆର୍‌.ପି. ଯାଦବ କହିଛନ୍ତି ଯେ, ଘରୋଇ ବଜାରରେ ବର୍ତ୍ତମାନ ଅନିଶ୍ଚିତତାର ସ୍ଥିତି ଉପୁଜିଛି। କୋଭିଡ୍‌ ୧୯ ସ୍ଥିତିରେ ସେବା ଯୋଗାଣ କରୁଥିବା ହେଲ୍‌ଥ କେୟାର, ଫାର୍ମାସିଟିକାଲ, ଇ-କମର୍ସ, ଆଇଟି ସର୍ଭିସ ଏବଂ ଅତ୍ୟାବଶ୍ୟକ ରିଟେଲ ସାମଗ୍ରୀ ଯୋଗାଉଥିବା କମ୍ପାନୀଗୁଡିକ ଭଲ ସ୍ଥିତିରେ ରହିଛନ୍ତି। ଏଭଳି ଶିଳ୍ପଗୁଡିକରେ ନିଯୁକ୍ତି କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ଯାଦବ ମତ ପ୍ରକାଶ କରିଛନ୍ତି। ସେହିଭଳି ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ, କମ୍ପାନୀଗୁଡିକ ଲାଗି ପରିଚାଳନା ପୁଞ୍ଜିର ବିଭିନ୍ନ ସମସ୍ୟା ଦେଖାଦେବ। ସରକାର ଟିକସ ରିହାତି, ଇଏମ୍‌ଆଇ ଏବଂ ଋଣ ସୁବିଧା ଯୋଗାଣ କରିଥିବା ବେଳେ ଉଚ୍ଚ ହାରର ୯% ସୁଧହାର ରହିଛି। ଏହା କମ୍ପାନୀଗୁଡିକ ଲାଗି ଚିନ୍ତାର କାରଣ ପାଲଟିଛି।
ଲକ୍‌ଡାଉନ ଉଠିବା ପରେ ବର୍ତ୍ତମାନ କମ୍ପାନୀଗୁଡିକ ଅଭିବୃଦ୍ଧିରେ ବିଭିନ୍ନ ସମସ୍ୟା ଉପୁଜୁଛି। ଚାହିଦା ହ୍ରାସ, ପରିଚାଳନା ପୁଞ୍ଜି ଅଭାବ ଏବଂ ଶ୍ରମିକ ଅଭାବ ଭଳି ବିଭିନ୍ନ ସମସ୍ୟା କମ୍ପାନୀଗୁଡିକ ସାମ୍ନାରେ ରହିଛି। ରାଜସ୍ବ ଏବଂ ଲାଭରେ କମ୍ପାନୀଗୁଡିକ ଲାଗି ନକାରାତ୍ମକ ସ୍ଥିତି ଉପୁଜିଛି। ଚଳିତ ବର୍ଷ ଭାରତର ଅଭିବୃଦ୍ଧି ୧ରୁ ୧.୫% ରହିବ ବୋଲି ରିପୋର୍ଟରେ କୁହାଯାଇଛି। କିଛି କ୍ଷେତ୍ର ପାଇଁ ନିୟମ କୋହଳ ହୋଇଥିବାରୁ ହସ୍ପିଟାଲିଟି ଏବଂ ହୋଟେଲ ଶିଳ୍ପ କ୍ଷତି ସତ୍ତ୍ୱେ କାରବାର ଆଗକୁ ବଢାଇବେ। ଜୁଏଲେରି, ରିଟେଲ ଶିଳ୍ପ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଶିଳ୍ପ ନିୟମ କୋହଳ ହେବା ଯୋଗୁ ଟ୍ରାକ୍‌କୁ ଫେରୁଥିବା ରିପୋର୍ଟରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri