ଗଛରେ ପିଟିହେଲା କାର: ବରକନ୍ୟାଙ୍କ ସମେତ ୬ ଗୁରୁତର

ସୋନପୁର,୧୨।୬(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବରକନ୍ୟାଙ୍କୁ ଧରି ଫେରୁଥିବା ଏକ କାର ଗଛକୁ ଜୋରରେ ଧକ୍କା ଦେଇଛି। ଫଳରେ କନ୍ୟା ଅନିତା ପ୍ରଧାନ(୨୫), ବର ସୋନୁ ପ୍ରଧାନ(୩୦)ଙ୍କ ସମେତ ପୂଜକ ଦେବେନ୍ଦ୍ର ମିଶ୍ର, ଡ୍ରାଇଭର ଓ ବରକନ୍ୟାଙ୍କ ପରିବାରର ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ସଙ୍ଗେସଙ୍ଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲା ଟିଟିଲାଗଡରେ ରବିବାର ରାତିରେ ଅନିତା ଓ ସୋନୁଙ୍କ ବିବାହ ହୋଇଥିଲା। ବିବାହ ସାରି ବରଯାତ୍ରୀ ଦଳ ଓ ବରକନ୍ୟା ଆଗପଛ ହୋଇ ସମ୍ବଲପୁର ଫବ୍‌ସି ସ୍ଥିତ ବାସଭବନକୁ ଫେରୁଥିଲେ। ବରକନ୍ୟା, ପୂଜକ ଓ ପରିବାରବର୍ଗ ମହିନ୍ଦ୍ରା କେୟୁଭି କାର ନଂ. ଓଆର୧୭ପି-୮୨୪୩ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ କାର ଡ୍ରାଇଭର ଭାରସାମ୍ୟ ହରାଇ ଏକ ଚାକୁଣ୍ଡା ଗଛକୁ ଧକ୍କା ଦେଇଥିଲା। ସାନପୁର ଝିଙ୍କି ଅଞ୍ଚଳର ଲବ ପଟ୍ଟନାୟକ ଓ କିଛି ସ୍ବେଚ୍ଛାସେବୀ ଖବର ପାଇ କନ୍ୟା, ବର, ପୂଜକ ଓ ଅନ୍ୟ ଆହତଙ୍କୁ କାର ଭିତରୁ ବାହାର କରିଥିଲେ। ଖବର ପାଇ ସମ୍ବଲପୁର ଅଭିମୁଖେ ଯାଉଥିବା ବର ସୋନୁଙ୍କ ବାପା ଉଲୁଣ୍ଡା ନିକଟରୁ ଦୁର୍ଘଟଣା ସ୍ଥଳକୁ ଫେରିଥିଲେ। ତାଙ୍କ କାର୍‌ରେ ଆହତଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ କାର ଡ୍ରାଇଭର ସେମିତି ଗଛରେ ଚାପି ହୋଇ ରହିଥିଲେ। କିଛି ଟ୍ରକ୍‌ ଡ୍ରାଉଭର ଓ ହେଲପର ତାଙ୍କୁ ବହୁ କଷ୍ଟରେ ସକାଳ ୫ଟା ୪୫ରେ ବାହାର କରିବାକୁ ସକ୍ଷମ ହୋଇଥିଲେ। ଦୁର୍ଘଟଣାରେ କନ୍ୟା ଅନିତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବର ସୋନୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହିପରି ପୂଜକ ଦେବେନ୍ଦ୍ରଙ୍କ ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌କୁ ଫୋନ୍‌ କରିଥିଲେ । ମାତ୍ର ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି। ରାତି ପର୍ଯ୍ୟନ୍ତ ଦୁର୍ଘଟଣା ସମ୍ପର୍କରେ ସୋନପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ପୋଲିସ ଅଧିକାରୀ ସକାଳେ ତଦନ୍ତ ପାଇଁ ଚିକିତ୍ସାଳୟକୁ ଯିବା ପୂର୍ବରୁ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିଲା । କୌଣସି ସୂଚନା ନ ଥିବାରୁ ପୋଲିସ ତଦନ୍ତରେ ବିଳମ୍ବ ହୋଇଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri