ଅବଧାରିତ ଅପରାହ୍ନ

ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର ପ୍ଲେଗ୍ରାଉଣ୍ଡ ଭିତରେ ଥିବା ଗୃହର ଉପର ମହଲାକୁ ଯିବା ଶିଡି ପାହାଚର ଲାଣ୍ଡିଂରେ। ଶ୍ରୀଅରବିନ୍ଦ ଉପର ମହଲାରୁ ଓହ୍ଲାଇ ଆସି ପାହାଚର ଶେଷ ପ୍ରାନ୍ତରେ ଅପେକ୍ଷା କରିଥାନ୍ତି ସେ ଦିନର ସେହି ଫରାସୀ ତରୁଣୀ ମୀରାଙ୍କୁ। ଉଭୟଙ୍କ ଦୃଷ୍ଟିରେ ପରସ୍ପରକୁ ସାକ୍ଷାତ କରିବାର ଯେଉଁ ଅପୂର୍ବ ଆନନ୍ଦ ଓ ଆକାଂକ୍ଷା ତାକୁ ଭାଷାରେ ପ୍ରକାଶ କରିବା ପୃଥିବୀର କୌଣସି ଭାଷା ଯେ ସମର୍ଥ ତାହା ଏହି ଲେଖକର ମନେହୁଏ ନାହିଁ। ଅସଫଳ ଭାଷାରେ କହିଲେ, ସତେ ଯେପରି ଆକାଶ ନଇଁ ଆସୁଛି ଛୁଇଁ ଦେବାକୁ ପୃଥିବୀର ତୃଷାର୍ତ୍ତ ଓଷ୍ଠ। ସତେଯେପରି ପୃଥିବୀ ବଢେଇ ଦେଇଛି ତା’ର ଆବେଗ କମ୍ପନ ନିଃସର୍ତ୍ତ କରଯୁଗଳ ଅସୀମ ଅନନ୍ତ ଆକାଶ ଆଡେ। ସମ୍ପୂର୍ଣ୍ଣ ସମର୍ପିତ କରି ଦେଇଛି ନିଜକୁ। ମହାକାଳ କେବଳ ହିଁ ସାକ୍ଷୀ ଆକାଶ ସହିତ ଧରିତ୍ରୀର ସମ୍ପୂର୍ଣ୍ଣ ସମର୍ପଣ ପର୍ବର। ଶ୍ରୀଅରବିନ୍ଦଙ୍କୁ ସାଷ୍ଟାଙ୍ଗ ପ୍ରଣାମ ନିବେଦନ କରି ଶୋଇ ଯାଇଛନ୍ତି ବିଶ୍ୱଜନନୀ। ଏହି ସମର୍ପଣ ପର୍ବକୁ ସ୍ବୀକୃତି ଜଣାଇ ଶ୍ରୀଅରବିନ୍ଦ କହିଛନ୍ତି:- ”ଶରୀରର ପ୍ରତି ଜୀବକୋଷ ଯେ ସମର୍ପିତ ହୋଇପାରେ ଏହା ସେ ପ୍ରଥମେ ଲକ୍ଷ୍ୟ କଲେ। ଏହା ହିଁ ଥିଲା ଏକ ଅବଧାରିତ ଅପରାହ୍ନ।“
ଏହି ମୁହୂର୍ତ୍ତରେ ଶ୍ରୀମା ଅନୁଭବ କରିଥିଲେ, ପୃଥିବୀରେ ଅସଂଖ୍ୟ ଲୋକ ଅଜ୍ଞାନ ତମସାରେ ନିମଜ୍ଜିତ ରହିଥାନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତ ହିଁ ଦିନେ ସେ ତମସା ଆଲୋକରେ ରୂପାନ୍ତରିତ ହେବାର ତଥା ଦିବ୍ୟଯୁଗର ସୂତ୍ରପାତର ଅଲଂଘ୍ୟ ପ୍ରତିଶ୍ରୁତି।
”ବିଶ୍ୱାସର ଏ ଦଲିଲ ଅନନ୍ୟ। ବିଧାତାର ପଞ୍ଜିକାରେ ସେହି ମୁହୂର୍ତ୍ତରେ ସ୍ପଷ୍ଟ ହୋଇ ଉଠିଥିବ ଶ୍ରୀମାଙ୍କ ଭୂମିକା-ଶ୍ରୀଅରବିନ୍ଦଙ୍କ ଯୋଗଯଜ୍ଞରେ ସେ ହେବେ ପୁରୋହିତ, ଦେବେ ଆହୂତି, ଚେତନାର ରହସ୍ୟ ଲୋକରେ ସେ ଆପଣାକୁ ସମର୍ପଣ କରିବେ ମହାଯୋଗୀଙ୍କ ଅଭିନବ ଏବଂ ଦୁଃସହ ପରୀକ୍ଷାନିରୀକ୍ଷାର କଦବା ଆଧାର, କଦବା ସହଯୋଗୀ, କଦବା ସହକାରୀ, କଦବା ନିରୀକ୍ଷକ ଏବଂ କଦବା ଧାତ୍ରୀ ରୂପେ।“
”ଇତିହାସର ବିଡମ୍ବନାବଶତଃ ଶ୍ରୀମା’ଙ୍କୁ ଅବଶ୍ୟ ଭାରତରୁ ବିଦାୟ ନେବାକୁ ପଡିଲା, କିନ୍ତୁ ସୁକ୍ଷୁ ପର୍ଯ୍ୟାୟରେ ସେ ଯୋଗଯଜ୍ଞର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିଲା। ୧୯୨୦ ଏପ୍ରିଲ ୨୪ ତାରିଖରେ ଶ୍ରୀମାଙ୍କର ପୁନରାଗମନ ଉତ୍ତାରୁ ତାହା ଆମ ସ୍ଥୂଳ ଦୃଷ୍ଟିରେ ନେଲା ଯୁଗ୍ମ ତପସ୍ୟାର ରୂପ। ମନ ଓ ବୁଦ୍ଧିର ମାଧ୍ୟମ ଯୋଗେ ସେ ମହାଯୋଗର କଳନା ସମ୍ଭବପର ନୁହେଁ। କିନ୍ତୁ ଆକାଶକୁ ମାପି ନ ପାରିଲେ ମଧ୍ୟ ମହାଶୂନ୍ୟକୁ ଦୃଷ୍ଟିପାତ କଲେ ଯେମିତି ତାହାର ଅସୀମତାର ଧାରଣା କରିହୁଏ, ସେହିପରି ଦିବ୍ୟଶକ୍ତି ପ୍ରତି ଆସ୍ଥାଶୀଳ ହୋଇ ଶ୍ରୀମା ଏବଂ ଶ୍ରୀଅରବିନ୍ଦଙ୍କ ଆଭିମୁଖ୍ୟ ଦିଗରେ ଉନ୍ମୁଖ ହେଲେ ସେ ଅଭୂତପୂର୍ବ ତପସ୍ୟା ଉତ୍ତାପ ଊଣାଅଧିକ ଅନୁଭବ କରିହୁଏ। ଯେଉଁ ଅନୁଭବରୁ ଅନ୍ୟ କୌଣସି ଅଭିବ୍ୟକ୍ତି ଅଭାବରୁ ଏ ଲେଖକ ଉତ୍ତାପ ବୋଲି କହୁଛି, ତାହା ସୌମ୍ୟ ଉତ୍ତାପ; ବିନା ପ୍ରବାହରେ ତାହା ଆମ ଶୀତଳ ଚେତନାରେ ସାର କରେ ସଞ୍ଜୀବନୀର ଉଷ୍ମତା।
କିନ୍ତୁ ମାନବ ସଭ୍ୟତା ଆଜି ଏକ ବିଚିତ୍ର ପରିସ୍ଥିତିରେ ଉପନୀତ। ବିଜ୍ଞାନ ଓ ବୈଷୟିକ ଚମକତ୍ାରିତାରେ ମଣିଷ ଯେତିକି ସମୃଦ୍ଧ ହେଉଛି ନୈତିକତା ଓ ଆଧ୍ୟାମତ୍ିକତା ଦିଗରେ ସେତିକି ଅନ୍ତଃସାରଶୂନ୍ୟ ହୋଇଯାଉଛି। ଫଳରେ ଶାନ୍ତି ଓ ଆନନ୍ଦର ଦାରିଦ୍ର୍ୟକୁ ବରଣକରି ଆପଣେଇ ନେବାକୁ ବାଧ୍ୟ ହେଉଛି। ଭଗବତ ଅନ୍ବେଷା ସତେଯେପରି ଏକ ମରୀଚିକା। ଫଳରେ ଜୀବନର ପ୍ରତିପାଦରେ ଅପଶକ୍ତିର ମୁକାବିଲା ପାଇଁ ମଣିଷ ଅହରହ ଶ୍ୱାସରୁଦ୍ଧ। ସୁତରାଂ ଜୀବନର ପ୍ରତିଟି ମୁହୂର୍ତ୍ତ ସଂଘର୍ଷମୟ। ମହାଯୋଗୀ ଶ୍ରୀଅରବିନ୍ଦ ଏ ପରିସ୍ଥିତିକୁ ଚେତନାର ସଙ୍କଟ ଭାବରେ ଅଭିହିତ କରିଛନ୍ତି। ଏହି ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଅରବିନ୍ଦ ନୂତନ ଚେତନା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ନୂତନ ଚେତନା ମନୁଷ୍ୟର ସମସ୍ତ ମୂଲ୍ୟବୋଧକୁ ପରିବର୍ତ୍ତନ କରିଦେବ। ସେତେବେଳେ ମଣିଷ ବ୍ୟକ୍ତିଗତ ଓ ସମଷ୍ଟିଗତ ଅହଂ ପରିତ୍ୟାଗ କରି ଦିବ୍ୟ ପ୍ରେରଣା ଦ୍ୱାରା ପରିଚାଳିତ ହେବ।
ଋଷି ଶ୍ରୀଅରବିନ୍ଦଙ୍କ ମହାଯୋଗର ଆଭିମୁଖ୍ୟ ସମ୍ପ୍ରତି ଅନେକଙ୍କୁ ଜଣା। କ୍ରମାଗତ ଅଧିକରୁ ଅଧିକ ବ୍ୟକ୍ତି ଜାଣିବାର ସୁଯୋଗ ଅବ୍ୟାହତ ରହିଛି। (The Human Cycle) ‘ମାନବ ଯୁଗଚକ୍ର’ ଗ୍ରନ୍ଥର ବଂଶ ପରିଚ୍ଛେଦରେ ଇଙ୍ଗିତ ଦେଇଛନ୍ତି ଏପରି କି ଅଳ୍ପ ସଂଖ୍ୟକ ବ୍ୟକ୍ତି ଯଥାର୍ଥ ଅଭୀପ୍‌ସା ସହ ସାଧନା କଲେ ମହାଶକ୍ତିର ବିଭୂତି କାର୍ଯ୍ୟକାରୀ ହେବ।

  • ବିମଳ ପ୍ରସନ୍ନ ଦାସ
    ମୋ: ୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri