ବଟ ନଦୀରେ ପୁଣି ମାଛ ମଡ଼କ

ପାରାଦୀପ,୧ା୧(ସ୍ବ.ପ୍ର.): ପାରାଦୀପର ବାଲିଝରା ସଂଲଗ୍ନ ବଟନଦୀରେ ଶନିବାର ପୁଣି ମାଛ ମଡ଼କ ହୋଇଛି। ଏହି ନଦୀରେ ପ୍ରଚୁର ପରିମାଣର ମାଛ ମରି ଭାସୁଥିବାରୁ ଚତୁଃପାଶର୍‌ବରେ ଥିବା ବସ୍ତି ଓ କଲୋନିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅନନ୍ତ ଜେନା କହିଛନ୍ତି। ସକାଳୁ ଅଳ୍ପମାତ୍ରାରେ ମାଛ ମରି ଭାସୁଥିବାବେଳେ ମଧ୍ୟାହ୍ନ ବେଳକୁ ଏହି ସଂଖ୍ୟା ବଢ଼ିଯାଇଥିଲା। ମଲା ମାଛଗୁଡ଼ିକ ମଧ୍ୟରେ କଉ, ଖଇଙ୍ଗା, କଣ୍ଟିଆ, ମାଗୁର ଆଦି ରହିଛି। ଏହି ଖବର ପ୍ରଚାରିତ ହେବାପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ କାର୍ଯ୍ୟାଳୟ ପକ୍ଷରୁ ପରିବେଶ ଯନ୍ତ୍ରୀ ଟ୍ବିଙ୍କିଲ୍‌ ମହାନ୍ତି ଆସି ନଦୀର ପାଣି ଓ ମଲା ମାଛର ନମୁନା ସଂଗ୍ରହ କରିଛନ୍ତି। ପ୍ରାଥମିକ ଟେଷ୍ଟିଂ ରିପୋର୍ଟ ଆଧାରରେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଅମ୍ଳଜାନ ହ୍ରାସ (ଡିଜଲ୍ଭ ଅକ୍ସିଜେନ) ପାଇବାରୁ ଏପରି ଘଟଣା ଘଟିଛି। ତଥାପି ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବ୍‌କୁ ପାଣି ଓ ମଲା ମାଛ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ ମାଛ ମରିବାର କାରଣ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା କହିଛନ୍ତି।
ଏହି ନଦୀ ପାରାଦୀପର ଉଦୟବଟଠାରୁ ଆରମ୍ଭ ହୋଇ ବାଲିଝରା ଓ ଅଠରବାଙ୍କି ଦେଇ କାଉଡ଼ିଆ ନଦୀରେ ମିଶିଛି। ସମ୍ପ୍ରତି ଉକ୍ତ ନଦୀର ଚତୁଃପାଶର୍‌ବରେ ଜନବସତି ଓ ଶିଳ୍ପ ସଂସ୍ଥା ଆଦି ଗଢିଉଠିଛି। ଏଥିଯୋଗୁ ତାହା ସଙ୍କୁଚିତ ହୋଇ ଅସ୍ତିତ୍ୱ ହରାଇ ବସିଲାଣି। କେବଳ ବାଲିଝରା ଓ ବିଜୟଚନ୍ଦ୍ରପୁର ପାଖରେ କିଛି ଅଂଶ ଜଳାଶୟ ଭଳି ରହିଛି। ସେଥିରେ ବସ୍ତିର ବର୍ଜ୍ୟ ପାଣି, ଡ୍ରେନ ପାଣି, ଖୋଲା ଶୌଚାଳୟର ଆବର୍ଜନା ଆଦି ମିଶୁଛି। ଏତଦ୍‌ବ୍ୟତୀତ ନଦୀରେ କଲିକତି ଦଳ ଭର୍ତ୍ତି ହୋଇଯାଇଛି। ସେଥିପାଇଁ ଅମ୍ଳଜାନ ହ୍ରାସ ପାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ…

ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି…

କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ଧୁମ୍‌ଧାମ୍‌ରେ ପାଳିତ ହେଲେ ଗୋଷ୍ଠାଷ୍ଟମୀ

ଖଣ୍ଡପଡ଼ା,୧୭ା୧୧(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡା, ଖଳିସାହି, କୋସକା, ଜଗନ୍ନାଥପ୍ରସାଦ, ବେଣାଗାଡିଆ, ସିଧାମୂଳା, ଶାଳଝରିଆ ଆଦି ଅଞ୍ଚଳରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ୧୧କୋଟି ଦରମା? ଆଇପିଏଲ ୨୦୨୭ ରେ ମିଳିବ କୋଟି କୋଟି ଟଙ୍କା!

ନୂଆଦିଲ୍‌ଲୀ,୧୭।୧୧: ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୫ ମେଗା ଅକ୍ସନରେ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ସେତେବେଳେ ବୈଭବଙ୍କ ବୟସ ୧୪ ବର୍ଷ ଥିଲା,…

VIDEO: CSK ମାଲିକାଣୀଙ୍କ ବଡ଼ ଖୁଲାସା, ଧୋନୀ ହିଁ କହିଥିଲେ ସନ୍ୟାସ ନେବାକୁ, ଆଉ ସେହି ସମୟରେ ସମ୍ଭାଳିପାରିଲାନି…

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମାଲିକାଣୀ ରୁପା ଗୁରୁନାଥ କୁହନ୍ତି ଯେ ଗତ ଶନିବାର, ତିନି ଦିନ ପୂର୍ୱେ ଏମ.ଏସ. ଧୋନୀ, CSK ର…

‘ଓ ମାହି, ଓ ମାହି…’ ଧୋନୀଙ୍କ ସନ୍ୟାସ ଖବରରେ ଭାବୁକ ହେଲେ, ମଇଦାନରେ କଟ୍ଟର ଶତ୍ରୁ ହେଲେ କହିଲେ…

ନୂଆଦିଲ୍ଲୀ,୧୭।୧୧: MS ଧୋନୀଙ୍କ ଆଇପିଏଲ ସନ୍ନ୍ୟାସକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଭାବପୂର୍ଣ୍ଣ ମେସେଜ ଲେଖିଛି। ମଇଦାନରେ ଉଭୟ ଦଳ ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ,…

ଦାରିଙ୍ଗବାଡ଼ି ପର୍ଯ୍ୟଟନରେ ଯୋଡ଼ିହେଲା ନୂଆ ଫର୍ଦ୍ଦ, ଉଦ୍‌ଘାଟିତ ହେଲା ‘ରୁରାଲିଆ’

ଦାରିଙ୍ଗବାଡ଼ି, ୧୭/୧୧ (ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସର୍ବଦା…

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା: ସ୍ବାମୀଙ୍କୁ ମଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧୭।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା ମାମଲାର ବିଚାର କରି କେନ୍ଦୁଝର ଜିଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ମଙ୍ଗଳବାର ରାୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?