ଚଳିତବର୍ଷ ହୋଇ ନ ପାରେ ବ୍ୟାଙ୍କ ଘରୋଇକରଣ

ନୂଆଦିଲ୍ଲୀ,୧୫।୬: ଚଳିତବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ଅଗ୍ରସର ହୋଇ ନ ପାରନ୍ତି। ବ୍ୟାଙ୍କଗୁଡିକର ଭାଲ୍ୟୁଏଶନ ଏବଂ ଚାପଗ୍ରସ୍ତ ସମ୍ପତ୍ତି ବର୍ତ୍ତମାନ ଉଚ୍ଚରେ ରହିଛି। ସେହିଭଳି କୋଭିଡ-୧୯ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚାପକୁ ବଢାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ବିଚାର କରି ସରକାର ବ୍ୟାଙ୍କ ଘରୋଇକରଣ ଯୋଜନାକୁ ଆଗକୁ ନ ବଢାଇ ପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ପ୍ରମ୍ପ୍ଟ କରେକ୍‌ଟିଭ ଆକ୍ସନ(ପିସିଏ) ନିୟମ ଯୋଗୁ ବିଭିନ୍ନ କଟକଣାରେ ରହିଛନ୍ତି। ଏହା ମଧ୍ୟରେ ଋଣ ଯୋଗାଣ, ପରିଚାଳନା କ୍ଷତିପୂରଣ ଏବଂ ନିର୍ଦ୍ଦେଶକଙ୍କ ଫି’ ଭଳି ବିଭିନ୍ନ ପ୍ରସଙ୍ଗ ସାମିଲ ରହିଛି। ଏଭଳି ପ୍ରସଙ୍ଗକୁ ଦେଖିଲେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ସ୍ଥିତି ଭଲ ନୁହେଁ ବୋଲି ଅଧିକାରୀ କହିଛନ୍ତି। ଯଦି ସଂସ୍ଥାଗୁଡିକ ଷ୍ଟ୍ରାଟେଜିକ ସେକ୍ଟର ସହ ସମ୍ପର୍କ ରଖିଥାନ୍ତି ତେବେ ତା’ର ଘରୋଇକରଣ ଲାଗି ସରକାର ଆଗଭର ହେବେ ନାହିଁ। ସରକାର ବ୍ୟାଙ୍କଗୁଡିକରେ ଅଂଶଧନକୁ କମାଇବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ରଖିଛନ୍ତି। ମାତ୍ର ବର୍ତ୍ତମାନର ମହାମାରୀ କେବଳ ବ୍ୟାଙ୍କଗୁଡିକର ଅଭିବୃଦ୍ଧିକୁ ପ୍ରଭାବିତ କରିନାହିଁ ବରଂ ସେଗୁଡିକର ଆର୍ଥତ୍କ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଫେବୃୟାରୀରେ ଆସିଥିବା ବଜେଟରେ ବ୍ୟାଙ୍କଗୁଡିକ ଲାଗି ପୁଞ୍ଜି ଯୋଗାଣ ଲାଗି କୌଣସି ଘୋଷଣା ହୋଇନାହିଁ। ବ୍ୟାଙ୍କଗୁଡିକର ମିଶ୍ରଣ ଦିଗରେ ସରକାର ଗତ କିଛିବର୍ଷରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହ ଷ୍ଟେଟ ବ୍ୟାଙ୍କ ଅଫ୍‌ ସୌରାଷ୍ଟ୍ର, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇନ୍ଦୋର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ ମହୀଶୁର, ଷ୍ଟେଟ ବ୍ୟାଙ୍କ ଅଫ ଟ୍ରାଭାଙ୍କୋର, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ ଏବଂ ଭାରତୀୟ ମହିଳା ବ୍ୟାଙ୍କ ମିଶ୍ରଣ ହୋଇଛି। ସେହିଭଳି ୨୦୧୯ ଏପ୍ରିଲରୁ ବ୍ୟାଙ୍କ ଅଫ ବରୋଦା ସହ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହୋଇଥିବା ବେଳେ ଏହା ଦେଶର ତୃତୀୟ ବୃହତ ବ୍ୟାଙ୍କ ହୋଇପାରିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ମେଗା ବ୍ୟାଙ୍କ ମିଶ୍ରଣ ଯୋଜନାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ମିଶିଛି। ସେହିଭଳି କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ମିଶି ଥିବା ଜଣାପଡିଛି। ମିଶ୍ରଣ ଦ୍ୱାରା ୭ ବଡ ବ୍ୟାଙ୍କ ଏବଂ ୫ ଛୋଟ ବ୍ୟାଙ୍କ ରହିଛନ୍ତି। ଏହା ୨୦୧୭ରେ ୨୭ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri