ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁୁ ଆରମ୍ଭ ହେଲା କାନସ୍ ଫିଲ୍ମ ଫେଷ୍ଟିଭାଲ

ଫ୍ରାନ୍ସ,୧୮ ।୫: ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୫ତମ ସଂସ୍କରଣର ଆରମ୍ଭ ରୁଷିଆ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କିଙ୍କ ଭିଡିଓ ସମ୍ବୋଧନରୁ ଆରମ୍ଭ ହୋଇଛି । ମଙ୍ଗଳବାର ଅର୍ଥାତ୍ ୧୭ ମେ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ୨୮ ମେ’ ପର୍ଯ୍ୟନ୍ତ ଚାଲିବ । ଭିଡିଓ ବାର୍ତ୍ତାରେ ଜେଲନ୍‌ସ୍କି ପରୋକ୍ଷଭାବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୦ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ବନ୍ଦ ଥିବା ବେଳେ ୨୦୨୧ରେ ଛୋଟ ଧରଣର ଆୟୋଜନରେ ଏହା କରାଯାଇଥିଲା । ଫିଲ୍ମ ଫେଷ୍ଟିଭାଲ ଆରମ୍ଭରେ ଜେଲେନ୍‌ସ୍କି ଭବିଷ୍ୟତର ଫିଲ୍ମ ନିର୍ମାତାଙ୍କୁ ଫାଶିଜିମ ଉପରେ ବ୍ୟଙ୍ଗ କରିବା ଓ ଚୁପ ନ ରହିବାକୁ ଅନୁରୋଧ କରିଥିଲେ । ଏହାସହ ଏଡଲ୍ଫ ହିଟଲରଙ୍କ ଉପରେ ଚାର୍ଲି ଚାପଲିନଙ୍କ ବ୍ୟଙ୍ଗକୁ ମଧ୍ୟ ପଶଂସା କରିଥିଲେ ।
ଉଦଘାଟନି ସମାରୋହ ଆରମ୍ଭରେ ଜେଲେନ୍‌ସ୍କି ସିନେମା ଓ ବାସ୍ତବତା ମଧ୍ୟରେ ସମ୍ପର୍କ ବିଷୟରେ ଦୀର୍ଘ ସମୟ ନିଜର ମତ ଦେଇଥିଲେ । ଫ୍ରାନସିସ ଫୋର୍ଡ କପୋଲାଙ୍କ ‘ଆପୋକୈଲିପ୍ସ ନଉ’ ଓ ଚାର୍ଲି ଚାପଲିନଙ୍କ ‘ ଦ ଗ୍ରେଟ ଡିଟେକ୍ଟର’ ଭଳି ଫିଲ୍ମ ତାଙ୍କ ପାଇଁ ପ୍ରେରଣା ବୋଲି ଜେଲେନ୍‌ସ୍କି କହିଛନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ, ୧୯୪୦ରେ ମୁକ୍ତିଲାଭ କରିଥିବା ‘ଦ ଗ୍ରେଟ ଡିଟେକ୍ଟର’ରେ ଚାପଲିନଙ୍କ ଅନ୍ତିମ ଭାଷଣକୁ ଉଦ୍ଧୃତ କରି କହିଥିଲେ, ‘ପୁରୁଷଙ୍କ ଘୃଣା ଶେଷ ହେବ, ଆଉ ଏକଛତ୍ରବାଦୀ ଶାସକର ମୃତ୍ୟୁ ହେବ, ଆଉ ସେହି ଶାସନ ଯାହା ସେ ଜନତାଙ୍କ ନିକଟରୁ ଛଡାଇ ନେଇଥିଲେ , ତାହା ଜନତାଙ୍କ ନିକଟକୁ ଫେରି ଆସିବ’ । ଶେଷରେ ସେ ଅନୁରୋଧ କରିଥିଲେ କି ସିନେମା ସର୍ବଦା ସ୍ୱାଧିନତା ସପକ୍ଷରେ ହେବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ପ୍ରଶଂସା କରି କହିଲେ…

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସେ ସର୍ବଦା ସୋସିଆଲ ମିଡିଆରେ କିଛିନା କିଛି ପୋଷ୍ଟ ଶେୟାର କରନ୍ତି। ବର୍ତ୍ତମାନ ସେ...

ପ୍ରଥମ ଥର ଲାଗି ବରୁଣଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଦିବ୍ୟା

ବମ୍ବେ: ଆଜିକାଲି ପୂର୍ବ ପ୍ରେମିକ ବରୁଣ ସୁଦଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ଗତ ବର୍ଷ ଡିସେମ୍ବରରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା।...

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି ।...

ଇସ୍ତଫାକୁ ଛାଡ଼ି ସବୁ ବୁଝାଯିବ: ଇମ୍ରାନ୍‌

ଇସ୍‌ଲାମାବାଦ, ୬ା୧୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଚପାଇବା ଲାଗି ଜୋର୍‌ଦାର ଉଦ୍ୟମ ଚାଲିଛି। ବିକ୍ଷୋଭକାରୀଙ୍କ ସବୁ ଦାବି...

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ...

ପିତାଙ୍କ ଏମିତି ଫଟୋ ଛାଡିଲେ ଝିଅ, ଲୋକେ ହେଲେ ଭାବୁକ

କାନବେରା,୭।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଭୟଙ୍କର ନିଆ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରାତିଦିନ ଲାଗିପଡିଛନ୍ତି। କିଛିଦିନ ପୂର୍ବରୁ ଅଗ୍ନିଶମ...

କରୋନା କେଉଁଠୁ ଆସିଛି ଜାଣିବା ଜରୁରୀ: ଡବ୍ଲୁଏଚ୍‌ଓ

ଜେନେଭା,୧ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନରାଲ ଟେଡ୍ରୋସ୍ ଅଦାନମ ଘେବ୍ରୟସସ କହିଛନ୍ତି କରୋନା ଭାଇରସ କେଉଁଠୁ ଆସିଛି ତାହା ଜାଣିବା ଜରୁରୀ ।...

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ...

Advertisement
Archives

Model This Week