Odisha Elections 2024
Posted inଖେଳ

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମୋହନ ବାଗାନ ସୁପର ଜାଏଣ୍ଟ ଓ ମୁମ୍ବାଇ ସିଟି ଏଫ୍‌ସି। ଘରୋଇ ପରିବେଶରେ ମ୍ୟାଚ ଖେଳାଯିବାକୁ ଥିବାରୁ ଗ୍ରୀନ୍‌ ଆଣ୍ଡ ମାରୁନ୍‌ (ମୋହନ ବାଗାନ) ଦଳକୁ ସମର୍ଥନ ପାଇଁ ଷ୍ଟାଡିୟମରେ ୬୨,୦୦୦ ଦର୍ଶକ ଉପସ୍ଥିତ ରହିବା ସମ୍ଭାବନା ରହିଛି।

ଦୀର୍ଘ ୨୩ ବର୍ଷ ବ୍ୟବଧାନରେ ପ୍ରଥମଥର ଡୁରାଣ୍ଡ କପ୍‌ ବିଜୟ ସହ ମୋହନ ବାଗାନ ଦଳର ସିଜନ ଆରମ୍ଭ ହୋଇଥିଲା। ଆଇଏସ୍‌ଏଲ୍‌ ସିଜନ ମଧ୍ୟଭାଗରେ ଦଳ ପଏଣ୍ଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଥିଲା। ମାତ୍ର ଜୁଆନ ଫେରାଣ୍ଡୋଙ୍କଠାରୁ ଆଣ୍ଟୋନିଓ ହବାସ ଦାୟିତ୍ୱ ନେବା ପରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଫଳ ସ୍ବରୂପ ମୋହନ ବାଗାନ ପ୍ରଥମଥର ପାଇଁ ଓ୍ବନର୍ସ ଶିଲ୍ଡ ହାସଲ କରିଥିଲା। ଦୁଇ ସପ୍ତାହ ପୂର୍ବରୁ ଏହି ଷ୍ଟାଡିୟମରେ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇ ମୋହନ ବାଗାନ ଶିଲ୍ଡ ବିଜୟ ପକ୍କା କରିଥିଲା। ସମାନ ଗ୍ରାଉଣ୍ଡରେ ଏବେ ଦୁଇ ଦଳ ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ଡୁରାଣ୍ଡ କପ୍‌ ପରେ ଆଇଏସ୍‌ଏଲ୍‌ ଶିଲ୍ଡ ଜିତି ସାରିଥିବାରୁ ଏବେ ଟାଇଟଲ ଜିତି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ମୋହନ ବାଗାନ।

ଫୁଟବଲ ପରିସଂଖ୍ୟାନବିତ୍‌ ହରି ପ୍ରସାଦ ଚଟୋପାଧ୍ୟାୟଙ୍କ ସୂଚନା ଅନୁସାରେ ମୋହନ ବାଗାନ ୨୩ ବର୍ଷ ତଳେ ୩ରୁ ଊର୍ଦ୍ଧ୍ୱ ଟାଇଟଲ ହାସଲ କରିଥିଲା। ସେତେବେଳେ ଏହି ଦଳ ନ୍ୟାଶନାଲ ଫୁଟବଲ ଲିଗ୍‌ (ଏନ୍‌ଏଫ୍‌ଏଲ୍‌), ଫେଡେରେଶନ କପ୍‌ କୋଲକାତା ପ୍ରିମିୟର ଡିଭିଜନ ଲିଗ୍‌, ସିକ୍କିମ ଗୋଲ୍ଡ କପ୍‌ ଆଣ୍ଡ ବୋର୍ଦୋଲୋଇ ଟ୍ରଫି ଜିତିଥିଲା। ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଶ୍ୱଶୁର ସୁବ୍ରତୋ ଭଟ୍ଟାଚାର୍ଯ୍ୟ ସେତେବେଳେ ମୋହନ ବାଗାନର କୋଚ୍‌ ଥିଲେ।
ମୁମ୍ବାଇ ସିଟି ଏଫ୍‌ସି ୨୦୨୦-୨୧ ସିଜନରେ ଆଇଏସ୍‌ଏଲ୍‌ ଚାମ୍ପିୟନ ହୋଇସାରିଛି। ଏବେ ମୋହନ ବାଗାନ ପାଇଁ ସୁଯୋଗ ଆସିଛି। ୩ ବର୍ଷ ତଳେ ମୋହନ ବାଗାନ ଏକଦା ୧-୦ରେ ଅଗ୍ରଣୀ ରହିଥିଲେ ମଧ୍ୟ ମାର୍ଗାଓରେ ଅନୁଷ୍ଠିତ ଫାଇନାଲରେ ସମାନ ଦଳ ନିକଟରୁ ୧-୨ ଗୋଲରେ ହାରିଯାଇଥିଲା। କୋଭିଡ-୧୯ ମହାମାରୀ ଯୋଗୁ ସେତେବେଳେ ମ୍ୟାଚ ରୁଦ୍ଧଦ୍ୱାର (କ୍ଲୋଜ୍‌ ଡୋର୍ସ)ରେ ଖେଳାଯାଇଥିଲା। ମାତ୍ର ଏହି ପରାଜୟର ପ୍ରତିଶୋଧ ନେବା ତାଙ୍କ ମନରେ ନାହିଁ ବୋଲି ହବାସ ସ୍ପଷ୍ଟ କରିଛନ୍ତି। ଏପରି କଥା ମୁଭି ଓ ମିଡିଆରେ ଦେଖିବାକୁ ମିଳିଥାଏ। କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଆମେ ଆଉ ଏକ ମ୍ୟାଚ ଖେଳିବାକୁ ଯାଉଛୁ। ସମ୍ଭାବତଃ ଏହା ଆଇଏସ୍‌ଏଲ୍‌ର ଏକ ଗ୍ରେଟ୍‌ ଶୋ’ ହେବ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ହବାସ ପ୍ରକାଶ କରିଛନ୍ତି। ଅନିରୁଦ୍ଧ ଥାପା, ଜାସନ କୁମିଙ୍ଗ୍ସ, ଡିମିଟ୍ରି ପେଟ୍ରାଟୋସ ଓ ମନଭିର ସିଂଙ୍କୁ ନେଇ ମୋହନ ବାଗାନ ଆକ୍ରମଣକୁ ଜୋରଦାର କରିବ। ଅତିରିକ୍ତ ସମୟକୁ ନ ଯାଇ ମ୍ୟାଚ ୯୦ ମିନିଟ ମଧ୍ୟରେ ଶେଷ କରିବା ତାଙ୍କ ଲକ୍ଷ୍ୟ ବୋଲି ହବାସ କହିଛନ୍ତି।
ଅନ୍ୟପକ୍ଷରେ ମୁମ୍ବାଇ ସିଟି ଏଫ୍‌ସି ଆଗାମୀ ମ୍ୟାଚରେ ଡଚ୍‌ ମିଡ୍‌ଫିଲ୍ଡର ୟୋଏଲ ଭନ୍‌ ନିଏଫ୍‌ଙ୍କ ସେବାରୁ ବଞ୍ଚତ୍ତ ରହିବ। କାରଣ ସେ ସସ୍‌ପେଣ୍ଡ ଅଛନ୍ତି। ଗତ ୪ ବର୍ଷ ଧରି ଆଇଏସ୍‌ଏଲ୍‌ ଶିଲ୍ଡ ଓ ଟ୍ରଫି ପାଇଁ ଲଢ଼େଇ ମୁଖ୍ୟତଃ ମୁମ୍ବାଇ ଓ ମୋହନ ବାଗାନ ମଧ୍ୟରେ ହେଉଛି। ଏକ ହୋଇ ରହିବା ଓ ଦଳଗତ ପ୍ରଦର୍ଶନ ହେଉଛି ଆମ ସଫଳତାର ମନ୍ତ୍ର। ସିଜନ ଆରମ୍ଭରେ ଆମେ ଗୋଟିଏ ଗ୍ରୁପ୍‌ଭଳି ଥିଲୁ। ଏବେ ପରିବାର ଭଳି ହୋଇଯାଇଛୁ ଏବଂ ସେଭଳି ଖେଳୁଛୁ। ଖେଳାଳିମାନେ ସର୍ବଦା ଦର୍ଶକରେ ଭରା ଷ୍ଟାଡିୟମରେ ଖେଳିବାକୁ ଭଲ ପାଆନ୍ତି। ଏହା ସେମାନଙ୍କୁ ଅଧିକ ମୋଟିଭେଟ କରିଥାଏ ବୋଲି ମୁମ୍ବାଇ ସିଟି ଏଫ୍‌ସି କୋଚ୍‌ ପିଟର କ୍ରାଟ୍‌କି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ...

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ...

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି।...

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri