Posted inଖେଳ

ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ

ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଏହି ପରାଜୟ ସହ ଶେଷ ହୋଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। କୋଲକାତା ୧୩ ତାରିଖରେ ଏହି ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ଭେଟିବ।

ପୂରା ମ୍ୟାଚ୍‌ରେ ଛାୟୀ ହୋଇ ରହିଥିଲେ କୋଲକାତାର ସୁନିଲ ନାରିନ। ବୋଲିଂରେ ୪ ଉଇକେଟ ନେଇ ଆରସିବିର ବ୍ୟାଟିଂ ଲାଇନ୍‌ଅପ୍‌କୁ ଧରାଶାୟୀ କରି ଦେଇଥିଲେ। ଆଉ ବ୍ୟାଟିଂରେ ୨୬ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ, ଯେଉଁଥିରେ ସାମିଲ ଥିଲା ୩ ଛକା। ତାଙ୍କ ବ୍ୟତୀତ ଶୁବମାନ ଗିଲ (୨୯), ଭେଙ୍କଟେଶ ଆୟାର (୨୬) ଓ ନୀତିଶ ରାଣା (୨୩) ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ମହମ୍ମଦ ସିରାଜ, ହର୍ଶଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ୨ ଲେଖାଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆର୍‌ସିବି)କୁ ଭଲ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ବିରାଟ କୋହଲି (୩୯)। ଦୁହେଁ ୫ ଓଭରରେ ୪୯ ରନ୍‌ କରିଥିଲେ। ଲାଗୁଥିବା ଆରସିବି ବଡ଼ ସ୍କୋର ଛିଡ଼ା କରିବ। କିନ୍ତୁ ସବୁ କିଛି ବଦଳି ଦେଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ସ୍ପିନର ସୁନିଲ ନାରିନ। ନା ଗ୍ଲେନ ମ୍ୟାକ୍ସଓ୍ବେଲ (୧୫), ନା ଏବି ଡି’ଭିଲର୍ସ (୧୧) ଦଳକୁ ବଞ୍ଚାଇ ପାରି ନ ଥିଲେ। ସେ ୪ ଉଇକେଟ ନେଇ ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ବିଗାଡ଼ି ରଖି ଦେଇଥିଲେ। ଫଳରେ ଆର୍‌ସିବି ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ଖେଳାଳି ନିଲାମ: ସିନ୍ଧୁ, ତାଇ ସବୁଠାରୁ ଦାମୀ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ପ୍ରିମିୟମ ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ) ପଞ୍ଚମ ସସ୍କରଣ ପାଇଁ ଏଠାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ସର୍ବାଧିକ ୭୭...

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ...

ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ; ରେକର୍ଡ ସପ୍ତମ ଥର ଲାଗି ଖେଳିବେ…

ନୂଆଦିଲ୍ଲୀ,୨୦।୯: ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ। କେନ ୱିଲିୟମସନଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାର୍ଟିନ...

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା...

ଋତୁପର୍ଣ୍ଣାଙ୍କୁ ଟାଇଟଲ

ହାଇଦ୍ରାବାଦ, ୨୪ା୬ (ପି.ଟି.)- ୟୋନେକ୍ସ-ସନ୍‌ରାଇଜ୍‌ ଅଲ୍‌ ଇଣ୍ଡିଆ ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଡବଲ୍ସ ଟାଇଟଲ ହାସଲ କରିଛନ୍ତି।...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨: ପଦକ ପକ୍କା କଲେ ଓଜାସ ଓ ଜ୍ୟୋତି

ଶାଙ୍ଘାଇ,୨୦ା୫(ପି.ଟି.): ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପଦକ ପକ୍କା କରିଥିବା ବେଳେ ରିକର୍ଭ ଦଳର ପ୍ରଦର୍ଶନ ନୈରାଶ୍ୟଜନ ରହିଛି। ନୂଆ...

ଇଂଲଣ୍ଡ ଅଧିନାୟକ ପଦ ଛାଡ଼ିପାରନ୍ତି ମୋର୍ଗାନ

ଲଣ୍ଡନ,୧୭।୮- ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ପଦ ଛାଡ଼ିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଅଣ୍ଟାଜନିତ ଆହତ ସମସ୍ୟା ଯୋଗୁ...

ଭବିଷ୍ୟତରେ ଭାରତର ଅଧିନାୟକ ହୋଇପାରନ୍ତି ହାର୍ଦ୍ଦିକ: ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୬।୪: ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ। ଡେବ୍ୟୁ ସିଜନରେ ଦଳ ୫ଟି ମୁକାବିଲା ଖେଳିଥିବା ବେଳେ ସେଥିରୁ...

Advertisement
Archives

Model This Week