୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୩।୨(ସ୍ବ.ପ୍ର): କୋରାପୁଟ ଜିଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବାବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ପୂର୍ବ ସୂଚନାପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର୍‌କୁ ପୋଲିସ ଅଟକାଇଥିଲା। ହେଲେ ଗଞ୍ଜେଇ ମାଫିଆମାନେ ପୋଲିସକୁ ଦେଖି କାର୍‌କୁ କିଛି ଦୂରରେ ରଖି ଚମ୍ପଟ ମାରିଥିଲେ। ପୋଲିସ କାର୍‌ ଯାଞ୍ଚ କରିବାବେଳେ କାର୍‌ ଭିତରେ ଥିବା ୩ ବସ୍ତା ଗଞ୍ଜେଇ ଜବତ କରିଥିଲେ। ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିବାବେଳେ ମୋଟ୍‌ ୬୩ କେଜି ୭ ଶହ ଗ୍ରାମ ବୋଲି ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି। ଜବତ କାର୍‌ର ନମ୍ବର ଆଧାରରେ କାର୍‌ ମାଳିକ ନାମରେ ଏନ୍‌ଡିପିଏସ୍‌ରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ...

୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ...

ବନ୍ୟାଜଳ ଧୋଇନେଲା ଚାଷୀଙ୍କ ବର୍ଷକ ଆହାର

ମହାକାଳପଡ଼ା,୨୪ା୮(ଡି.ଏନ୍‌.ଏ.): ମହାନଦୀର ଚଳିତ ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀଙ୍କ ମୁହଁରୁ ବର୍ଷକର ଆହାର ଛଡ଼ାଇ ନେଇଛି। ଚାଷୀମାନଙ୍କ ଖରିଫ ଧାନ ଫସଲ ବନ୍ୟାଜଳରେ...

ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ...

CORONAVIRUS UPDATE : ନୂଆ ୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୧୬ ଆକ୍ରାନ୍ତ ସୁରଟ ଫେରନ୍ତା, ରାଉରକେଲା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର

ଭୁବନେଶ୍ୱର, ୯।୫(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୧୪ ଏବଂ ପରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ବାଇକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ

ଭବାନୀପାଟଣା,୧୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକ ନିକଟରେ ବୁଧବାର ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କୁନ୍ତଳା...

ଏମ୍‌ସିଏଲ୍‌ କୋଇଲା ଖଣି ଜଳାର୍ଣ୍ଣବ : ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୫ା୭: ଝାରସୁଗୁଡ଼ା ଜିଲାରେ ମୌସୁମୀ ବର୍ଷା ୧ ସପ୍ତାହ ହେଲା ଆରମ୍ଭ ହୋଇଛି। ଏପରିକି ବର୍ଷାଜଳ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର...

ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ

ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା...

Advertisement
Archives

Model This Week