ହସ୍ତାନ୍ତର ହୋଇନି ୪୦୦ ଏକର ଜମି

ଯାଜପୁର ଅଫିସ,୧୨।୪: ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ନଂ.ଜାତୀୟ ରାଜପଥ(ଏନ୍‌ଏଚ୍‌)ପ୍ରକଳ୍ପ ଫଳକରେ ସୀମିତ ରହିଛି। ଏଥିପାଇଁ ପ୍ରାୟ ୪୦୦ ଏକର ଜମି ଏନ୍‌ଏଚ୍‌ଏଆଇକୁ ଏଯାଏ ହସ୍ତାନ୍ତର ହୋଇ ନ ଥିବାରୁ କାମ ଆରମ୍ଭ ହୋଇ ପାରିନାହିଁ। ଏହି ମର୍ମରେ ଉତ୍ତରାଞ୍ଚଳ ଜାତୀୟ ରାଜପଥ ସର୍କଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ ଅଧ ଏକର ସରକାରୀ ଜମି ଏବଂ ଏକ ସରକାରୀ ଗୃହ ଯୋଗାଇ ଦେବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରାଯାଇଛି।
ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥର ପରିକଳ୍ପନା କରାଯାଇଛି। ଏହା ଯାଜପୁର ଜିଲାର କୁଆଖିଆ ଛକଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ୪ ଓ ୨ ଲେନ୍‌ ବିଶିଷ୍ଟ ରାଜପଥ ନିର୍ମାଣ କରାଯିବ। ୨୦୧୫ ସେପ୍ଟେମ୍ବର ୧୭ରେ ୨୦ ନଂ. ଜାତୀୟ ରାଜପଥ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ଜିଲାର କୁଆଖିଆଠାରୁ ସମୁଦାୟ ୧୩୯ କିମି ବିଶିଷ୍ଟ ଏହି ପ୍ରକଳ୍ପର ଡିଟେଲ ପ୍ରୋଜେକ୍ସ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ଇଗିସ(ଇଆଇଜିଆଇଏସ୍‌) ଇଣ୍ଡିଆ କନ୍ସଲଟିଂ ଇଞ୍ଜିନିୟର୍ସ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଥିଲା ା କେବଳ ଡିପିଆର ପ୍ରସ୍ତୁତି ପାଇଁ ୪ କୋଟି ୬୮ ଲକ୍ଷ ୮୩ ହଜାର ୨୨୮ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା ା ୨୦ନଂ. ଏନ୍‌ଏଚ୍‌ କୁଆଖିଆ-ସାତଭାୟା ସେକ୍ସନ ପ୍ରକଳ୍ପର ଡିପିଆର କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଏପରି କି ୩୧ା୩ା୨୦୨୨ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୬୩୬.୧୦ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଏହାସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଥିବାବେଳେ ପ୍ରାୟ ୪୦୦ ଏକର ଜମି ଅଧିଗ୍ରହଣ ଶେଷ ହୋଇ ପାରି ନ ଥିବାରୁ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ ବୋଲି ଏନ୍‌ଏନ୍‌ର ଚିଫ କନଷ୍ଟ୍ରକ୍ସନ ଇଞ୍ଜିନିୟର କାର୍ଯ୍ୟାଳୟରୁ ଜଣାପଡିଛି।
ଏହି ରାସ୍ତାଦେଇ ଦୈନିକ ହଜାର ହଜାର ଗାଡି ଯାତାୟତ କରୁଛି ା ବିଶେଷକରି ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତା ବିରଜାକ୍ଷେତ୍ର, ଆରଡି, ଚାନ୍ଦବାହାଲି ଓ ରାଜକନିକାକୁ ଛୁଇଁବ ା ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ହେଲେ ବିରଜାମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାତାୟତ ସହଜ ହୋଇ ପାରିବ । କିନ୍ତୁ ଏଯାଏ ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ଦ୍ଧାରିତ ସମୟରେ ରାସ୍ତା ସମ୍ପୂର୍ଣ୍ଣ ହେବା ନେଇ ସଂଶୟ ପ୍ରକାଶ ପାଇଛି ା ଏହାବାଦ୍‌ ଏହି ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ବର୍ତ୍ତମାନ ପ୍ରାୟ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ତଥାପି ସମ୍ପୃକ୍ତ ଅଧିକାରୀମାନେ ଏନ୍‌ଏଚ୍‌ ନିର୍ମାଣରେ ତପତ୍ରତା ପ୍ରକାଶ କରୁ ନ ଥିବା ମନେ ହେଉଛି। ଏହାସହ କୁଆଖିଆ, ଯାଜପୁର ଓ ଆରଡି ଅଞ୍ଚଳରେ ନୂତନ ବାଇପାସ୍‌ ନିର୍ମାଣ ହେବା ପାଇଁ ୨୦୧୭ ଅଗଷ୍ଟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକକୁ ଇତିମଧ୍ୟରେ ୬ ବର୍ଷ ପୁରିବାକୁ ଯାଇଥିଲେ ହେଁ କୌଣସି ଅଗ୍ରଗତି ନ ହେବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯାଜପୁର ଟାଉନରେ ଉତ୍ତରାଞ୍ଚଳ ଏନଏଚ୍‌ର ଦୁଇଟି ସେକ୍ସନ କାର୍ଯ୍ୟାଳୟ ରହିବ। ଏଥିପାଇଁ ଅଧ ଏକର ସରକାରୀ ଜମି ସହ ଗୃହର ଆବଶ୍ୟକତା ରହିଛି। ତେଣୁ ଉପରୋକ୍ତ ଭାବେ ଜମି ଏବଂ ସରକାରୀ ଗୃହ ଯୋଗାଇ ଦେବାକୁ ଏନ୍‌ଏଚ୍‌ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?