ଅପେକ୍ଷାରେ ପ୍ରାର୍ଥୀ

Dillip Cherian

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନର ବହୁ ପ୍ରତୀକ୍ଷିତ ସାକ୍ଷାତ୍‌କାରକୁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ସ୍ଥଗିତ ରଖିଛି। ସାକ୍ଷାତ୍‌କାର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ଆସିଥିଲା, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶକ ଖୋଜିବା ଦାୟିତ୍ୱରେ ଥିବା ଏଫ୍‌ଏସ୍‌ଆଇବି ଅବସର ନେବାକୁ ଯାଉଥିବା ଦୀନେଶ ଖାରାଙ୍କ ସ୍ଥାନରେ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନେବାକୁ ସ୍ଥିର କରିଥିଲା। ଖାରା ଅଗଷ୍ଟ ୨୮ରେ ଅବସର ନେବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାରେ ସାଧାରଣତଃ ଏସ୍‌ବିଆଇର କାର୍ଯ୍ୟରତ ପରିଚାଳନା ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଏ। ଏଫ୍‌ଏସ୍‌ଆଇବି ଜଣେ ପ୍ରାର୍ଥୀଙ୍କୁ ସୁପାରିସ କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ନିଯୁକ୍ତି କମିଟି (ସିଏଏ) ଜଣେ ପ୍ରାର୍ଥୀଙ୍କୁ ଶେଷରେ ନିଯୁକ୍ତ କରିଥାଏ। ଏବେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସାକ୍ଷାତ୍‌କାରଗୁଡ଼ିକ ସ୍ଥଗିତ ରଖାଯାଇଛି ଏବଂ ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଏହା ପୁନର୍ବାର ଆରମ୍ଭ ହେବା ସମ୍ଭାବନା ରହିଛି। ଏଫ୍‌ଏସ୍‌ଆଇବିର ନେତୃତ୍ୱ ନେଉଛନ୍ତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ପୂର୍ବତନ ସଚିବ ଭାନୁ ପ୍ରତାପ ଶର୍ମା ଏବଂ ଚୟନ କମିଟିରେ ରହିଛନ୍ତି ଆର୍ଥିକ ସେବା ସଚିବ, ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ବିଭାଗ ସଚିବ ଏବଂ ଆର୍‌ବିଆଇ ଡେପୁଟି ଗଭର୍ନର । ଅନ୍ୟ ସଦସ୍ୟମାନେ ହେଉଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ପୂର୍ବତନ ଚେୟାରମ୍ୟାନ ତଥା ଏମ୍‌ଡି ଅନିମେଶ ଚୌହାନ, ଆର୍‌ବିଆଇର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପକ ସିଂଘଲ ଏବଂ ଆଇଏନ୍‌ଜି ବୈଶ୍ୟ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଶୈଳେନ୍ଦ୍ର ଭଣ୍ଡାରୀ। ତେବେ ଏହି ପ୍ରାର୍ଥୀମାନେ ଅପେକ୍ଷାରେ ରହିଛନ୍ତି।
ସଂସଦ ସୁରକ୍ଷାରେ ସିଆଇଏସ୍‌ଏଫ୍‌
ସାଧାରଣ ନିର୍ବାଚନ ସମୟରେ ଦୁଇଟି ସଂସଦ ଭବନକୁ ଜଗିବାରେ ୧୪୦୦ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ବଦଳରେ ୩,୩୦୦ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ କାହିଁକି ରଖାଗଲା? ଏଭଳି ପରିବର୍ତ୍ତନ ଚିନ୍ତାର ବିଷୟ ହୋଇଛି ଏବଂ ସଂସଦ ସୁରକ୍ଷା ସେବା(ପିଏସ୍‌ଏସ୍‌)ର ଭବିଷ୍ୟତକୁ ନେଇ ଅନେକେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସିଆଇଏସ୍‌ଏଫ୍‌କୁ ପ୍ରମୁଖ ସୁରକ୍ଷା କାର୍ଯ୍ୟ ନ୍ୟସ୍ତ କରିବା ନିଷ୍ପତ୍ତିକୁ ନେଇ ପର୍ଯ୍ୟବେକ୍ଷକ ଏବଂ ବାବୁମାନେ ଚକିତ ହୋଇଯାଇଛନ୍ତି। କାରଣ ସିଆଇଏସ୍‌ଏଫ୍‌ର ବିମାନବନ୍ଦର ଏବଂ ମେଟ୍ରୋ ଷ୍ଟେଶନରେ ସର୍ବସାଧାରଣଙ୍କ ପରିଚାଳନାର ଅଭିଜ୍ଞତା ରହିଛି। ସଂସଦର ଅନନ୍ୟ ସୁରକ୍ଷାର ଆବଶ୍ୟକତା ଥିବାବେଳେ ସିଆଇଏସ୍‌ଏଫ୍‌ର ସୀମିତ ଅଭିଜ୍ଞତା ତଥା ପରିଚିତି ଚିନ୍ତା ବଢ଼ାଇଦେଇଛି । ଅନ୍ୟପକ୍ଷରେ ୧୯୫୦ରେ ଭାରତ ଏହାର ସମ୍ବିଧାନକୁ ଗ୍ରହଣ କରିବା ପରଠାରୁ ପିଏସ୍‌ଏସ୍‌ ସଂସଦ ନିରାପତ୍ତାର ମୂଳଦୁଆ ଭାବେ ରହିଆସିଛି। ତେବେ ସମ୍ପ୍ରତି ଏହି ପଦକ୍ଷେପ ସ୍ବାଭାବିକ ଭାବରେ ଅନେକ ପିଏସ୍‌ଏସ୍‌ ଅଧିକାରୀଙ୍କୁ ସେମାନଙ୍କ ଚାକିରି ବିଷୟରେ ଚିନ୍ତାରେ ପକାଇଦେଇଛି । ଗତ ୧୦ବର୍ଷ ମଧ୍ୟରେ କୌଣସି ନୂତନ ନିଯୁକ୍ତି ହୋଇ ନ ଥିବାରୁ ସେମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ପ୍ରଥମେ ସଂସଦ ସଚିବାଳୟ ଦ୍ୱାରା ପିଏସ୍‌ଏସ୍‌ ଅଧିକାରୀମାନେ ନିଯୁକ୍ତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଏହା ଭାରତ ସରକାରଙ୍କ ଅଧୀନରେ ଥିବାବେଳେ ୫୫ବର୍ଷ ବୟସରେ ବାଧ୍ୟତାମୂଳକ ଅବସର ନେବାର ଗୁଜବ ସେମାନଙ୍କୁ ଆହୁରି ଅସନ୍ତୁଷ୍ଟ କରିଛି। ସାଧାରଣତଃ ସାଂସଦ, ଭିଭିଆଇପି ଏବଂ କର୍ମଚାରୀଙ୍କୁ ଚିହ୍ନଟ କରିବାରେ ପିଏସ୍‌ଏସ୍‌ର ବିଶେଷ ଜ୍ଞାନ ଅଛି, ଯାହାଦ୍ୱାରା ଅନଧିକୃତ ପ୍ରବେଶକୁ ରୋକାଯାଇପାରିବ। ତେବେ ସଂସଦର ସୁରକ୍ଷା ସିଆଇଏସ୍‌ଏଫ୍‌ ଗ୍ରହଣ କରୁଥିବାରୁ ଏଭଳି ପାରଦର୍ଶିତାସମ୍ପନ୍ନ କାର୍ଯ୍ୟ ଉପରେ ବିପଦ ଦେଖାଦେଇଛି।
ଉତ୍ତରାଧିକାରୀ ଦୌଡ଼
ଭାରତର ଏବକାର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଚଳିତ ବର୍ଷ ଅଗଷ୍ଟରେ ଅବସର ନେବାର ଅଛି। ଯଦି ଏହା ହୁଏ, ତେବେ ଏହି ଦାୟିତ୍ୱରେ ଦୀର୍ଘତମ ସେବା କରିଥିବା ବ୍ୟକ୍ତି ଭାବରେ ସେ ଇତିହାସ ସୃଷ୍ଟି କରିବେ ଏବଂ ଝାଡ଼ଖଣ୍ଡର କ୍ୟାଡର ୧୯୮୨ ବ୍ୟାଚ୍‌ ଅଧିକାରୀ ଗୌବା ପି.କେ.ସିହ୍ନାଙ୍କୁ ଟପିଯିବେ। ସିହ୍ନା ମାତ୍ର ୪ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ଗୌବାଙ୍କ ଉତ୍ତରାଧିକାରୀ ଦୌଡ଼ରେ ୩ଜଣ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଛନ୍ତି। ସେମାନେ ହେଲେ ଅର୍ଥ ସଚିବ ଟି.ଭି. ସୋମନାଥନ, ଗୁଜରାଟର ମୁଖ୍ୟ ଶାସନ ସଚିବ ରାଜକୁମାର ଏବଂ ଜଳଶକ୍ତି ସଚିବ ବିିନି ମହାଜନ। ପ୍ରତ୍ୟେକଙ୍କର ଏକ ପ୍ରଭାବଶାଳୀ ପୃଷ୍ଠଭୂମି ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ପ୍ରମାଣ ରହିଛି। ତାମିଲନାଡୁ କ୍ୟାଡର ସୋମନାଥନ ବିଶ୍ୱ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ତାଙ୍କର ପ୍ରତିଷ୍ଠା ଏପରି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବ୍ୟାଙ୍କ ନେତୃତ୍ୱଙ୍କ ଅନୁରୋଧ କ୍ରମେ ବିଶ୍ୱ ବ୍ୟାଙ୍କରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ସୋମନାଥନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ଏଜେଣ୍ଡାର ସମର୍ଥକ, ଯାହା ତାଙ୍କ ଦାବିକୁ ଦୃଢ଼ କରେ। ଅନ୍ୟ ଜଣେ ପ୍ରାର୍ଥୀ ରାଜକୁମାର ପ୍ରତିରକ୍ଷା ଉପତ୍ାଦନର ସଚିବ ତଥା ଗୁଜରାଟ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। କୁମାର ସମ୍ବେଦନଶୀଳ ବିଭାଗଗୁଡ଼ିକୁ ସଫଳତାର ସହ ପରିଚାଳନା କରିଛନ୍ତି । ଉଲ୍ଲେଖନୀୟ ଯେ, ସେ ମୋଦିଙ୍କ ବିଶ୍ୱସ୍ତ। ତୃତୀୟ ପ୍ରତିଯୋଗୀ ଭାବେ ରହିଛନ୍ତି ବିିନି ମହାଜନ । ସେ ପଞ୍ଜାବର ମୁଖ୍ୟ ସଚିବ ଥିଲେ। ମନମୋହନ ସିଂଙ୍କ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?