କର୍ମଚାରୀମାନଙ୍କୁ ଅଚାନକ ଛଟେଇ

କୁଆଁରମୁଣ୍ଡା,୩୦।୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କୁଆଁରମୁଣ୍ଡା ଚଦ୍ରିହରିହରପୁରରେ ଥିବା ଆଧୁନିକ ମେଟାଲିକ୍ସ କାରଖାନା ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଥିଲାବେଳେ ୨୦୨୦ ମସିହାରେ ଲିବର୍ଟି ନାମକ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହାକୁ ଅଧିଗ୍ରହଣ କରିଥିଲା। ଲିବର୍ଟି ହାଉସ ଏହି କାରଖାନାକୁ ଅଧିଗ୍ରହଣ କଲା ପରେ ଶ୍ରମିକ, କର୍ମଚାରୀମାନେ ଖୁସି ହେବା ସହ ଏହାର ଅଧିକାରୀମାନଙ୍କୁ ବାଜା ବଜାଇ ଭବ୍ୟ ସ୍ବାଗତ କରିଥିଲେ। ହେଲେ ଏହି ଖୁସି ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ଗତ ମଙ୍ଗଳବାର ହଠାତ୍‌ କାରଖାନା କର୍ତ୍ତୃପକ୍ଷ ୭୯ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବିନା ନୋଟିସରେ ବିଦା କରିବା ସହ ଏକକାଳୀନ ମାତ୍ର ୨ ବର୍ଷର ଅନୁକମ୍ପାମୂଳକ ସହାୟତା ଓ ୩ ମାସର ଆଗୁଆ ଦରମା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଇଛି। ଏହାକୁ କର୍ମଚାରୀମାନେ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ସେମାନଙ୍କ ଦୁଃଖ ଶୁଣିବାକୁ ନିକଟରେ ବିଜୟୀ ଶ୍ରମିକ ସଙ୍ଗଠନକୁ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଭିତିରି ଯୋଜନା କରି ଫାଳଫାଳ କରିବାରେ ସଫଳ ହୋଇଛନ୍ତି। ଫଳରେ ଛଟେଇ କର୍ମଚାରୀ ଅନ୍ୟ କୌଣସି ମାଧ୍ୟମ ନ ପାଇ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦୁଃଖ ଜିଲା ପ୍ରଶାସନ ଶୁଣିବାକୁ ସେମାନେ ଗୁହାରି କରୁଥିବାବେଳେ ଭାଙ୍ଗିଯାଇଥିବା ଶ୍ରମିକ ସଙ୍ଗଠନର ନେତା ଶରତ ତନ୍ତୀ, ରାଜେଶ କେରକେଟା, ସନ୍ଦୀପ ମିଶ୍ର, ପୂର୍ବତନ ବିଧାୟକ ନିହାର ସୁରିଁନ, ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁକୁର ପ୍ରମୁଖ ଛଟେଇ କର୍ମଚାରୀଙ୍କ ଦାବି ଯଥାର୍ଥ ହୋଇଥିବାରୁ କାରଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ପାଖିଆ ଓ ଅଗଣତାନ୍ତ୍ରିକ ବୋଲି କହିଥିଲେ। ଏଥିପାଇଁ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ କର୍ମଚାରୀମାନଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଭୟରେ କାରଖାନା କର୍ତ୍ତୃପକ୍ଷ ଆଗୁଆ କାରଖାନା ଛାଡି ପଳାଇଯାଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ଆଧୁନିକ ମେଟାଲିକ୍ସ କାରଖାନା ୫୦୮ ଜଣ ଶ୍ରମିକ ଓ ୨୭୦ ଜଣ କର୍ମଚାରୀଙ୍କୁ ନେଇ ଚାଲୁଥିଲା ବେଳେ ସେମାନଙ୍କ ମଧ୍ୟରୁ ୭୯ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ ଯୋଗୁ କାରଖାନାରେ ଏବେ କର୍ମଚାରୀ ଆନ୍ଦୋଳନ ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?