Posted inଖେଳ

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମୋହନ ବାଗାନ ସୁପର ଜାଏଣ୍ଟ ଓ ମୁମ୍ବାଇ ସିଟି ଏଫ୍‌ସି। ଘରୋଇ ପରିବେଶରେ ମ୍ୟାଚ ଖେଳାଯିବାକୁ ଥିବାରୁ ଗ୍ରୀନ୍‌ ଆଣ୍ଡ ମାରୁନ୍‌ (ମୋହନ ବାଗାନ) ଦଳକୁ ସମର୍ଥନ ପାଇଁ ଷ୍ଟାଡିୟମରେ ୬୨,୦୦୦ ଦର୍ଶକ ଉପସ୍ଥିତ ରହିବା ସମ୍ଭାବନା ରହିଛି।

ଦୀର୍ଘ ୨୩ ବର୍ଷ ବ୍ୟବଧାନରେ ପ୍ରଥମଥର ଡୁରାଣ୍ଡ କପ୍‌ ବିଜୟ ସହ ମୋହନ ବାଗାନ ଦଳର ସିଜନ ଆରମ୍ଭ ହୋଇଥିଲା। ଆଇଏସ୍‌ଏଲ୍‌ ସିଜନ ମଧ୍ୟଭାଗରେ ଦଳ ପଏଣ୍ଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଥିଲା। ମାତ୍ର ଜୁଆନ ଫେରାଣ୍ଡୋଙ୍କଠାରୁ ଆଣ୍ଟୋନିଓ ହବାସ ଦାୟିତ୍ୱ ନେବା ପରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଫଳ ସ୍ବରୂପ ମୋହନ ବାଗାନ ପ୍ରଥମଥର ପାଇଁ ଓ୍ବନର୍ସ ଶିଲ୍ଡ ହାସଲ କରିଥିଲା। ଦୁଇ ସପ୍ତାହ ପୂର୍ବରୁ ଏହି ଷ୍ଟାଡିୟମରେ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇ ମୋହନ ବାଗାନ ଶିଲ୍ଡ ବିଜୟ ପକ୍କା କରିଥିଲା। ସମାନ ଗ୍ରାଉଣ୍ଡରେ ଏବେ ଦୁଇ ଦଳ ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ଡୁରାଣ୍ଡ କପ୍‌ ପରେ ଆଇଏସ୍‌ଏଲ୍‌ ଶିଲ୍ଡ ଜିତି ସାରିଥିବାରୁ ଏବେ ଟାଇଟଲ ଜିତି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ମୋହନ ବାଗାନ।

ଫୁଟବଲ ପରିସଂଖ୍ୟାନବିତ୍‌ ହରି ପ୍ରସାଦ ଚଟୋପାଧ୍ୟାୟଙ୍କ ସୂଚନା ଅନୁସାରେ ମୋହନ ବାଗାନ ୨୩ ବର୍ଷ ତଳେ ୩ରୁ ଊର୍ଦ୍ଧ୍ୱ ଟାଇଟଲ ହାସଲ କରିଥିଲା। ସେତେବେଳେ ଏହି ଦଳ ନ୍ୟାଶନାଲ ଫୁଟବଲ ଲିଗ୍‌ (ଏନ୍‌ଏଫ୍‌ଏଲ୍‌), ଫେଡେରେଶନ କପ୍‌ କୋଲକାତା ପ୍ରିମିୟର ଡିଭିଜନ ଲିଗ୍‌, ସିକ୍କିମ ଗୋଲ୍ଡ କପ୍‌ ଆଣ୍ଡ ବୋର୍ଦୋଲୋଇ ଟ୍ରଫି ଜିତିଥିଲା। ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଶ୍ୱଶୁର ସୁବ୍ରତୋ ଭଟ୍ଟାଚାର୍ଯ୍ୟ ସେତେବେଳେ ମୋହନ ବାଗାନର କୋଚ୍‌ ଥିଲେ।
ମୁମ୍ବାଇ ସିଟି ଏଫ୍‌ସି ୨୦୨୦-୨୧ ସିଜନରେ ଆଇଏସ୍‌ଏଲ୍‌ ଚାମ୍ପିୟନ ହୋଇସାରିଛି। ଏବେ ମୋହନ ବାଗାନ ପାଇଁ ସୁଯୋଗ ଆସିଛି। ୩ ବର୍ଷ ତଳେ ମୋହନ ବାଗାନ ଏକଦା ୧-୦ରେ ଅଗ୍ରଣୀ ରହିଥିଲେ ମଧ୍ୟ ମାର୍ଗାଓରେ ଅନୁଷ୍ଠିତ ଫାଇନାଲରେ ସମାନ ଦଳ ନିକଟରୁ ୧-୨ ଗୋଲରେ ହାରିଯାଇଥିଲା। କୋଭିଡ-୧୯ ମହାମାରୀ ଯୋଗୁ ସେତେବେଳେ ମ୍ୟାଚ ରୁଦ୍ଧଦ୍ୱାର (କ୍ଲୋଜ୍‌ ଡୋର୍ସ)ରେ ଖେଳାଯାଇଥିଲା। ମାତ୍ର ଏହି ପରାଜୟର ପ୍ରତିଶୋଧ ନେବା ତାଙ୍କ ମନରେ ନାହିଁ ବୋଲି ହବାସ ସ୍ପଷ୍ଟ କରିଛନ୍ତି। ଏପରି କଥା ମୁଭି ଓ ମିଡିଆରେ ଦେଖିବାକୁ ମିଳିଥାଏ। କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଆମେ ଆଉ ଏକ ମ୍ୟାଚ ଖେଳିବାକୁ ଯାଉଛୁ। ସମ୍ଭାବତଃ ଏହା ଆଇଏସ୍‌ଏଲ୍‌ର ଏକ ଗ୍ରେଟ୍‌ ଶୋ’ ହେବ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ହବାସ ପ୍ରକାଶ କରିଛନ୍ତି। ଅନିରୁଦ୍ଧ ଥାପା, ଜାସନ କୁମିଙ୍ଗ୍ସ, ଡିମିଟ୍ରି ପେଟ୍ରାଟୋସ ଓ ମନଭିର ସିଂଙ୍କୁ ନେଇ ମୋହନ ବାଗାନ ଆକ୍ରମଣକୁ ଜୋରଦାର କରିବ। ଅତିରିକ୍ତ ସମୟକୁ ନ ଯାଇ ମ୍ୟାଚ ୯୦ ମିନିଟ ମଧ୍ୟରେ ଶେଷ କରିବା ତାଙ୍କ ଲକ୍ଷ୍ୟ ବୋଲି ହବାସ କହିଛନ୍ତି।
ଅନ୍ୟପକ୍ଷରେ ମୁମ୍ବାଇ ସିଟି ଏଫ୍‌ସି ଆଗାମୀ ମ୍ୟାଚରେ ଡଚ୍‌ ମିଡ୍‌ଫିଲ୍ଡର ୟୋଏଲ ଭନ୍‌ ନିଏଫ୍‌ଙ୍କ ସେବାରୁ ବଞ୍ଚତ୍ତ ରହିବ। କାରଣ ସେ ସସ୍‌ପେଣ୍ଡ ଅଛନ୍ତି। ଗତ ୪ ବର୍ଷ ଧରି ଆଇଏସ୍‌ଏଲ୍‌ ଶିଲ୍ଡ ଓ ଟ୍ରଫି ପାଇଁ ଲଢ଼େଇ ମୁଖ୍ୟତଃ ମୁମ୍ବାଇ ଓ ମୋହନ ବାଗାନ ମଧ୍ୟରେ ହେଉଛି। ଏକ ହୋଇ ରହିବା ଓ ଦଳଗତ ପ୍ରଦର୍ଶନ ହେଉଛି ଆମ ସଫଳତାର ମନ୍ତ୍ର। ସିଜନ ଆରମ୍ଭରେ ଆମେ ଗୋଟିଏ ଗ୍ରୁପ୍‌ଭଳି ଥିଲୁ। ଏବେ ପରିବାର ଭଳି ହୋଇଯାଇଛୁ ଏବଂ ସେଭଳି ଖେଳୁଛୁ। ଖେଳାଳିମାନେ ସର୍ବଦା ଦର୍ଶକରେ ଭରା ଷ୍ଟାଡିୟମରେ ଖେଳିବାକୁ ଭଲ ପାଆନ୍ତି। ଏହା ସେମାନଙ୍କୁ ଅଧିକ ମୋଟିଭେଟ କରିଥାଏ ବୋଲି ମୁମ୍ବାଇ ସିଟି ଏଫ୍‌ସି କୋଚ୍‌ ପିଟର କ୍ରାଟ୍‌କି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?