ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

କଟକ ଅଫିସ,୨।୨: ନୂଆପଡ଼ା ଜିଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କଟକ, ଚୌଦ୍ୱାର, ନୂଆପଡ଼ାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। କଟକସ୍ଥିତ ବାଲିସାହି ମଧୁ ପାଟଣା, ତିନି ମହଲା କୋଠା ଚାଉଳିଆଗଞ୍ଜ, ନଟରାଜ ପ୍ଲେସ କଲ୍ୟାଣ ମଣ୍ଡପ କଟକ, ଚୌଦ୍ୱାରଠାରେ ୩ ଏକର ଜମି, ନୂଆପଡା ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡ଼ାଠାରେ ଥିବା ଭଡା ଘର ମିଶି ୬ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ନୂଆପଡା ଭଡା ଘରେ ଚଢ଼ାଉ ବେଳେ ନଗଦ ୧୫ ହଜାର ଟଙ୍କା,୪୯୮ ଗ୍ରାମ ସୁନାଗହଣା,୨.୫ କିଲୋଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି। ସେହିପରି ରତ୍ନାକର ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରିଥିବା ଜଣାପଡ଼ିଛି । ଚଢ଼ାଉରେ ୬ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ, ନିୟମ ଉଲ୍ଲଙ୍ଘନ: ୫ ଗିରଫ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦିଗପହଣ୍ଡି ସହରର ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ନିଳାଦ୍ରୀ ବିହାରର ଶୁକୁରୁ ସେଠୀ,...

ଅପରାଧ ଯୋଜନା ପଣ୍ଡ: କାର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡି,୨।୭(ଡି.ଏନ.ଏ.)- କନ୍ଧମାଳ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ବାଲିଗୁଡା ଠାରୁ ଦାରିଙ୍ଗବାଡି, ବାଡାବାଙ୍ଗା, ସିଆଙ୍ଗବାଲି ଦେଇ ଗଞ୍ଜାମକୁ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଛି।...

ମୃତକଙ୍କ ଆଖି କାଢ଼ିନେବା ଘଟଣା: ମାମଲା ରୁଜୁ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ, ୧୭ା୧୧- ପରିବାର ଲୋକଙ୍କ ଅଜାଣତରେ ଚକ୍ଷୁ ଦାନ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରାଇ ନେଇ ମେଡିକାଲରେ ଜଣେ ମୃତବ୍ୟକ୍ତିଙ୍କ ଦୁଇ ଆଖି...

ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ...

ବୁଗୁଡ଼ା-ପୋଲସରା ରାସ୍ତା ମଝିରେ ଆଣ୍ଠୁଏ ଖାଲ

ବୁଗୁଡ଼ା,୨୦ା୯(କାଳୀଚରଣ ଦାଶ): ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଆଣ୍ଠୁଏ ଖାଲ ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର...

ବାଣ ପ୍ରସ୍ତୁତ ବେଳେ ଅଘଟଣ: ନିଆଁ ଲାଗି ୨ ଗୁରୁତର, ବାଣ ପ୍ରସ୍ତୁତ ଘର ସିଲ୍‌ କଲା ପୋଲିସ

ଚାନ୍ଦବାଲି,୧୭।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟାରେ ମଶା ଧୂପରୁ ନିଆଁ ଲାଗି...

ଠିକାଦାରଙ୍କୁ ଗୁଳି ମାଡ: ୩ ଗିରଫ

ନୂଆପଡା ଅଫିସ/ଖଡିଆଳ,୯ା୧୦-ନୂଆପଡ଼ା ଜିଲା ଖଡିଆଳ ସହରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଠିକାକାମକୁ ନେଇ ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ପବନ ଅଗ୍ରୱାଲ (୫୫)ନାମକ ଏହି ଠିକାଦାରଙ୍କ...

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ

ଯାଜପୁର ଟାଉନ,୬-୧୧(ଡି.ଏନ୍‌.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା...

Advertisement
Archives

Model This Week