ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର ସାମ୍ନା କରିବେ। ସେହିପରି ବିଶ୍ୱରେ ପ୍ରତି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନିଜେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରକାଶିତ ନୂତନ ବିଶ୍ଳେଷଣାତ୍ମକ ରିପୋର୍ଟରୁ ଏହି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ସଂଗଠନର କ୍ୟାନ୍‌ସର ଗବେଷଣା ସଂସ୍ଥା ‘ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର’ ସହ ମିଳିତ ଭାବେ ପ୍ରସ୍ତୁତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଜଣେ ରୋଗୀ ନିଜେ ଆକ୍ରାନ୍ତ ହେବା ସହ ପରିବାରର କୌଣସି ସଦସ୍ୟ ଏହି ରୋଗରେ ପୀଡ଼ିତ ହେବା କାରଣରୁ ମୋଟ ୯୨% ଜନସଂଖ୍ୟା ମାନସିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶ୍ୱରେ କ୍ୟାନ୍‌ସରର ପ୍ରତିରୋଧ, ରୋଗ ଚିହ୍ନଟ ଏବଂ ଚିକିତ୍ସା ସେବା ପାଇବା କ୍ଷେତ୍ରରେ ବ୍ୟାପକ ଅସମାନତା ଦେଖାଦେଇଛି, ଯାହା ବହୁ ଲକ୍ଷ ଲୋକଙ୍କୁ ଜୀବନ ରକ୍ଷାକାରୀ ସେବାରୁ ବଞ୍ଚିତ କରୁଛି। ଉଦାହରଣ ସ୍ବରୂପ ଉଚ୍ଚ ଆୟକାରୀ ବା ଧନୀ ଦେଶଗୁଡ଼ିକରେ ସ୍ତନ କର୍କଟ ରୋଗରେ ପୀଡ଼ିତ ପ୍ରାୟ ୮୭% ମହିଳା ରୋଗ ଚିହ୍ନଟ ହେବାର ୫ ବର୍ଷ ପରେ ମଧ୍ୟ ସୁରକ୍ଷିତ ଭାବେ ବଞ୍ଚି ରହୁଥିବା ବେଳେ ଗରିବ କିମ୍ବା ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକରେ ଏହି ସଂଖ୍ୟା ମାତ୍ର ୪୨% ରହିଛି। ବିଶ୍ୱର ୩ ଭାଗରୁ ଏକ ଭାଗ ଦେଶ ମଧ୍ୟ ନିଜ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ କ୍ୟାନ୍‌ସର ଚିକିତ୍ସାକୁ ସାମିଲ କରିନାହାନ୍ତି।
ବର୍ତ୍ତମାନ ବିଶ୍ୱବ୍ୟାପୀ କର୍କଟ ରୋଗ ଯୋଗୁ ଲୋକମାନେ ପ୍ରବଳ ଶାରୀରିକ, ମାନସିକ ଏବଂ ଆର୍ଥିକ ବୋଝ ସହୁଛନ୍ତି। ଏହି ରୋଗ ଯୋଗୁ ବିଶ୍ୱରେ ପ୍ରତିଦିନ ୨୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ସେହିପରି ପ୍ରତିବର୍ଷ ପ୍ରାୟ ୨ କୋଟି ୬ ଲକ୍ଷ ନୂଆ କ୍ୟାନ୍‌ସର ମାମଲା ସାମ୍ନାକୁ ଆସୁଥିବାବେଳେ ପ୍ରାୟ ୧ କୋଟି ଲୋକଙ୍କର ମୃତ୍ୟୁ ଘଟୁଛି। ହୃଦ୍‌ରୋଗ (କାର୍ଡିଓଭାସ୍କୁଲାର୍‌ ଡିଜିଜ) ପରେ କ୍ୟାନ୍‌ସର ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ମୃତ୍ୟୁର କାରଣ ସାଜିଛି। ରିପୋର୍ଟ ଅନୁସାରେ, ଗରିବ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ କ୍ୟାନ୍‌ସର ପାଇଁ ଆବଶ୍ୟକ ପ୍ରାଥମିକ ଜୀବନ ରକ୍ଷାକାରୀ ଔଷଧର ଉପଲବ୍ଧତା ମାତ୍ର ୯ରୁ ୫୪% ମଧ୍ୟରେ ସୀମିତ ରହିଛି, ଯାହା ଧନୀ ଦେଶରେ ୯୪% ପର୍ଯ୍ୟନ୍ତ ରହିଛି।
ଏହି ବଦଳୁଥିବା ସ୍ଥିତି ଏବଂ ମାନବ ସମାଜ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ଗବେଷକମାନେ ବିଶ୍ୱର ସମସ୍ତ ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ବେସରକାରୀ ସଂସ୍ଥାଗୁଡ଼ିକୁ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ସଂକଟର ମୁକାବିଲା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସୁପାରିସ କରାଯାଇଛି। ତାହା ହେଲା, କ୍ୟାନସର ଚିକିତ୍ସା ଓ ନିରାକରଣ ସେବାକୁ ଦେଶର ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ବା ସ୍ବାସ୍ଥ୍ୟ ପ୍ରତିଶ୍ରୁତି ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ରୂପେ ସାମିଲ କରିବା, ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ପରିବାର ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଏବଂ ସେମାନଙ୍କୁ ସମସ୍ତ ସୁବିଧାର କେନ୍ଦ୍ରବିନ୍ଦୁରେ ରଖିବା। ଏହାସହ ଚିକିତ୍ସା ବିଜ୍ଞାନର ଗବେଷଣା ଓ ନୂତନ ଆବିଷ୍କାରଗୁଡ଼ିକୁ ସାଧାରଣ ଜନସ୍ବାସ୍ଥ୍ୟର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା, ଯେପରି ଗରିବ ଶ୍ରେଣୀର ଲୋକ ମଧ୍ୟ ମୂଲ୍ୟଭିତ୍ତିକ ଆଧୁନିକ ଚିକିତ୍ସା ସହଜରେ ପାଇପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?