Posted inଅପରାଧ

ଘରକୁ ଜଳଖିଆ ଖାଇବାକୁ ଡାକି ବାବାଙ୍କ ଅଶ୍ଳୀଳ ଭିଡିଓ ବନାଇଲେ ଯୁବତୀ

ଯୋଧପୁର – ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ତଥାକଥିତ ବାବା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜଣେ ଯୁବତୀ ଘରକୁ ଜଳଖିଆ ଖାଇବାକୁ ଡାକି ପରିବାର ଲୋକଙ୍କ ସହ ମିଶି ଜବରଦସ୍ତି ତାଙ୍କର ଅଶ୍ଳୀଳ ଭିଡିଓ ବନାଇଛନ୍ତି। ଏଥିସହ ତାଙ୍କୁ ବ୍ଲାକମେଲ୍‌ କରି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ବାବା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଯୋଧପୁର ପୋଲିସ କମିଶନର ସିଏଚ୍‌ବି ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ନିଜକୁ ବାବା ବୋଲାଉଥିବା ଏହି ବ୍ୟକ୍ତି ଜଣଙ୍କ ବାରମରାସ୍ଥିତ ନିଜ ଆଶ୍ରମରେ ରୁହନ୍ତି। ବାବାଙ୍କ ଆଶ୍ରମକୁ ସେହି ଯୁବତୀ ନିୟମିତ ଯିବା ଆସିବା କରନ୍ତି। ଦିନେ ବାବା ଆଶ୍ରମରେ ଥିବା ଜାଣି ଯୁବତୀଜଣଙ୍କ ତାଙ୍କ ନିକଟକୁ ଯାଇଥିଲେ। ଯୁବତୀ ଜଣଙ୍କ ବାବାଙ୍କୁ ଜଳଖିଆ ଖାଇବା ପାଇଁ ଘରକୁ ନିମନ୍ତ୍ରଣ କରିବା ସହ ପରିବାର ଲୋକଙ୍କ ସହିତ ପରିଚିତ କରାଇବାକୁ ଚାହୁଁଥିବା କହିଥିଲେ। ଏହାପରେ ବାବା ପାଲ ବାଲାଜୀ ଅଞ୍ଚଳରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲେ। ବାବାଙ୍କ ଅଭିଯୋଗ ମୁତାବକ, ‘ସେଠାରେ ପହଞ୍ଚତ୍ବା ପରେ ଯୁବତୀ ଜଣଙ୍କ ତାଙ୍କ ରୁମ୍‌କୁ ନେଇଯାଇଥିଲେ। ଯେଉଁଠାରେ କି ପୂର୍ବରୁ ଯୁବତୀଙ୍କ ଘରଲୋକ ଉପସ୍ଥିତ ଥିଲେ। ଏହାପରେ ଯୁବତୀଜଣଙ୍କ ଏକ ବିୟର ବୋତଲ ଧରି ଆସିଥିଲା ଏବଂ ତାଙ୍କୁ ପିଇବା ଲାଗି ବାଧ୍ୟ କରିଥିଲା। ସିଏ ମନା କରିବାରୁ ପରିବାର ଲୋକେ ଜବରଦସ୍ତି ତାଙ୍କୁ ବିୟର ପିଆଇବାକୁ ଚେଷ୍ଟା କରିଥିଲେ। ଏଥିସହ ତାଙ୍କ ଲୁଗାପଟା ଭିଡ଼ି ଚିରି ଦେଇଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ମୋବାଇଲ ଧରି ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। ପରେ ସେହି ଭିଡିଓକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ୧୦ ଲକ୍ଷ ଟଙ୍କା ନ ଦେଲେ ଏହି ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ’ ବୋଲି ବାବା ଥାନାରେ ଅଭିଯୋଗ କରିଛନ୍ତି। ବାବାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା: ଦେଲେ ଚେତାବନୀ, ଯଦି ରାଜ୍ୟ ସରକାର ଭତ୍ତା ଟଙ୍କା ପ୍ରଦାନ ନ କରନ୍ତି…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ…

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

ମିଳୁନି ଭତ୍ତା: ଅଭିଯୋଗ ଶୁଣାଣିବେଳେ ହଠାତ୍‌ ଭିତରେ ପଶି ହୋହଲ୍ଲା କଲେ ଭତ୍ତା ହିତାଧିକାରୀ, ତା’ପରେ…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri