ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର ଦୁଇଦିନ ପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି। ରାଜନୈତିକ ଶତ୍ରୁତାରୁ ସୁବ୍ରତଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିବାବେଳେ ପୋଲିସ ସନ୍ଦେହରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି.ଙ୍କ ଉପସ୍ଥିତିରେ ଝାରଗାଡ଼ିଆ ଫାଣ୍ଡିରେ ସୁବ୍ରତଙ୍କୁ ପଚରାଉଚୁରା କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଏସ୍‌ପି କହିଛନ୍ତି।
ରାଜନୈତିକ ଶତ୍ରୁତାରୁ ପୁଅକୁ ଅପହରଣ କରାଯାଇଥିବା ସୁବ୍ରତଙ୍କ ବାପା ଟିବୁ ବେହେରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଅପହରଣକାରୀମାନେ ଗୁରୁବାର ଅପରାହ୍ନରେ ସୁବ୍ରତଙ୍କୁ କଟକ ଜିଲା ଆଠଗଡ଼ରେ ଛାଡ଼ି ଦେଇଥିଲେ। ସେଠାରୁ ସେ କୌଣମି ମତେ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଛକକୁ ଆସିଥିଲେ। ସେଠାରୁ ଜଣେ ବ୍ୟକ୍ତିଙ୍କ ମୋବାଇଲରୁ ବାପାଙ୍କୁ ଫୋନ କରିଥିଲେ। ସେହି ସମୟରେ କଣ୍ଟାବଣିଆ ଥାନାରେ ଉପସ୍ଥିତ ଥିବା ଟିବୁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲେ। ଭାପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁବ୍ରତଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ସୁବ୍ରତ ଅପହରଣ ପଛରେ କି ରହସ୍ୟ ଅଛି ଏବଂ ତାଙ୍କୁ କାହିଁକି ଅପହରଣ କରାଯାଇଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି। ଏଥିରେ କେବଳ ରାଜନୈତିକ ଚକ୍ରାନ୍ତ ଅଛି ନା ଏହାର ଖିଅ ବ୍ୟକ୍ତିଗତ ଶତ୍ରୁତା ଯାଏ ଲମ୍ବିଛି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ନ ୨ଟାରେ ସୁବ୍ରତ ପୁସିଂକାର୍ଡ ଛପାଇବା ଲାଗି ନିମବାହାଳି ଛକକୁ ଯାଇଥିଲେ। ଅଧଘଣ୍ଟା ମଧ୍ୟରେ ଘରକୁ ଫେରିବେ ବୋଲି କହିଥିଲେ ହେଁ କିଛି ସମୟ ପରେ ତାଙ୍କ ଫୋନ୍‌ ଲାଗି ନ ଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ରାତିରେ କଣ୍ଟାବଣିଆ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ୩ଟି ଟିମ୍‌ ଗଠନ କରି ସୁବ୍ରତଙ୍କ ସନ୍ଧାନ ଆରମ୍ଭ କରିଥିଲା। ବୁଧବାର ୫୫ନଂ. ଜାତୀୟ ରାଜପଥରୁ ଝାଡ଼ବନ୍ଧ-ବୈଷ୍ଣବ ବନ୍ଧ ଆଡକୁ ଯାଇଥିବା ରାସ୍ତାରୁ ସୁବ୍ରତଙ୍କ ବାଇକ୍‌ ଏବଂ ଚପଲ ମିଳିଥିଲା। ଏହାପରେ ପରିବାର ଲୋକେ ଅଘଟଣ ଆଶଙ୍କାରେ ଭୟଭୀତ ହୋଇଯାଇଥିଲେ। ସୁବ୍ରତ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ତାଙ୍କ ଘରେ ପହଞ୍ଚତ୍ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ କଣ୍ଟାବଣିଆ ଥାନାକୁ ଯାଇ ସୁବ୍ରତଙ୍କୁଠାବ କରିବା ଦିଗରେ ପଦକ୍ଷେପ ନେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁବ୍ରତଙ୍କୁ ଉଦ୍ଧାର କରା ନ ଗଲେ ଧାରଣା ଦେବେ ବୋଲି ବିଧାୟିକା ଚେତାବନୀ ଦେଇଥିଲେ। ଏହାକୁ ନେଇ ଗୁରୁବାର ପରିବାର ସଦସ୍ୟ ବିଧିବଦ୍ଧ ଭାବେ କଣ୍ଟାବଣିଆ ଥାନାରେ ଏକ ଅପହରଣ ମାମଲା ରୁଜୁ କରିବା ପରେ ନଂ. ୧୫/୨୨, ଦଫା ୩୬୩, ୩୬୫ ଓ ୩୬୮ରେ ଏକ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri