ଶେଷ ହେଲା ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଶାର ସୁନାମଧନ୍ୟ ବ୍ୟବସାୟୀଙ୍କ ସମେତ ଅତିଥିବୃନ୍ଦ ଏବଂ ପ୍ରାୟୋଜିତ କମ୍ପାନୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ‘ମେହେର’ର ଚେୟାରମ୍ୟାନ୍‌ ପଦ୍ମଶ୍ରୀ ଡ. ଚତୁଃର୍ଭୁଜ ମେହେର, ‘ନାରାୟଣୀ ମୋଟର୍ସ’ର ନିର୍ଦ୍ଦେଶକ ପୁରୁଷୋତ୍ତମ ବୁଦ୍ଧରାଜ, ‘ଅରୁନ୍ଧତୀ ହିରୋ’ର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର, ‘ରିଦ୍ଧିସିଦ୍ଧି’ର ନିର୍ଦ୍ଦେଶକ ଅମିତ ଅଗ୍ରଓ୍ବାଲ, ‘ପ୍ରିୟଦର୍ଶନୀ’ର ମ୍ୟାନେଜିଂ ପାଟର୍ନର ଲଲାଟେନ୍ଦୁ ମହାନ୍ତି, ‘ଗ୍ରୀନ ଚିଲିଜ୍‌’ର ପ୍ରତିଷ୍ଠାତା ଏମ୍‌ କେଶବ ରାଓ, ‘ଚାନ୍ଦି ଭଣ୍ଡାର’ର ନିର୍ଦ୍ଦେଶକ ଲିପ୍ସା ହନ୍ସଙ୍କ ସମେତ ମୋଟ ୩୯ଜଣ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହାଛଡ଼ା ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ଶହୀଦ ହେଉଥିବା ଓଡ଼ିଆ ଯବାନମାନଙ୍କ ଆତ୍ମୀୟସ୍ବଜନଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି। ଏହି ସହାୟତା ରାଶି...

୧୦ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୫ା୯(ବ୍ୟୁରୋ):ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟରେ ଏବେ ବି ନିଅଣ୍ଟିଆ ପରିସ୍ଥିତି ଲାଗିରହିଛି। ସମଗ୍ର ରାଜ୍ୟରେ ୨ ଦିନରେ ୧୫୬ମି.ମି....

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର): ସୋମବାର ୧୨ ଘଣ୍ଟିଆ କଳାହାଣ୍ଡି ଜିଲା ବନ୍ଦ ଡାକରା ଦିଆଯାଇଛି। ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲାର...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୫,୦୩୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମନ୍ବୟ ବୈଠକ

ପୁରୁଣା ଭୁବନେଶ୍ୱର, ୮ା୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଳନ ଆସନ୍ତା ୨୧ ତାରିଖରେ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା...

ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି...

ରାସ୍ତାକଡ଼ରେ ସନ୍ତାନ ପ୍ରସବ ଘଟଣା; ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା

କଟକ ଅଫିସ, ୭ା୧୧: ରାସ୍ତା କଡ଼ରେ ସନ୍ତାନ ପ୍ରସବ କରିଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏସ୍‌ସିବି ମେଡ଼ିକାଲ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି।...

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ: ଡରାଇଲାଣି ଖୋର୍ଦ୍ଧା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି।...

Advertisement
Archives

Model This Week