୧୧ରୁ କେନାଲ ପାଣି ବନ୍ଦ, ତେଜିଲା ଅସନ୍ତୋଷ: ଗର୍ଭଣୀ ଅବସ୍ଥାରେ…

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆଉ ମାତ୍ର ୩ଦିନ କେନାଲ ପାଣି ଆସିବ। ଆସନ୍ତା ୧୧ତାରିଖରୁ ଏହି କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ବରଗଡ଼ ଜଳସେଚନ ବିଭାଜନ ପକ୍ଷରୁ ଏହା ଘୋଷଣା କରାଯିବା ପରେ କେନାଲ ତଳମୁଣ୍ଡରେ ରହିଥିବା ଚାଷୀଙ୍କୁ ସେମାନଙ୍କ ଧାନ ଫସଲ ରକ୍ଷା ଚିନ୍ତା ଘାରିଛି। ଏହାସହିତ ଜିଲାରେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ଗୁରୁବାର ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଜିଲାର ଭେଡ଼େନ ବ୍ଲକ ଅଞ୍ଚଳର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବାବେଳେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀଙ୍କୁ ଭେଟିଥିଲେ। ସେହିପରି ବରପାଲି ବ୍ଲକ ଅଞ୍ଚଳର ଚାଷୀମାନେ ମଧ୍ୟ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସେଠୀଙ୍କୁ ପୃଥକ୍‌ ଭାବେ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ବର୍ତ୍ତମାନ ଧାନ ଫସଲ ଗର୍ଭଣୀ ଅବସ୍ଥାରେ ରହିଥିବାରୁ ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ପାଣି ଯୋଗାଣ ଅବ୍ୟାହତ ରଖିବାକୁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ହୋଇଥାଏ। ଏହି କେନାଲ ପାଣିରେ ବରଗଡ଼ ସମେତ ପଡ଼ୋଶୀ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲାର ଆଂଶିକ ଅଞ୍ଚଳର ଚାଷୀମାନେ ଉପକୃତ ହୋଇଥାନ୍ତି। କେନାଲ ପାଣି ବ୍ୟବହାର କରି ସେମାନେ ଉଭୟ ଖରିଫ ଓ ରବି ଧାନ ଫସଲ କରିଥାନ୍ତି। ତେବେ ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ରବିଧାନ ଫସଲ ଅମଳ ଆରମ୍ଭ ହୋଇଥିଲେ ମଧ୍ୟ କେନାଲ ତଳମୁଣ୍ଡରେ ରହିଥିବା ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଅମଳକ୍ଷମ ଅବସ୍ଥାକୁ ଆସିନାହିଁ। ବରଗଡ଼ ଜିଲାର ମୁଖ୍ୟତଃ ଭେଡ଼େନ ଓ ବରପାଲି ବ୍ଲକ ସମେତ ବିଭିନ୍ନ ଅଞ୍ଚଳର ଧାନ ଫସଲ ଗର୍ଭଣୀ ଅବସ୍ଥାରେ ରହିଛି। ଏହି ସମୟରେ ଫସଲକୁ ପର୍ଯ୍ୟାପ୍ତ ପାଣି ଆବଶ୍ୟକତା ରହିଛି। ବରଗଡ଼ ଜଳସେଚନ ବିଭାଜନ ପ୍ରଥମେ ଗତ ମାସ ୩୦ତାରିଖ ସନ୍ଧ୍ୟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ବିଭିନ୍ନ ଚାଷୀ ସଙ୍ଗଠନର ଦାବି ପରେ କୃଷି ବିଭାଗର ରିପୋର୍ଟକୁ ଆଧାର କରି କେନାଲରେ ପାଣି ଛଡ଼ାଯିବା ଅବଧିକୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିନ୍ତୁ ଗତବର୍ଷ କେନାଲ ପାଣି ବିଳମ୍ବରେ ଛଡ଼ାଯିବା ସହିତ ଜଟିଳ ଧାନବିକ୍ରି ପଞ୍ଜୀକରଣ ନୀତି ଯୋଗୁ ଚାଷୀମାନଙ୍କ ରବି ଚାଷକାର୍ଯ୍ୟ ମଧ୍ୟ ବିଳମ୍ବିତ ହୋଇଥିଲା। ସେହିପରି କେନାଲ ତଳମୁଣ୍ଡକୁ ପାଣି ପହଞ୍ଚତ୍ବା ବିଳମ୍ବ ହେବା ସହିତ ପର୍ଯ୍ୟାପ୍ତ ପାଣି ପହଞ୍ଚି ପାରୁ ନ ଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳର ଚାଷକାର୍ଯ୍ୟ ଆରମ୍ଭ ଆହୁରି ବିଳମ୍ବ ହୋଇପଡ଼େ। ଏହି ଦୃଷ୍ଟିରୁ କେନାଲ ତଳମୁଣ୍ଡରେ ରହିଥିବା ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଅମଳଭ ଅବସ୍ଥାକୁ ଆସିବା ତ ଦୂରର କଥା, ଅନେକ ସ୍ଥାନରେ ଫସଲ ଗର୍ଭଣୀ ଅବସ୍ଥାରେ ରହିଛି। ଫଳରେ ଆସନ୍ତା ୧୧ତାରିଖରୁ କେନାଲରେ ପାଣି ଯୋଗାଣ ବନ୍ଦ କରି ଦିଆଗଲେ ସେମାନଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ କେନାଲ ପାଣି ଯୋଗାଣ ଅବଧି ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଦାବିରେ ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝି ଚାଷୀଙ୍କ ସହିତ ଆଲୋଚନା କରି ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି ଜଳସେଚନ ବିଭାଜନ ଯନ୍ତ୍ରୀ ମଧ୍ୟ ଜିଲା ପ୍ରଶାସନ ଏବଂ କୃଷି ବିଭାଗ ସହିତ ଆଲୋଚନା କରାଯିବ ଏବଂ ଚାଷୀଙ୍କ ଦାବି ବିଚାରକୁ ନେଇ ବିହିତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ। ଧାରଣାରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଉପତ୍ନ୍ନ କୁମାର ଭୋଇ, ସୁଦାମ ପାତ୍ର, ସୁରେଶ ନିକାଣ୍ଟି, ପାଣ୍ଡବ କର୍ଣ୍ଣଙ୍କ ସମେତ ଅନେକ ଚାଷୀ ସାମିଲ ହୋଇଥିଲେ। ସେହିପରି ବରପାଲି ବ୍ଲକରୁ ମଧ୍ୟ ଅନେକ ଚାଷୀ ପ୍ରତିନିଧି ଜଳସେଚନ ବିଭାଜନ ଯନ୍ତ୍ରୀଙ୍କୁ ଫେରାଦ ହୋଇ କେନାଲ ପାଣି ଯୋଗାଣ ଅବଧିକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?