Odisha Elections 2024
Posted inଜାତୀୟ

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଜଣେ ପ୍ରାର୍ଥୀଙ୍କର ଅନ୍ୟ ରାଜନେତାଙ୍କ ସହ ସମାନ ନାଁ ରହିଥିଲେ, ତାଙ୍କୁ ନିର୍ବାଚନରୁ ଓହରିଯିବା ପାଇଁ କୁହାଯାଇ ପାରିବ ନାହଁି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି। ନିର୍ବାଚନରେ ସମାନ ନାମଧାରୀ ପ୍ରାର୍ଥୀଙ୍କୁ ନେଇ ଉପୁଜୁ୍‌ଥିବା ସମସ୍ୟାର ସମାଧାନ ଦିଗରେ ଜରୁରୀ ପଦକ୍ଷେପ ନେବା ନିମନ୍ତେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାଏର ହୋଇଥିବା ପିଟିଶନକୁ ଜଷ୍ଟିସ ବି.ଆର୍‌. ଗଭାଇ, ସତୀଶ ଚନ୍ଦ୍ର ଶର୍ମା ଏବଂ ସନ୍ଦୀପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଯଦି ଜନ୍ମରୁ କାହାର ନାଁ ରାହୁଲ ଗାନ୍ଧୀ କିମ୍ବା ଲାଲୁ ପ୍ରସାଦ ଯାଦବ ଥାଏ, ତାଙ୍କୁ ନିର୍ବାଚନ ଲଢ଼ିବାରୁ କିପରି ବଞ୍ଚତ୍ତ କରାଯିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଭଳି ହେଲେ ତାହା ସେମାନଙ୍କ ଅଧିକାରକୁ ପ୍ରଭାବିତ କରିବ ନାହିଁ କି ବୋଲି ଅଦାଲତ ପଚାରିଥିଲେ। ଏଥିସହିତ ଆବେଦନକାରୀ ସାବୁ ଷ୍ଟିଫେନ୍‌ଙ୍କ ତରଫରୁ ଉପସ୍ଥିତ ଥିବା ଆଇନଜୀବୀ ଭି.କେ. ବିଜୁଙ୍କୁ ପିଟିଶନ ପ୍ରତ୍ୟାହାର କରିନେବା ପାଇଁ ଖଣ୍ଡପୀଠ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ସ୍ବାତୀ ମାଲିଓ୍ବାଲଙ୍କୁ ଧକ୍କା ଦେଇଥିଲେ ମହିଳା ସିକ୍ୟୁରିଟି ଗାର୍ଡ, ଆଉ ଏକ ନୂଆ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ବାତୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଭାଜପାକୁ ଭୋଟ ନ ହେବାକୁ ଶପଥ ନେଲେ ରାଜପୁତ, ସ୍ମୃତିଙ୍କୁ ଗ୍ରହଣ କରୁ ନାହାଁନ୍ତି ଆମେଠିବାସୀ

ନୂଆଦିଲ୍ଲୀ,୧୮।୫: ଆମେଠିରେ, କ୍ଷତ୍ରିୟ ବା ରାଜପୁତ ସମ୍ପ୍ରଦାୟର ଲୋକମାନେ ସ୍ମୃତି ଇରାନୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ସେମାନେ ଶପଥ କରୁଛନ୍ତି ଏବଂ ଲୋକଙ୍କୁ...

କେଜ୍‌ରିଓ୍ବାଲ୍‌ଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏକ ସାକ୍ଷାତକାରରେ ଅମିତ ଶାହାଙ୍କୁ ପଚରାଯାଇଥିଲା...

ଆତିଶିଙ୍କ ଗମ୍ଭିର ଅଭିଯୋଗ: କିଛି ଦିନ ହେବ ଭାଜପା ସହ ସମ୍ପର୍କରେ ଅଛନ୍ତି ଶ୍ୱାତି, ନଡ୍ଡା କହିଲେ ଏଏପିର ଚୋରି ଧରାପଡିଲା

ନୂଆଦିଲ୍ଲୀ,୧୮।୫: ଶ୍ୱାତି ମାଲିଓ୍ବାଲଙ୍କ ମାମଲାକୁ ନେଇ ଗୋଟିଏ ପଟେ ପୋଲିସ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ବି ହୋଇଛି ସରଗରମ। ଆମ...

ଥାନାରେ ସ୍ବାମୀଙ୍କ ସହ ମିଶି ଆତ୍ମହତ୍ୟା କଲେ ନାବାଳିକା: ଥାନା ଜାଳିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପାଟନା,୧୮।୫: ବିହାର ଅରାରିଆରେ ଏକ ଅଭବାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ଝିଅ ତାଙ୍କ ଭିଣେଇ ମିଠୁ ସିଂଙ୍କ ସହିତ ମିଶି ତରବାରୀ ପୋଲିସ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି...

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri