Posted inଖେଳ

ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ରାହୁଲ

ଜୋହାନ୍ସବର୍ଗ,୪।୧: ଭାରତୀୟ କ୍ରିକେଟରେ କେଏଲ ରାହୁଲ ଏବେ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ ଟେଷ୍ଟରେ ୧୨୩ ରନ ସ୍କୋର କରିବା ପରେ କେ.ଏଲ ରାହୁଲଙ୍କୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅଧିନାୟକ କରାଯାଇଥିଲା। ଏଥି ସହିତ ରାହୁଲ ସୋମବାର ଜୋହାନ୍ସବର୍ଗର ୱାଣ୍ଡରର୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରୁଛନ୍ତି। ବିରାଟ କୋହଲି ବ୍ୟାକ ସ୍ପାସମ ଯୋଗୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳୁନାହାଁନ୍ତି। ଏପରି ପରିସ୍ଥିତିରେ ତାଙ୍କ ସ୍ଥାନରେ ରାହୁଲଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି। ସେ ମ୍ୟାଚର ପ୍ରଥମ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ ଏକ କାରଣରୁ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ଦକ୍ଷିଣ ଆଫ୍ରିକା ୱାଣ୍ଡରର୍ସ ଗ୍ରାଉଣ୍ଡରେ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲା। ୨୦୨ ରନରେ ଭାରତକୁ ଅଲଆଉଟ୍‌ କରିଥିଲା। ଏସବୁ ମଧ୍ୟରେ ରାହୁଲ ଲାଇଭ ମ୍ୟାଚ ସମୟରେ କିଛି କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ମ୍ୟାଚ ସମୟରେ ରାହୁଲ କ୍ରିଜରେ କାଗିସୋ ରାବାଡାଙ୍କୁ କ୍ଷମା ମାଗିଛନ୍ତି। ଏହା ପରେ ସମସ୍ତେ ତାଙ୍କ ନମ୍ରତାକୁ ପ୍ରଶଂସା କରୁଛନ୍ତି।
ଭାରତର ପ୍ରଥମ ଇନିଂସର ପଞ୍ଚମ ଓଭରରେ ରାବାଡା ବୋଲିଂ କରିବାକୁ ପ୍ରସ୍ତୁତ ପ୍ରାୟ ଥିଲେ। ସେ ତାଙ୍କର ରନ ଅପ ଶେଷ କରିଥିଲେ, କିନ୍ତୁ ଷ୍ଟାଣ୍ଡ-ଇନ ରାହୁଲ ନିଜକୁ ପଛକୁ ଟାଣି ନେଇଥିଲେ। ସେ ଏହା କରିବା ପରେ ସଙ୍ଗେ ସଙ୍ଗେ ରାବାଡାଙ୍କୁ କ୍ଷମା ମାଗିବା ସହ ଅମ୍ପାୟାରଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ ହାତ ବଢାଇଥିଲେ। ଲୋକେଶ ରାହୁଲ ଏହି ମ୍ୟାଚ୍‌ରେ ୫୦ ରନ ସଂଗ୍ରହ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ୪୬ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬୧ ବର୍ଷରେ ପାଦଦେଲେ କପିଲ୍‌ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍‌

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

କେଣ୍ଟ୍‌ ତରଫରୁ ଖେଳିବେ ଅର୍ଶଦୀପ

କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍‌ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍‌ ତରଫରୁ ୫ ପ୍ରଥମ ଶ୍ରେଣୀ...

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍‌

କେବଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ।...

ଗ୍ରେଡ୍‌ ଏ’ରେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୬ା୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ଚୁକ୍ତି ତାଲିକା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ୪ଟି କାଟେଗୋରିରେ ମୋଟ...

୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା

ଟୋକିଓ, ୧୪ା୧ (ଏଏଫ୍‌ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ...

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ...

ଏବେ ଭାରତ-ପାକିସ୍ତାନ ସିରିଜ୍‌ ସମ୍ଭବ ନୁହେଁ

ଲାହୋର,୧୩।୯: ଏବେ ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ଖେଳାଯିବା ସମ୍ଭବ ନୁହେଁ। ନୂଆ କରି ପାକିସ୍ତାନ କ୍ରିକେଟ...

ପୁଣି ହୃଦୟ ଜିତିଲେ ଧୋନୀ

ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି।...

Advertisement
Archives

Model This Week