ଫିକିର ଉପସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,୨୦।୧୨: ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା ସଂସ୍ଥା ଫେଡେରେଶନ ଅଫ ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି ଇଣ୍ଡିଆ)ର ୯୪ତମ ବାର୍ଷିକ ଅଧିବେଶନ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ୨ ଦିନ ଧରି ଆୟୋଜିତ ହୋଇଥିବା ଫିକିର ବାର୍ଷିକ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ‘ଫିକି’ର ସଭାପତି ଭାବେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମେହେଟ୍ଟା ମନୋନୀତ ହୋଇଛନ୍ତି। ସେହିଭଳି ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି ଭାବେ ଓଡ଼ିଆ ଶିଳ୍ପପତି ତଥା ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଆଗାମୀ ଦିନରେ ଭାରତୀୟ ଉଦ୍ୟୋଗଜଗତର ବିକାଶ ପାଇଁ କାର୍ଯ୍ୟ କରିବେ। ବିଶେଷକରି ଓଡ଼ିଶା ଶିଳ୍ପାୟନରେ ରହିଥିବା ସମ୍ଭାବନାର ସଫଳ ରୂପାୟନରେ ତାଙ୍କର ଯୋଗଦାନ ରହିବ। ୧୯୯୩ରେ ପଣ୍ଡା ଇଣ୍ଡିଆନ୍‌ ମେଟାଲ ଆଣ୍ଡ ଫେରୋ ଆଲାୟଜ୍‌ (ଇମ୍ଫା)ରେ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ସେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ତୃତୀୟ ଭାରତୀୟ ଭାବେ ଆନ୍ତର୍ଜାତିକ ଚାମ୍ବର ଅଫ କମର୍ସର ଭାରତୀୟ ଚାପ୍ଟର ସଭାପତି (୨୦୧୭-୧୮) ଏବଂ ପ୍ୟାରିସସ୍ଥିତ ଇଣ୍ଟରନ୍ୟାଶନାଲ କ୍ରୋମିଅମ ଡେଭଲପ୍‌ମେଣ୍ଟ ଆସୋସିଏଶନ (ଆଇସିଡିଏ)ର ସଭାପତି (୨୦୧୩-୧୫) ଭାବେ କାର୍ଯ୍ୟ କରିଛନ୍ତି। ଆମେରିକାସ୍ଥିତ ବୋଷ୍ଟନ ବିଶ୍ବବିଦ୍ୟାଳୟ କ୍ୱେଷ୍ଟ୍ରମ ସ୍କୁଲ ଅଫ ବିଜ୍‌ନେସ୍‌ରୁ ଫାଇନାନ୍ସ ଏବଂ ଅପରେଶନ ମ୍ୟାନେଜ୍‌ମେଣ୍ଟରେ ଶୁଭ୍ରକାନ୍ତ ସମ୍ମାନଜନକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ଡ. ଅନୀଶ ଶାହ ସଂଘର ଉପସଭାପତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri