ଉତ୍ପାଦନ ବୃଦ୍ଧି ଲାଗି କ୍ୟାପ୍ଟିଭ ଖଣିକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୯।୯: ନିଜସ୍ବ ବ୍ୟବହାର ଲାଗି କୋଇଲା ଖଣି ପାଇଥିବା କମ୍ପାନୀଙ୍କୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀଗୁଡିକ ଅଦ୍ୟାବଧି ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇନାହାନ୍ତି। ଯଦି କମ୍ପାନୀଗୁଡିକ ଉତ୍ପାଦନ ନ ବଢ଼ାନ୍ତି ତେବେ କୋଲ୍ ଇଣ୍ଡିଆରୁ…
ଏଲ୍ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ
ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ବୁଧବାର କହିଛନ୍ତି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ…
ପିଏଲ୍ଆଇ ସ୍କିମ୍ରେ ବୟନ କ୍ଷେତ୍ର ସାମିଲ
ନୂଆଦିଲ୍ଲୀ, ୯।୯: ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) ସ୍କିମ୍ରେ ସାମିଲ କରିଛନ୍ତି। ଏହି କ୍ଷେତ୍ରରେ ମାନୁଫାକ୍ଚରିଂ ଏବଂ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପ୍ରୋତ୍ସାହନ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିଲାଗି କେନ୍ଦ୍ର କ୍ୟାବିନେଟ…
ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍ଡି
ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍ରେ କାମ କରୁଥିଲେ। ସେ ରିଜିଅନାଲ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନର ଏନ୍ଆଇଟି) ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ…
ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍ଏସ୍ପି…
ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍ ସହାୟକ ମୂଲ୍ୟ(ଏମ୍ଏସ୍ପି) କୁ ବୃଦ୍ଧି କରାଯାଇଛି। ଗହମର ଏମ୍ଏସ୍ପିରେ ୪୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହା ଏବେ କ୍ୱିଣ୍ଟାଲ ପିଛା ୨୦୧୫କୁ…
ବିଟ୍କଏନ୍କୁ ଅଫିସିଆଲ କରେନ୍ସି ମାନ୍ୟତା
ସାନ୍ ସାଲ୍ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍କଏନ୍କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି। କିଛି ମାସ ପୂର୍ବରୁ ଏହି ଦେଶ ବିଟ୍କଏନକୁ ବୈଧ ବୋଲି ଘୋଷଣା କରିଥିଲା। କ୍ରିପ୍ଟୋକରେନ୍ସି…
ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି
ନୂଆଦିଲ୍ଲୀ,୬।୯: ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୪ ମାସରେ ଟିକସ ଆଦାୟରେ ଏଭଳି ବୃଦ୍ଧି ଘଟିଥିବା…
କମିଲା ପେଟ୍ରୋଲ, ଡିଜେଲ ଦର
ଭୁବନେଶ୍ୱର, ୬।୯୩: ଦିନର ବିରତି ପରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ(ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୧୪ ପଇସା ଏବଂ ଡିଜେଲରେ…
୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି
ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍ ଲାଭ ଦେଇଛି। ଫଳରେ ଗତ କିଛିଦିନ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ଏହି…
କମିଲା ୩୯ ଔଷଧ ଦର
ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍ ଏସେନସିଆଲ ମେଡିସିନ୍(ଏନ୍ଏଲ୍ଇଏମ୍) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ ରୋଗ, ଆଣ୍ଟି ଡାଇବେଟିସ୍, ଆଣ୍ଟି ଭାଇରାଲ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ରେଟ୍ରୋଭାଇରାଲ, ଟିବି ଆଣ୍ଟି…
ବଢ଼ିବ ନିଯୁକ୍ତି ପ୍ରକ୍ରିୟା
ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟକାନ୍ତି ଘୋଷ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଶ୍ରମ ବଜାରର ସ୍ଥିତିରେ ସୁଧାର ଆସିବ ଏବଂ କମ୍ପାନୀଗୁଡିକ ମହାମାରୀ ହ୍ରାସ ହେବା ସହ ନିଯୁକ୍ତି ପ୍ରକ୍ରିୟାକୁ…
ରେକର୍ଡ ଭାଙ୍ଗିଲା ସେନସେକ୍ସ
ନୂଆଦିଲ୍ଲୀ,୩।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ ୨୧୭ ପଏଣ୍ଟ ବୃଦ୍ଧି ପାଇ ୫୮,୦୬୯ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୬୬.୨୦ ପଏଣ୍ଟ ବୃଦ୍ଧି…

