ଧରାପଡ଼ିଲେ ବଣ୍ଟି-ବବ୍‌ଲି ଯୋଡ଼ି:ସେଲିବ୍ରିଟିଙ୍କ ଫେକ୍‌ ଆଇଡିରେ ପ୍ରେମ ସମ୍ପର୍କ

ବାଲେଶ୍ୱର, ୧୫।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ସାଇବର ଥାନା ପୋଲିସ ହାତରେ ବଣ୍ଟି-ବବ୍‌ଲି ଯୋଡ଼ି ଓ ସେମାନଙ୍କ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ସେଲିବ୍ରିଟିଙ୍କ ଫେକ୍‌ ଆଇଡି ଦ୍ୱାରା ପ୍ରଥମେ ପ୍ରେମ ସମ୍ପର୍କ ଗଢୁଥିଲେ। ପରେ ବିଭିନ୍ନ ବାହାନା କରି ଲୁଟୁ ଥିଲେ ଟଙ୍କା। ଏପରି କି ଧରାପଡ଼ିଲେ ଜୀବନରୁ ମାରିଦେବାକୁ ଧମକ୍‌ ଦେଉଥିଲେ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ଚାନ୍ଦିପୁର ଥାନା ଅଞ୍ଚଳର ଜଣେ ଯୁବତୀ ଏହି ସାଇବର ଠକଙ୍କ ଶିକାର ହୋଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର ସାଇବର ଥାନା ପୋଲିସ ଏକ ମାମଲା (ନଂ. ୪୮/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଘଟଣାରୁ ପ୍ରକାଶ, ରିଲ୍ସ ଅଭିନେତା ଚିକୁ ଦାଶଙ୍କ ଫଟୋ ଲଗାଇ ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ବାଲେଶ୍ୱର ସହର ନୂଆବଜାର ଅଞ୍ଚଳର ଶପଥ ଦେ। ପରେ ଅଭିଯୋଗକାରିଣୀ ଯୁବତୀଙ୍କ ସହ ଫେସବୁକ୍‌ ମାଧ୍ୟମରେ ସମ୍ପର୍କ ବଢ଼ାଇବା ସହ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ କେତେବେଳେ ନିଜ ବାଇକ୍‌ ଖରାପ କହି ଟଙ୍କା ମାଗିଲେ, ତ କେତେବେଳେ ବାପାଙ୍କୁ କ୍ୟାନ୍‌ସର ହୋଇଥିବା କହି ଟଙ୍କା ମାଗିଥିଲେ। ଏହିଭଳି ମୋଟ୍‌ ୨ଲକ୍ଷ ୫୭ହଜାର ୮୯୯ ଟଙ୍କା ଲୁଟିଥିବା ଏତଲାରେ ଦର୍ଶାଯାଇଛି। ଯୁବତୀଜଣକ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଶପଥ ଦେ, ଭାଇ ରଜତ ଦେ ଓ ରଜତଙ୍କ ଶଳା ମନୋଜ ମହାନ୍ତିଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବା ପରେ ସେ ସେମାନଙ୍କୁ ଫୋନ୍‌ କରି ଟଙ୍କା ଫେରସ୍ତ ମାଗିଥିଲେ। ସମସ୍ତେ ମିଶି ଯୁବତୀଙ୍କୁ ହତ୍ୟା ଧମକ ଦେବା ସହ ବ୍ଲାକମେଲ୍‌ କରିଥିଲେ। ମୋବାଇଲ ଟ୍ରାକିଂ କରାଯାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ତିନୋଟି ଟିମ୍‌ ସହରର ଏକ ହୋଟେଲରେ ଚଢ଼ାଉ କରି ଶପଥ ଓ ତାଙ୍କ ବାନ୍ଧବୀ, ଭାଇ ରଜତ ଓ ତାଙ୍କ ଶଳାଙ୍କୁ ହେପାଜତକୁ ଆଣିଥିଲେ। ସେମାନଙ୍କୁ ଅଟକ ରଖାଯାଇ ଏକ ଗୁପ୍ତ ସ୍ଥାନରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।
ତେବେ ଶପଥ ଫେସବୁକ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଝିଅମାନଙ୍କ ସହ ପ୍ରେମ ସମ୍ପର୍କ ବଢ଼ାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବାନ୍ଧବୀ ମଧ୍ୟ ସମାନ ଭାବେ ପୁଅମାନଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍‌ କରୁଥିଲେ। ଏହାର ଶିକାର ହୋଇଥିବା ଅନେକ ଯୁବତୀଯୁବକ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?