Posted inଫୁରସତ

ଭୁଲ୍‌ରେ ସ୍ତ୍ରୀଙ୍କୁ ଅଧାରାସ୍ତାରେ ଛାଡ଼ି ଚାଲିଗଲେ ସ୍ବାମୀ, ଆଉ ତା’ ପରେ…

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ପଢ଼ିବାକୁ ଏବଂ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଏପରି ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ବୁଲି ଯାଉଥିବା ବେଳେ ଅଧା ରାସ୍ତାରେ ସ୍ତ୍ରୀଙ୍କୁ ଛାଡ଼ି ଭୁଲି ଚାଲିଯାଇଥିଲେ। ଏହି କାରଣରୁ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୨୦ କିଲୋମିଟର ଚାଲିବାକୁ ପଡ଼ିଥିଲା।

ଏପରି ଅଜବ ମାମଲା ଥାଇଲାଣ୍ଡରେ। ୫୫ ବର୍ଷୀୟ ବୁଣ୍ଟମ ଚାଇମୁନ ତାଙ୍କ ୪୭ ବର୍ଷୀୟା ସ୍ତ୍ରୀ ଇମୁନା ଚାଇମୁନ୍‌ଙ୍କ ସହ ଛୁଟିରେ ଯାଇଥିଲେ। ରବିବାର ସେ ନିଜ ସହରକୁ ଯାଇଥିଲେ। ଦୁହେଁ ଏକାଠି ଭଲ ସମୟ କଟାଇବା ପରେ ଫେରୁଥିଲେ, କିନ୍ତୁ ବୁଣ୍ଟମଙ୍କୁ ରାସ୍ତାରେ ଟଏଲେଟ୍‌ ଲାଗିଲା।
ଏଥିପାଇଁ ସେ କାର୍‌କୁ ରାସ୍ତା କଡ଼ରେ ରଖିଥିଲେ। ଚାରିପାଖରେ କୌଣସି ସର୍ବସାଧାରଣ ଶୌଚାଳୟ ନ ଥିଲା। ତେଣୁ ସେ ଟିକେ ଆଗକୁ ଯାଇଥିଲେ। ଏହି କାରଣରୁ ଇମୁନା କାର୍‌ରୁ ଓହ୍ଲାଇ ଜଙ୍ଗଲ ଆଡ଼କୁ ବୁଲି ପଳାଇଥିଲେ। ଯାହାକି ତାଙ୍କ ସ୍ବାମୀ ଦେଖି ପାରି ନ ଥିଲେ। ସେ ଭାବିଥିଲେ ଇମୁନା ସିଟ୍‌ରେ ବସିଛନ୍ତି। ତେଣୁ ସେ ଟଏଲେଟ୍‌ ଆସିବା ପରେ କାର୍‌ ଚଳାଇ ଆଗକୁ ଚାଲିଯାଇଥିଲେ।

ଯେତେବେଳେ ଇମୁନା ଫେରିଲେ ସେ ତାଙ୍କ ସ୍ବାମୀ କିମ୍ବା କାର୍‌ କାହାକୁ ଦେଖିବାକୁ ପାଇ ନ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଇମୁନାଙ୍କ ପାଖରେ ମୋବାଇଲ କିମ୍ବା ପର୍ସ ନ ଥିଲା। ଅନ୍ଧାର ହୋଇଯାଇଥିଲା ଯେଉଁଥିପାଇଁ ମହିଳା ଡରି ଯାଇଥିଲେ। ଏହି କାରଣରୁ ସେ ସାହାଯ୍ୟ ମାଗିବାକୁ ସ୍ଥିର କଲେ ଏବଂ ଚାଲିଚାଲି ଆଗକୁ ବଢ଼ିଲେ।

ଏମିତି ସେ ପ୍ରାୟ ୨୦ କିଲୋମିଟର ଚାଲିଥିଲେ। ତା’ ପରଦିନ ସକାଳ ୫ଟାରେ କାବିନବୁରୀ ଜିଲାର ସ୍ଥାନୀୟ ପୋଲିସ ଷ୍ଟେଶନରେ ପହଞ୍ଚି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏପରିକି ସେ ତାଙ୍କ ସ୍ବାମୀଙ୍କ ମୋବାଇଲ ନମ୍ବରକୁ ମଧ୍ୟ ମନେ ରଖି ନ ଥିଲେ। କାର୍‌ରେ ମୋବାଇଲ ରହିଯାଇଥିଲା। ଏହା ପରେ ମହିଳା ଇମୁନା ନିଜ ଫୋନ ନମ୍ବରରେ ଅନେକ ଥର ପୋଲିସକୁ ଫୋନ୍‌ କରିଥିଲେ ମଧ୍ୟ ସ୍ବାମୀଙ୍କୁ କଲ୍‌ କରି ପାରି ନ ଥିଲେ। ତେବେ ପୋଲିସର ସାହାଯ୍ୟରେ ସେ ସକାଳ ୮ଟାରେ ତାଙ୍କ ସ୍ବାମୀଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଏହା ପରେ ବୁଣ୍ଟମ ଅନୁଭବ କଲେ ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ବହୁତ ଦୂରକୁ ଚାଲିଆସିଛନ୍ତି। ପରେ ସେ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଆସିଥିଲେ। ବୁଣ୍ଟମ ତାଙ୍କ କାର୍ଯ୍ୟରେ ଅନୁତାପ କରି ତାଙ୍କ ସ୍ତ୍ରୀଙ୍କୁ କ୍ଷମାପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri