କାଲିଫର୍ନିଆ ଆସେମ୍ଳିରେ ଦାବି-୧୯୮୪ ଶିଖ ବିରୋଧି ହିଂସାକୁ ଦିଆଯାଉ ନରସଂହାରର ମାନ୍ୟତା

ଓ୍ବାଶିଂଟନ,୧୨।୪: କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି। ଏହି ପ୍ରସ୍ତାବ ୨୨ ମାର୍ଚ୍ଚରେ ବିଧାନସଭା ସଦସ୍ୟ ଜସମିତ କୌର ବୈଂସଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା ଓ ସୋମବାର ରାଜ୍ୟ ବିଧାନସଭା ଦ୍ୱାରା ସର୍ବସମ୍ମତି କ୍ରମେ ପାସ କରାଯାଇଛି। ଜସମିତ କୌର ବୈଂସ ରାଜ୍ୟ ବିଧାନସଭାର ପ୍ରଥମ ନିର୍ବାଚିତ ଶିଖ ସଦସ୍ୟ ଅଟନ୍ତି। ଏହି ପ୍ରସ୍ତାବ ବିଧାନସଭା ସଦସ୍ୟ କାର୍ଲୋସ ଭିଲାପୁଦୁଆଙ୍କ ଦ୍ୱାରା ସହ-ପ୍ରାୟୋଜିତ ଥିଲା। ଏହି ପ୍ରସ୍ତାବ ସପକ୍ଷରେ ଜଣେ ଅନ୍ୟ ହିନ୍ଦୁ ସଦସ୍ୟ ଐଶ କାଲରା ବି ମତଦାନ କରିଥିଲେ।
ଆମେରିକାର ଶିଖ ସମ୍ପ୍ରଦାୟ ଏହି ଦଙ୍କାର ଶାରୀରିକ ଓ ମାନସିକ ଆଘାତରୁ ଉଦ୍ଧାର ହୋଇପାରି ନାହିଁ ବୋଲି ଉଲ୍ଲେଖ କରି ଏହି ପ୍ରସ୍ତାବରେ ଆମେରିକାର କଂଗ୍ରେସକୁ ନଭେମ୍ବର ୧୯୮୪ର ଶିଖ ବିରୋଧି ହିଂସାକୁ ଏକ ନରସଂହାର ଭାବେ ମାନ୍ୟତା ବେଦାକୁ ଓ ନିନ୍ଦା କରିବାକୁ କୁହାଯାଇଛି। ଏହି ପ୍ରସ୍ତାବରେ କୁହାଯାଇଛି କି ନୂଆଦିଲ୍ଲୀରେ ‘ବିଧବା କଲୋନି’ରେ ଏବେବି ସେହି ଶିଖ ମହିଳାଙ୍କ ଘର ରହିିଛି ଯେଉଁମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ବଳାତ୍କାର କରାଯାଇଥିଲା, ପ୍ରତାଡିତ କରାଯାଇଥିଲା ଓ ଯେଉଁମାନେ ପରିବାରର ବହିଷ୍କାର କରିବା, ପୋଡି ଦେବା ଓ ହତ୍ୟାକୁ ଦେଖିବାକୁ ବାଧ୍ୟ କରାଯାଇଥିଲା। ଆଉ ଏମାନେ ଏବେବି ଅପରାଧିଙ୍କ ବିରୋଧରେ ନ୍ୟାୟ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri