ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର ଦୁଇଦିନ ପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି। ରାଜନୈତିକ ଶତ୍ରୁତାରୁ ସୁବ୍ରତଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିବାବେଳେ ପୋଲିସ ସନ୍ଦେହରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି.ଙ୍କ ଉପସ୍ଥିତିରେ ଝାରଗାଡ଼ିଆ ଫାଣ୍ଡିରେ ସୁବ୍ରତଙ୍କୁ ପଚରାଉଚୁରା କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଏସ୍‌ପି କହିଛନ୍ତି।
ରାଜନୈତିକ ଶତ୍ରୁତାରୁ ପୁଅକୁ ଅପହରଣ କରାଯାଇଥିବା ସୁବ୍ରତଙ୍କ ବାପା ଟିବୁ ବେହେରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଅପହରଣକାରୀମାନେ ଗୁରୁବାର ଅପରାହ୍ନରେ ସୁବ୍ରତଙ୍କୁ କଟକ ଜିଲା ଆଠଗଡ଼ରେ ଛାଡ଼ି ଦେଇଥିଲେ। ସେଠାରୁ ସେ କୌଣମି ମତେ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଛକକୁ ଆସିଥିଲେ। ସେଠାରୁ ଜଣେ ବ୍ୟକ୍ତିଙ୍କ ମୋବାଇଲରୁ ବାପାଙ୍କୁ ଫୋନ କରିଥିଲେ। ସେହି ସମୟରେ କଣ୍ଟାବଣିଆ ଥାନାରେ ଉପସ୍ଥିତ ଥିବା ଟିବୁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଥିଲେ। ଭାପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁବ୍ରତଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ସୁବ୍ରତ ଅପହରଣ ପଛରେ କି ରହସ୍ୟ ଅଛି ଏବଂ ତାଙ୍କୁ କାହିଁକି ଅପହରଣ କରାଯାଇଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍‌ ଧରିଛି। ଏଥିରେ କେବଳ ରାଜନୈତିକ ଚକ୍ରାନ୍ତ ଅଛି ନା ଏହାର ଖିଅ ବ୍ୟକ୍ତିଗତ ଶତ୍ରୁତା ଯାଏ ଲମ୍ବିଛି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ନ ୨ଟାରେ ସୁବ୍ରତ ପୁସିଂକାର୍ଡ ଛପାଇବା ଲାଗି ନିମବାହାଳି ଛକକୁ ଯାଇଥିଲେ। ଅଧଘଣ୍ଟା ମଧ୍ୟରେ ଘରକୁ ଫେରିବେ ବୋଲି କହିଥିଲେ ହେଁ କିଛି ସମୟ ପରେ ତାଙ୍କ ଫୋନ୍‌ ଲାଗି ନ ଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ରାତିରେ କଣ୍ଟାବଣିଆ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ୩ଟି ଟିମ୍‌ ଗଠନ କରି ସୁବ୍ରତଙ୍କ ସନ୍ଧାନ ଆରମ୍ଭ କରିଥିଲା। ବୁଧବାର ୫୫ନଂ. ଜାତୀୟ ରାଜପଥରୁ ଝାଡ଼ବନ୍ଧ-ବୈଷ୍ଣବ ବନ୍ଧ ଆଡକୁ ଯାଇଥିବା ରାସ୍ତାରୁ ସୁବ୍ରତଙ୍କ ବାଇକ୍‌ ଏବଂ ଚପଲ ମିଳିଥିଲା। ଏହାପରେ ପରିବାର ଲୋକେ ଅଘଟଣ ଆଶଙ୍କାରେ ଭୟଭୀତ ହୋଇଯାଇଥିଲେ। ସୁବ୍ରତ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ତାଙ୍କ ଘରେ ପହଞ୍ଚତ୍ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ କଣ୍ଟାବଣିଆ ଥାନାକୁ ଯାଇ ସୁବ୍ରତଙ୍କୁଠାବ କରିବା ଦିଗରେ ପଦକ୍ଷେପ ନେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁବ୍ରତଙ୍କୁ ଉଦ୍ଧାର କରା ନ ଗଲେ ଧାରଣା ଦେବେ ବୋଲି ବିଧାୟିକା ଚେତାବନୀ ଦେଇଥିଲେ। ଏହାକୁ ନେଇ ଗୁରୁବାର ପରିବାର ସଦସ୍ୟ ବିଧିବଦ୍ଧ ଭାବେ କଣ୍ଟାବଣିଆ ଥାନାରେ ଏକ ଅପହରଣ ମାମଲା ରୁଜୁ କରିବା ପରେ ନଂ. ୧୫/୨୨, ଦଫା ୩୬୩, ୩୬୫ ଓ ୩୬୮ରେ ଏକ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri