ସ୍ବଚ୍ଛତାରୁ ବ୍ୟବସାୟିକ ସଫଳତା

ଓଡ଼ିଶାର ମହିଳା ପୁରୁଷମାନେ ରୁପାରେ ତିଆରି ଅଳଙ୍କାର ବ୍ୟବହାର କରିବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଶୁଭ କାର୍ଯ୍ୟରେ ମଧ୍ୟ ରୁପା ସାମଗ୍ରୀ ଲୋଡ଼ାହୁଏ। ଖାସ୍‌ ଏପରି ଚାହିଦା ପୂରଣ ପାଇଁ ଭୁବନେଶ୍ୱରସ୍ଥିତ ‘ଚାନ୍ଦି ଭଣ୍ଡାର’ର ପରିକଳ୍ପନା କରାଯାଇଥିଲା। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ଗୋଟିଏ ଛାତ ତଳେ ସବୁ ପ୍ରକାର ରୁପା ସାମଗ୍ରୀର ସମ୍ଭାର ଏଠାରେ ଉପଲବ୍ଧ। ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ଉଚ୍ଚବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଉତ୍ପାଦ ଓ ଉପହାରର ଅନେକ ଡିଜାଇନ୍‌ ରହିଛି। ଏଥିଯୋଗୁ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ପସନ୍ଦର ସ୍ଥାନ ପାଲଟିଥିବା ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ‘ଚାନ୍ଦି ଭଣ୍ଡାର’ ନିର୍ଦ୍ଦେଶିକା ଲିପ୍ସା ହଂସ।

ଚାନ୍ଦି ଭଣ୍ଡାରର ଯାତ୍ରା କିଭଳି ରହିଛି?
୨୦୧୩ରେ ଚାନ୍ଦି ଭଣ୍ଡାର ଏକ ଭିନ୍ନ ଚିନ୍ତାଧାରା ନେଇ ଆରମ୍ଭ କରାଯାଇଥିଲା। ଅଦ୍ୟାବଧି ଅନେକ ପଥ ଅତିକ୍ରମ କରିସାରିଛି, ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ। ଯେଉଁ ଆଶା ଓ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା, ତାହା ମଧ୍ୟ ପୂରଣ ହୋଇଛି ବୋଲି ଅନୁଭବ କରୁଛୁ। ବିଶେଷକରି ଆମ ଗ୍ରାହକ ଚାନ୍ଦି ଭଣ୍ଡାରର ବ୍ୟବସ୍ଥା ଓ ବ୍ୟବସାୟକୁ ପସନ୍ଦ କରୁଛନ୍ତି।
ଗ୍ରାହକଙ୍କ ପାଇଁ କ’ଣ ସବୁ ସୁବିଧା ଓ ବ୍ୟବସ୍ଥା ରହିଛି?
ରୁପା ଅଳଙ୍କାର ଗ୍ରାହକଙ୍କ ପାଇଁ ଚାନ୍ଦି ଭଣ୍ଡାର ବ୍ୟବସ୍ଥିତ ଢଙ୍ଗରେ ଗୁଣାତ୍ମକ ସାମଗ୍ରୀ ଏବଂ ବ୍ୟବସାୟରେ ସ୍ବଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦେଇଆସୁଛି। ଗ୍ରାହକଙ୍କୁ ଅନେକ ପ୍ରକାର ସୁବିଧା ସହିତ ସାମଗ୍ରୀର କ୍ରୟ ଅନୁସାରେ ସଂସ୍ଥା ପକ୍ଷରୁ ଆବଶ୍ୟକ ବିଲ୍‌ ଦିଆଯାଇଥାଏ, ଯାହା ଅନ୍ୟ କୌଣସି ରୁପା ବ୍ୟବସାୟ ପ୍ରତିଷ୍ଠାନରେ ପ୍ରାୟତଃ ଦେଖିବାକୁ ମିଳେନାହିଁ। ବିଭିନ୍ନ ସମୟରେ ଗ୍ରାହକଙ୍କୁ ଅଫର ଓ ଏକ୍ସଚେଞ୍ଜ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।
ସଂସ୍ଥାର ଆଗାମୀ ଯୋଜନା କ’ଣ ରହିଛି?
ଆଶା ଓ ଆଶଙ୍କା ମଧ୍ୟରେ ଚାନ୍ଦି ଭଣ୍ଡାର ଆରମ୍ଭ ହୋଇଥିଲା। କିନ୍ତୁ ସଂସ୍ଥାର ବ୍ୟବସ୍ଥା ଓ ଶୁଦ୍ଧତା ସହ ବ୍ୟବସାୟରେ ସାଧୁତା ଯୋଗୁ ଏହା କମ୍‌ ସମୟ ମଧ୍ୟରେ ଅନେକ ସଫଳତା ପାଇପାରିଛି। ଭୁବନେଶ୍ୱର ଏବଂ ରାଉରକେଲାରେ ଚାନ୍ଦି ଭଣ୍ଡାର ରହିଛି। ଏହାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୁବ୍‌ଶୀଘ୍ର ଅନୁଗୋଳଠାରେ ଏକ ଷ୍ଟୋର ଖୋଲାଯିବ। ଏହାପରେ କଟକ ସମେତ ପ୍ରମୁ୍‌ଖ ସହରରେ ମଧ୍ୟ ଖୋଲିବାର ଯୋଜନା ରହିଛି। ଗତ ୧୦ବର୍ଷର କାରବାର ମଧ୍ୟରେ ଅନେକ ଶିକ୍ଷା ଓ ସଫଳତା ମିଳିଛି। ଏହାକୁ ପୁଞ୍ଜିକରି ଆଗକୁ ବଢ଼ିବା ପାଇଁ ପ୍ରୟାସ ଜାରି ରଖିଛୁ। ସଂସ୍ଥାରେ ଥିବା ସବୁ ପ୍ରକାର ସାମଗ୍ରୀ ଗ୍ରାହକଙ୍କ ଚାହିଦା ପୂରଣ କରିପାରୁଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି। ବ୍ୟବସାୟ ମଧ୍ୟ ପ୍ରତି ବର୍ଷ ବଢ଼ୁଛି। ସେସବୁକୁ ପାଥେୟକରି ଆଗାମୀ ଯୋଜନା ଓ ବ୍ୟବସାୟ କରିବା ଲକ୍ଷ୍ୟ ସ୍ଥିର କରାଯାଉଛି।
ବ୍ୟବସାୟ ଓ ପରିବାର ମଧ୍ୟରେ ସମନ୍ବୟ କିଭଳି ରଖୁଛନ୍ତି?
ଜଣେ ମହିଳା ହୋଇଥିବାରୁ ପରିବାରର ଅନେକ ଦାୟିତ୍ୱ ମୋ ଉପରେ ରହିଛି। ହେଲେ ପରିବାର ଓ ଘର ଦାୟିତ୍ୱ ସାଙ୍ଗଙ୍କୁ ସଂସ୍ଥାର ମୁଖ୍ୟ ହୋଇ ଥିବାରୁ ତା’ ଦାୟିତ୍ୱ ମଧ୍ୟ ସମ୍ଭାଳୁଛି। କର୍ମ ଓ ଧର୍ମ ମଧ୍ୟରେ ଦାୟିତ୍ୱ ଏବଂ ସହଯୋଗ ସବୁ ସ୍ତରରୁ ସମାନ ପରିମାଣରେ ମିଳୁଥିବାରୁ ଉଭୟ ପରିବାର ତଥା ପ୍ରତିଷ୍ଠାନକୁ ସଫଳତାର ସହ ଚଳାଇ ଆସିଛି। ବିଶେଷକରି ଘରେ ପରିବାରର ସହଯୋଗ ଏବଂ ବ୍ୟବସାୟରେ କର୍ମଚାରୀ ରୂପକ (ସାନ ବଡ଼ ଭାଇଭଉଣୀ) ସହଯୋଗୀଙ୍କ ସମର୍ଥନ ଯୋଗୁ ମୁଁ ୧୦ ବର୍ଷ ଧରି ଆଗେଇ ଚାଲିଛି।
ବ୍ୟବସାୟକୁ ଆସୁଥିବା ଯୁବ ବ୍ୟବସାୟୀଙ୍କ ପାଇଁ କ’ଣ କହିବେ?
ବ୍ୟବସାୟ କରିବା ବର୍ତ୍ତମାନ ସମୟରେ ଏକ ଫ୍ୟାଶନ ହୋଇଯାଇଛି। ହେଲେ ପ୍ରକୃତ ବ୍ୟବସାୟରେ ସବୁବେଳେ ଗ୍ରାହକକୈନ୍ଦ୍ରିକ ସେବା ସହ ଲୋକସମ୍ପର୍କକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ସେହିପରି ବ୍ୟବସାୟରେ ସାଧୁତା ଓ ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇଦେବା ଦରକାର। ଏଭଳି କିଛି ଦିଗକୁ ଆଖି ଆଗରେ ରଖି ଯୁବ ବ୍ୟବସାୟୀମାନେ ବିଜ୍‌ନେସ୍‌ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri