ସ୍ବଚ୍ଛତାରୁ ବ୍ୟବସାୟିକ ସଫଳତା

ଓଡ଼ିଶାର ମହିଳା ପୁରୁଷମାନେ ରୁପାରେ ତିଆରି ଅଳଙ୍କାର ବ୍ୟବହାର କରିବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଶୁଭ କାର୍ଯ୍ୟରେ ମଧ୍ୟ ରୁପା ସାମଗ୍ରୀ ଲୋଡ଼ାହୁଏ। ଖାସ୍‌ ଏପରି ଚାହିଦା ପୂରଣ ପାଇଁ ଭୁବନେଶ୍ୱରସ୍ଥିତ ‘ଚାନ୍ଦି ଭଣ୍ଡାର’ର ପରିକଳ୍ପନା କରାଯାଇଥିଲା। ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ଗୋଟିଏ ଛାତ ତଳେ ସବୁ ପ୍ରକାର ରୁପା ସାମଗ୍ରୀର ସମ୍ଭାର ଏଠାରେ ଉପଲବ୍ଧ। ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ଉଚ୍ଚବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଉତ୍ପାଦ ଓ ଉପହାରର ଅନେକ ଡିଜାଇନ୍‌ ରହିଛି। ଏଥିଯୋଗୁ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ପସନ୍ଦର ସ୍ଥାନ ପାଲଟିଥିବା ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ‘ଚାନ୍ଦି ଭଣ୍ଡାର’ ନିର୍ଦ୍ଦେଶିକା ଲିପ୍ସା ହଂସ।

ଚାନ୍ଦି ଭଣ୍ଡାରର ଯାତ୍ରା କିଭଳି ରହିଛି?
୨୦୧୩ରେ ଚାନ୍ଦି ଭଣ୍ଡାର ଏକ ଭିନ୍ନ ଚିନ୍ତାଧାରା ନେଇ ଆରମ୍ଭ କରାଯାଇଥିଲା। ଅଦ୍ୟାବଧି ଅନେକ ପଥ ଅତିକ୍ରମ କରିସାରିଛି, ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ। ଯେଉଁ ଆଶା ଓ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା, ତାହା ମଧ୍ୟ ପୂରଣ ହୋଇଛି ବୋଲି ଅନୁଭବ କରୁଛୁ। ବିଶେଷକରି ଆମ ଗ୍ରାହକ ଚାନ୍ଦି ଭଣ୍ଡାରର ବ୍ୟବସ୍ଥା ଓ ବ୍ୟବସାୟକୁ ପସନ୍ଦ କରୁଛନ୍ତି।
ଗ୍ରାହକଙ୍କ ପାଇଁ କ’ଣ ସବୁ ସୁବିଧା ଓ ବ୍ୟବସ୍ଥା ରହିଛି?
ରୁପା ଅଳଙ୍କାର ଗ୍ରାହକଙ୍କ ପାଇଁ ଚାନ୍ଦି ଭଣ୍ଡାର ବ୍ୟବସ୍ଥିତ ଢଙ୍ଗରେ ଗୁଣାତ୍ମକ ସାମଗ୍ରୀ ଏବଂ ବ୍ୟବସାୟରେ ସ୍ବଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦେଇଆସୁଛି। ଗ୍ରାହକଙ୍କୁ ଅନେକ ପ୍ରକାର ସୁବିଧା ସହିତ ସାମଗ୍ରୀର କ୍ରୟ ଅନୁସାରେ ସଂସ୍ଥା ପକ୍ଷରୁ ଆବଶ୍ୟକ ବିଲ୍‌ ଦିଆଯାଇଥାଏ, ଯାହା ଅନ୍ୟ କୌଣସି ରୁପା ବ୍ୟବସାୟ ପ୍ରତିଷ୍ଠାନରେ ପ୍ରାୟତଃ ଦେଖିବାକୁ ମିଳେନାହିଁ। ବିଭିନ୍ନ ସମୟରେ ଗ୍ରାହକଙ୍କୁ ଅଫର ଓ ଏକ୍ସଚେଞ୍ଜ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।
ସଂସ୍ଥାର ଆଗାମୀ ଯୋଜନା କ’ଣ ରହିଛି?
ଆଶା ଓ ଆଶଙ୍କା ମଧ୍ୟରେ ଚାନ୍ଦି ଭଣ୍ଡାର ଆରମ୍ଭ ହୋଇଥିଲା। କିନ୍ତୁ ସଂସ୍ଥାର ବ୍ୟବସ୍ଥା ଓ ଶୁଦ୍ଧତା ସହ ବ୍ୟବସାୟରେ ସାଧୁତା ଯୋଗୁ ଏହା କମ୍‌ ସମୟ ମଧ୍ୟରେ ଅନେକ ସଫଳତା ପାଇପାରିଛି। ଭୁବନେଶ୍ୱର ଏବଂ ରାଉରକେଲାରେ ଚାନ୍ଦି ଭଣ୍ଡାର ରହିଛି। ଏହାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୁବ୍‌ଶୀଘ୍ର ଅନୁଗୋଳଠାରେ ଏକ ଷ୍ଟୋର ଖୋଲାଯିବ। ଏହାପରେ କଟକ ସମେତ ପ୍ରମୁ୍‌ଖ ସହରରେ ମଧ୍ୟ ଖୋଲିବାର ଯୋଜନା ରହିଛି। ଗତ ୧୦ବର୍ଷର କାରବାର ମଧ୍ୟରେ ଅନେକ ଶିକ୍ଷା ଓ ସଫଳତା ମିଳିଛି। ଏହାକୁ ପୁଞ୍ଜିକରି ଆଗକୁ ବଢ଼ିବା ପାଇଁ ପ୍ରୟାସ ଜାରି ରଖିଛୁ। ସଂସ୍ଥାରେ ଥିବା ସବୁ ପ୍ରକାର ସାମଗ୍ରୀ ଗ୍ରାହକଙ୍କ ଚାହିଦା ପୂରଣ କରିପାରୁଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି। ବ୍ୟବସାୟ ମଧ୍ୟ ପ୍ରତି ବର୍ଷ ବଢ଼ୁଛି। ସେସବୁକୁ ପାଥେୟକରି ଆଗାମୀ ଯୋଜନା ଓ ବ୍ୟବସାୟ କରିବା ଲକ୍ଷ୍ୟ ସ୍ଥିର କରାଯାଉଛି।
ବ୍ୟବସାୟ ଓ ପରିବାର ମଧ୍ୟରେ ସମନ୍ବୟ କିଭଳି ରଖୁଛନ୍ତି?
ଜଣେ ମହିଳା ହୋଇଥିବାରୁ ପରିବାରର ଅନେକ ଦାୟିତ୍ୱ ମୋ ଉପରେ ରହିଛି। ହେଲେ ପରିବାର ଓ ଘର ଦାୟିତ୍ୱ ସାଙ୍ଗଙ୍କୁ ସଂସ୍ଥାର ମୁଖ୍ୟ ହୋଇ ଥିବାରୁ ତା’ ଦାୟିତ୍ୱ ମଧ୍ୟ ସମ୍ଭାଳୁଛି। କର୍ମ ଓ ଧର୍ମ ମଧ୍ୟରେ ଦାୟିତ୍ୱ ଏବଂ ସହଯୋଗ ସବୁ ସ୍ତରରୁ ସମାନ ପରିମାଣରେ ମିଳୁଥିବାରୁ ଉଭୟ ପରିବାର ତଥା ପ୍ରତିଷ୍ଠାନକୁ ସଫଳତାର ସହ ଚଳାଇ ଆସିଛି। ବିଶେଷକରି ଘରେ ପରିବାରର ସହଯୋଗ ଏବଂ ବ୍ୟବସାୟରେ କର୍ମଚାରୀ ରୂପକ (ସାନ ବଡ଼ ଭାଇଭଉଣୀ) ସହଯୋଗୀଙ୍କ ସମର୍ଥନ ଯୋଗୁ ମୁଁ ୧୦ ବର୍ଷ ଧରି ଆଗେଇ ଚାଲିଛି।
ବ୍ୟବସାୟକୁ ଆସୁଥିବା ଯୁବ ବ୍ୟବସାୟୀଙ୍କ ପାଇଁ କ’ଣ କହିବେ?
ବ୍ୟବସାୟ କରିବା ବର୍ତ୍ତମାନ ସମୟରେ ଏକ ଫ୍ୟାଶନ ହୋଇଯାଇଛି। ହେଲେ ପ୍ରକୃତ ବ୍ୟବସାୟରେ ସବୁବେଳେ ଗ୍ରାହକକୈନ୍ଦ୍ରିକ ସେବା ସହ ଲୋକସମ୍ପର୍କକୁ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ସେହିପରି ବ୍ୟବସାୟରେ ସାଧୁତା ଓ ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇଦେବା ଦରକାର। ଏଭଳି କିଛି ଦିଗକୁ ଆଖି ଆଗରେ ରଖି ଯୁବ ବ୍ୟବସାୟୀମାନେ ବିଜ୍‌ନେସ୍‌ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁ…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri