ସେନ୍‌ସେକ୍ସ ୬୧୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩।୧୨: କୋଭିଡ୍‌ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ କ୍ରମାଗତ ୨ୟ ଦିନ ପାଇଁ ଶେୟାର ବଜାରରେ ଉସତ୍ାହ ଦେଖାଦେଇଛି। ବିଗତ ଦିନର ବିଭିନ୍ନ କାରଣ ଯୋଗୁ ବର୍ତ୍ତମାନ ସାରା ବିଶ୍ୱ ଏପରିକି ଭାରତ ମଧ୍ୟ ବହୁ ଆଶଙ୍କା ମଧ୍ୟରେ ରହିଛି। ଏଭଳି ସ୍ଥିତିରେ ଗତ ୨ଦିନ ହେବ ଦଲାଲ ଷ୍ଟ୍ରିଟ୍‌ରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ବୈଦେଶିକ ସମସ୍ୟା ସତ୍ତ୍ୱେ ମଧ୍ୟ ୨୨ ଡିସେମ୍ବର ଶେୟାର ବଜାରର କାରବାର ଆରମ୍ଭରୁ ମାନ୍ଦା ରହିଥିଲେ ମଧ୍ୟ ବନ୍ଦ ପ୍ରାୟ ନୀଳରଙ୍ଗରେ ଶେଷ ହୋଇଥିଲା। ଶେୟାର ବଜାରର ସୂଚନା ଅନୁସାରେ ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ବେଞ୍ଚମାର୍କ ଇଣ୍ଡେକ୍ସ ମୂଲ୍ୟ ୬୧୨ ପଏଣ୍ଟ ବଢି ୫୬,୯୩୧ ଅଙ୍କରେ ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିରେ ମଧ୍ୟ ୧୮୫ ଅଙ୍କ ବଢି ୧୬,୯୫୬ ପଏଣ୍ଟରେ କାରବାର ରହିଛି। ମଙ୍ଗଳବାର ଷ୍ଟକ ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୬୧୧.୫୫ ଅଙ୍କ ଅର୍ଥାତ୍‌ ୧.୦୯ % ବୃଦ୍ଧି ପାଇ ୫୬୯୩୦.୫୬ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି ନିଫ୍ଟିରେ ୧୮୪.୬୦ ଅଙ୍କ ବୃଦ୍ଧି ଘଟିଛି, ଅର୍ଥାତ ୧.୧୦% ବଢି ୧୬,୯୫୫.୪୫ ପଏଣ୍ଟରେ ବନ୍ଦ ହୋଇଛି।
ଦଲାଲ ଷ୍ଟ୍ରିଟ୍‌ର ବିଏସ୍‌ଇ ସେନ୍‌ସେକ୍ସ ସୂଚୀର ଶ୍ରେଷ୍ଠ ୩୦ଟି ଶେୟାର ବଜାର ଷ୍ଟକ୍‌ ପ୍ରାୟତଃ ଅଭିବୃଦ୍ଧି କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚର ସୂଚନା ଅନୁସାରେ ବଜାଜ ଫାଇନାନ୍ସ ସର୍ବାଧିକ ଲାଭ କରିଥିବା ବେଳେ ଅନ୍ୟ ନିବେଶକମାନେ ମଧ୍ୟ ୨ରୁ୨.୭% ଅଭିବୃଦ୍ଧି କରିଛନ୍ତି। ବିଶେଷକରି ବୁଧବାର ରିଲାଏନ୍ସ, ଭାରତୀ ଏୟାରଟେଲ, ଆଇସିଆଇସିଆଇ ବ୍ୟାଙ୍କ, ଟାଇଟନ୍‌, ଏଲଆଣ୍ଡଟି, ଆକ୍ସିସ୍‌ ବ୍ୟାଙ୍କ ଏବଂ ବଜାଜ ଗ୍ରୁପ , ଟିସିଏସ, ଟାଟା ଷ୍ଟିଲ ଭଳି ପ୍ରମୁଖ ନିବେଶକ କମ୍ପାନୀଙ୍କ ଶେୟାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ନେସ୍‌ଲେ ଇଣ୍ଡିଆ ଓ ଆଇଟିସି ଭଳି କମ୍ପାନୀର ଶେୟାର ଅଳ୍ପ ପରିମାଣରେ ହ୍ରାସ ପାଇଛି। ସେହିଭଳି ସେକ୍ଟୋରିଆଲ ଇଣ୍ଡେକ୍ସ କଥା କହିବାକୁ ଗଲେ ୨୨ ଡିସେମ୍ବରର ବଜାର କାରବାର ପ୍ରାୟ ସମସ୍ତ ସେକ୍ଟର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷକରି ବ୍ୟାଙ୍କ, ଅଟୋ, ଏଫ୍‌ଏମ୍‌ଜିସିି, ଆଇଟି,ମେଟାଲ, ଫାର୍ମା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ହେଲ୍‌ଥ କେୟାର ୟୁନିଟ ଏବଂ ଅଏଲ ଓ ଗ୍ୟାସ୍‌ ଭଳି ନିବେଶକ କମ୍ପାନୀଗୁଡିକର କାରବାର ଭଲ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri