Posted inଖେଳ

ପ୍ରକୃଷ୍ଟ ସମୟ

ବିଶ୍ୱ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିଛି। ସମ୍ପ୍ରତି ଏଆଇଏଫ୍‌ଏଫ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) ଦ୍ୱାରା ପରିଚାଳିତ ହେଉଥିବାବେଳେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବନାହିଁ ବୋଲି ଫିଫା ସ୍ପଷ୍ଟ କରିଦେଇଛି। ଫିଫାର ଏପରି ବାସନ୍ଦରେ କିନ୍ତୁ ବିଚଳିତ ନୁହନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବାଇଚୁଙ୍ଗ ଭୂତିଆ। ଫିଫାର ଏହି ନିଷ୍ପତ୍ତି କଠୋର ହୋଇଥିଲେ ହେଁ ଦେଶର କ୍ରୀଡ଼ା ବ୍ୟବସ୍ଥାରେ ଅନୁଶାସନ ଫେରାଇ ଆଣିବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଏବେ ଘର ସଜାଡ଼ିବାର ବେଳ, ଦେଶର ଫୁଟ୍‌ବଲ ବ୍ୟବସ୍ଥାରେ ରହିଥିବା ତ୍ରୁଟିଗୁଡ଼ିକୁ ସୁଧାରିବା ପାଇଁ ଏହା ଉଚିତ ସମୟ ବୋଲି ପ୍ରକାଶ କରିଛନ୍ତି ଏହି ସ୍ପୋଟର୍‌ସ ଆଇକନ୍‌। ଫିଫା ନିୟମ ଉଲ୍ଲଂଘନ କାରଣରୁ ୮୫ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତକୁ ଏଭଳି ବାସନ୍ଦାଦେଶର ସମ୍ମୁଖୀନ ହେବାକୁ ପଡ଼ିଛି। ଫିଫାର ଏହି ନିଷ୍ପତ୍ତି ଭାରତ ପାଇଁ ଶକ୍ତ ଧକ୍କା ବୋଲି ପୂର୍ବତନ ଅଧିନାୟକ ଶବିର୍‌ ଅଲୀ ପ୍ରକାଶ କରିଛନ୍ତି। ଏହାସହିତ ଏହି ବାସନ୍ଦାଦେଶ ଖୁବ୍‌ଶୀଘ୍ର ହଟିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଫିଫା ପକ୍ଷରୁ ସମସ୍ତ ରାସ୍ତା ବନ୍ଦ କରାଯାଇ ନ ଥିବା ବେଳେ ଆଲୋଚନା ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ଅନ୍ୟତମ ପୂର୍ବତନ ଖେଳାଳି ମେହତାବ ହୋସେନ୍‌ ଫୁଟ୍‌ବଲ ପରିଚାଳନାକୁ ବର୍ତ୍ତମାନର ସମସ୍ୟା ପାଇଁ ଦାୟୀ କରିଛନ୍ତି। ପୂର୍ବରୁ ପରିଚାଳନା କରୁଥିବା ଅଧିକାରୀ ଏବଂ ସିଓଏ ସମପରିମାଣରେ ଏହି ଘଟଣା ପାଇଁ ଦାୟୀ। ଯେତେବେଳେ ଫିଫା ପକ୍ଷରୁ ନିର୍ବାଚନ ପାଇଁ ଡେଡ୍‌ଲାଇନ ଧାର୍ଯ୍ୟ କରାଯାଇଥିଲା ସେତେବେଳେ ଏତେଦିନ ଧରି ନୀରବ ରହି ଏମାନେ କ’ଣ କରୁଥିଲେ ବୋଲି ମେହତାବ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସିଓଏ ଦାୟିତ୍ୱ ଛାଡ଼ିବା ସହ ଏଆଇଏଫ୍‌ଏଫ୍‌ର କର୍ମକର୍ତ୍ତାମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହେବେ ଏବଂ ଏହାର ସମ୍ବିଧାନ ଫିଫା ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଦ୍ୱାରା ସ୍ବୀକୃତ ହେବାପରେ ଯାଇ ବାସନ୍ଦ ଉଠି ପାରିବ। ବାସନ୍ଦ ନ ଉଠିଲେ ଭାରତ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ କିମ୍ବା ଦେଶରେ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିପାରିବ ନାହିଁ। ଫଳରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆୟୋଜନ ହୋଇପାରିବ ନାହିଁ। ଏହା ବ୍ୟତୀତ ଏସିଆ ଓ ସାଫ୍‌ ଚାମ୍ପିୟନଶିପ୍‌ରେ ଭାଗ ନେଇ ପାରିବ ନାହିଁ। କାରଣ ଭାରତର କୌଣସି ଖେଳାଳି ବିଦେଶରେ କିମ୍ବା ବିଦେଶର କୌଣସି ଖେଳାଳି ଭାରତରେ ଖେଳିପାରିବେ ନାହିଁ। ଫିଫା ନିୟମ ଉଲ୍ଲଂଘନ କାରଣରୁ ପୂର୍ବରୁ ପାକିସ୍ତାନ, ଜିମ୍ବାଓ୍ବେ, କେନିୟା, ବେନିନ୍‌, କୁଏତ୍‌, ଇଣ୍ଡୋନେସିଆ, ଗ୍ବାଟେମାଲା, ନାଇଜେରିଆ, ବ୍ରୁନେଇ ଓ ଇରାକ ଆଦି ଦେଶ ସମଦଶା ଭୋଗିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ କୌଣସି ରାଜନୈତିକ କିମ୍ବା ଆଇନଗତ ହସ୍ତକ୍ଷେପରୁ ଦୂରେଇ ନ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫିଫା ସ୍ପଷ୍ଟ କରିଛି।
ପରିବର୍ତ୍ତିତ ଘଟଣାକ୍ରମରେ ଗତ ବୁଧବାର ଥିବା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ୨୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

”ଫିଫାର ନିଷ୍ପତ୍ତି କଠୋର ହୋଇଥିଲେ ହେଁ ଭାରତର କ୍ରୀଡ଼ା ବ୍ୟବସ୍ଥାରେ ଅନୁଶାସନ ଫେରାଇ ଆଣିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଏବେ ଘର ସଜାଡ଼ିବାର ବେଳ, ଦେଶର ଫୁଟ୍‌ବଲ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବା ପାଇଁ ଏହା
ଉଚିତ ସମୟ“
-ବାଇଚୁଙ୍ଗ ଭୂତିଆ, ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?