ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର ଆବଶ୍ୟକତା ପଡିଥାଏ। ଯାହାକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିବା ପରେ ସ୍ଥାନୀୟ ତହସିଲଦାର ପ୍ରଦାନ କରିଥାନ୍ତି। ହେଲେ ସମ୍ବଲପୁର ତହସିଲ ଅଫିସରେ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରମାନେ ଜାତି ପ୍ରମାଣପତ୍ର ପାଇବାକୁ ନାକେଦମ ହେଉଛନ୍ତି। ଜମିପଟ୍ଟା ନ ଥିବା ପରିବାରର ପିଲାମାନେ ଜାତି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅନେକ ଅଭିଯୋଗ ସମାନାକୁ ଆସୁଛି।
ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୧୭୦ରୁ ଅଧିକ ବସ୍ତି ରହଛି। ସେଥି ମଧ୍ୟରୁ ଅଧିକାଂଶ ସରକାରୀ ଜମିରେ ରହିଛି। ସେଠାରେ ଲକ୍ଷାଧିକ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଜନଜାତି ଏବଂ ଅନୁସୂଚିତ ଜାତିର। ତେବେ ସେମାନେ ସମ୍ବଲପୁର ତହସିଲଦାରଙ୍କଠାରେ ନିଜ ଝିଅପୁଅଙ୍କ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର ଆବେଦନ କରିବା ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ଆଙ୍ଗନବାଡି କର୍ମୀଙ୍କ ଦସ୍ତଖତ ଏବଂ ସତ୍ୟପାଠ ଦାଖଲ କରି ଆବେଦନ କରୁଥିଲେ। ତେବେ ତାହା ଗ୍ରହଣୀୟ ହେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଜନସେବା କେନ୍ଦ୍ରଗୁଡିକ ମଧ୍ୟ ଆବେଦନ ସମୟରେ ଜମିପଟ୍ଟା ନଦେଲେ ଜାତି ପ୍ରମାଣପତ୍ର ମିଳିବ ନାହିଁ ବୋଲି କହି ଆବେଦନକାରୀଙ୍କୁ ଫେରାଇ ଦେଉଛନ୍ତି। ନିଜେ ସିଧାସଳଖ ଅନ୍‌ଲାଇନ ଆବେଦନ କରିବାରେ ଅସମର୍ଥ ଗରିବ ପରିବାରଗୁଡିକ ଆଇନଜୀବୀଙ୍କ ସହଯୋଗ ନେଇ ପଞ୍ଚନାମା ସହ କରିଥିବା ଆବେଦନ ଗ୍ରହଣୀୟ ନହେବା ଯୋଗୁଁ ଆହୁରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। କିଛିଦିନ ପୂର୍ବରୁ ଚାରଭାଟି ଅଞ୍ଚଳର ରିକିତା ଓରାମ ନାମକ ପିଲାର ସ୍କୁଲରେ ନାମଲେଖା ପାଇଁ ତାଙ୍କ ମା’ ଜାତି ପ୍ରମାଣପତ୍ର ଆବେଦନ କରିଥିଲେ। ହେଲେ ସମ୍ବଲପୁରରେ ତାଙ୍କର ନିଜସ୍ବ ଜମି ନ ଥିବା କାରଣରୁ ଜମିପଟ୍ଟା ଦେଇ ପାରଲେ ନାହିଁ। ଏଥିରେ ତାଙ୍କର ଜାତି ପ୍ରମାଣପତ୍ର ଆବେଦନ ଖାରଜ ହୋଇଯାଇଥିଲା। ଏହା ଏକ ଉଦାହରଣ ମାତ୍ର ନିୟମିତ ଏଭଳି ଆବେଦନ ସମ୍ବଲପୁରରେ ଖରଜ ହେଉଥିବା ଦେଖିବାକୁ ମିଳୁୁଛି। ଏନେଇ ଆଇନଜୀବୀ ଶେଷଦେବ ମିଶ୍ର କୁହନ୍ତି, ଆଗରୁ ପଞ୍ଚନାମା ଜରିଆରେ ଆବେଦନ କଲେ ସ୍ଥାନୀୟ ରାଜସ୍ବ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବାପରେ ଜାତି ପ୍ରମାଣପତ୍ର ମିଳିପାରୁଥିଲା। ହେଲେ ବିଗତ କିଛି ମାସ ହେବ ତହସିଲଦାର ଏଭଳି ଆବେଦନଗୁଡିକ ଖାରଜ କରି ଦେବା ଦ୍ୱାରା ବହୁ ଛାତ୍ରୀଛାତ୍ର ଜାତି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ତହସିଲଦାର ମନୋଜ ପ୍ରଭାକର କୁଜୁରଙ୍କୁ ପଚାରିବାରୁ କହିଛନ୍ତି, ଯେହେତୁ ସମ୍ବଲପୁରକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ରହୁଛନ୍ତି ସେମାନଙ୍କ ପ୍ରକୃତ ଜାତି କ’ଣ ସ୍ଥାନୀୟ ଲୋକେ ଜାଣିନଥାନ୍ତି। ତେଣୁ ସେମାନଙ୍କର ଯଦି ସମ୍ବଲପୁରରେ ସ୍ଥାୟୀ ପଟା ନାହିଁ ତେବେ ଯେଉଁଠାରୁ ଆସିଛନ୍ତି ସେଠାରେ ଜାତି ପ୍ରମାଣପତ୍ର ଆବେଦନ କରନ୍ତୁ ବୋଲି କହିଥିଲେ। ତେବେ ସମ୍ବଲପୁରରେ ରହୁଥିବା ଜନଜାତି ଏବଂ ଅନୁସୁଚିତ ଜାତିର ଛାତ୍ରୀଛାତ୍ର କିଭଳି ଜାତି ପ୍ରମାଣପତ୍ର ସହଜରେ ପାଇପାରିବେ ତାର ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?