Posted inଅପରାଧ

ଘରକୁ ଜଳଖିଆ ଖାଇବାକୁ ଡାକି ବାବାଙ୍କ ଅଶ୍ଳୀଳ ଭିଡିଓ ବନାଇଲେ ଯୁବତୀ

ଯୋଧପୁର – ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ତଥାକଥିତ ବାବା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜଣେ ଯୁବତୀ ଘରକୁ ଜଳଖିଆ ଖାଇବାକୁ ଡାକି ପରିବାର ଲୋକଙ୍କ ସହ ମିଶି ଜବରଦସ୍ତି ତାଙ୍କର ଅଶ୍ଳୀଳ ଭିଡିଓ ବନାଇଛନ୍ତି। ଏଥିସହ ତାଙ୍କୁ ବ୍ଲାକମେଲ୍‌ କରି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ବାବା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଯୋଧପୁର ପୋଲିସ କମିଶନର ସିଏଚ୍‌ବି ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ନିଜକୁ ବାବା ବୋଲାଉଥିବା ଏହି ବ୍ୟକ୍ତି ଜଣଙ୍କ ବାରମରାସ୍ଥିତ ନିଜ ଆଶ୍ରମରେ ରୁହନ୍ତି। ବାବାଙ୍କ ଆଶ୍ରମକୁ ସେହି ଯୁବତୀ ନିୟମିତ ଯିବା ଆସିବା କରନ୍ତି। ଦିନେ ବାବା ଆଶ୍ରମରେ ଥିବା ଜାଣି ଯୁବତୀଜଣଙ୍କ ତାଙ୍କ ନିକଟକୁ ଯାଇଥିଲେ। ଯୁବତୀ ଜଣଙ୍କ ବାବାଙ୍କୁ ଜଳଖିଆ ଖାଇବା ପାଇଁ ଘରକୁ ନିମନ୍ତ୍ରଣ କରିବା ସହ ପରିବାର ଲୋକଙ୍କ ସହିତ ପରିଚିତ କରାଇବାକୁ ଚାହୁଁଥିବା କହିଥିଲେ। ଏହାପରେ ବାବା ପାଲ ବାଲାଜୀ ଅଞ୍ଚଳରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲେ। ବାବାଙ୍କ ଅଭିଯୋଗ ମୁତାବକ, ‘ସେଠାରେ ପହଞ୍ଚତ୍ବା ପରେ ଯୁବତୀ ଜଣଙ୍କ ତାଙ୍କ ରୁମ୍‌କୁ ନେଇଯାଇଥିଲେ। ଯେଉଁଠାରେ କି ପୂର୍ବରୁ ଯୁବତୀଙ୍କ ଘରଲୋକ ଉପସ୍ଥିତ ଥିଲେ। ଏହାପରେ ଯୁବତୀଜଣଙ୍କ ଏକ ବିୟର ବୋତଲ ଧରି ଆସିଥିଲା ଏବଂ ତାଙ୍କୁ ପିଇବା ଲାଗି ବାଧ୍ୟ କରିଥିଲା। ସିଏ ମନା କରିବାରୁ ପରିବାର ଲୋକେ ଜବରଦସ୍ତି ତାଙ୍କୁ ବିୟର ପିଆଇବାକୁ ଚେଷ୍ଟା କରିଥିଲେ। ଏଥିସହ ତାଙ୍କ ଲୁଗାପଟା ଭିଡ଼ି ଚିରି ଦେଇଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ମୋବାଇଲ ଧରି ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। ପରେ ସେହି ଭିଡିଓକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ୧୦ ଲକ୍ଷ ଟଙ୍କା ନ ଦେଲେ ଏହି ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ’ ବୋଲି ବାବା ଥାନାରେ ଅଭିଯୋଗ କରିଛନ୍ତି। ବାବାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri