Posted inଜାତୀୟ

ନିର୍ବାଚନରେ ମାଗଣା ଉପହାର ଦେବା ମାମଲା, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୬।୭ : ର୍ନିବାଚନ ସମୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ଉପହାର ପ୍ରଦାନ ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇ କହିଛନ୍ତି ଯେ କାହିଁକି ସରକାର ଏହି ପ୍ରସଙ୍ଗରେ ଦ୍ୱିଧା କରୁଛନ୍ତି? ଏନେଇ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ଏହା ଏକ ଗମ୍ଭୀର ପ୍ରସଙ୍ଗ କି ନୁହେଁ କି ବୋଲି ସୁପ୍ରିମ୍‌କୋର୍ଟ ପଚାରିଛନ୍ତି। ଏହା ପରେ ଆମେ ସ୍ଥିର କରିବୁ ଏହି ମାଗଣା ସୁବିଧାଗୁଡିକ ଜାରି ରହିବ କି ନାହିଁ । ଫ୍ରିବିଜ ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ବ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ଶୀର୍ଷକୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି।

ଏହି ଫ୍ରିବିଜ ଯୋଗୁ ଦେଶର ଅର୍ଥନୀତି ସହିତ ଖେଳାଯାଉଛି। ପ୍ରଧାନ ବିଚାରପତି ଏନଭି ରାମନ, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା କେନ୍ଦ୍ରରୁ ଜବାବ ମାଗିଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବେ। ଆମେ କିଛି କରିପାରିବୁ ନାହିଁ। କେନ୍ଦ୍ର ପକ୍ଷରୁ ଏଏସଜି କେ.ଏମ୍‌. ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହାକୁ କେବଳ ଏଏସଆଇ ଦ୍ୱାରା ସମାଧାନ କରିବାକୁ ପଡିବ । ଏଥିପାଇଁ ରମନା ପ୍ରଶ୍ନ କରିଛନ୍ତି ତୁମେ ଏହା କାହିଁକି ନିଶ୍ଚିତ କରିବ ନାହିଁ ଯେ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ନିର୍ବାଚନ ଆୟୋଗଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡିବ?

ମୁଁ ପଚାରୁଛି ଭାରତ ସରକାର ବିଚାର କରୁଛନ୍ତି କି ଏହା ଏକ ଗୁରୁତର ପ୍ରସଙ୍ଗ କି ନୁହେଁ? ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଏକ ବିସ୍ତୃତ ଉତ୍ତର ଫାଇଲ କରନ୍ତୁ ବୋଲି ରମନା କହିଛନ୍ତି।

ଏଥି ସହିତ, ରମନା କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲଙ୍କୁ କହିଥିଲେ ଯେ ସେ ଜଣେ ବରିଷ୍ଠ ଏମ୍‌ପି ଏବଂ ଏହାର ସମାଧାନ ପାଇଁ ପରାମର୍ଶ ଦେବା ଉଚିତ। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିବଲ କହିଛନ୍ତି। ଯେତେବେଳେ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟନ କରନ୍ତି, ସେତେବେଳେ ଏହା ରାଜ୍ୟର ଋଣକୁ ବିଚାରକୁ ନେବୋ ଜରୁରୀ। ଏହାର ମୁକାବିଲା ପାଇଁ ଅର୍ଥ ଆୟୋଗ ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ବୋଧହୁଏ ଆମେ ଏହି ଦିଗକୁ ଦେଖିବା ପାଇଁ ଆୟୋଗକୁ ଆମନ୍ତ୍ରଣ କରିପାରିବା। ଏଥି ସହ ଆବେଦନକାରୀ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଏହି ପ୍ରସଙ୍ଗ ଗୁରୁତର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?