ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା

ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫୯ ଜଣ ବାସିନ୍ଦା ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ କେତେଜଣ ଲାଟିନ ଆମେରିକୀୟ ଅଛନ୍ତି। ପାରାଗୁଏର ପ୍ରଥମ ମହିଳା ସିଲ୍‌ଭାନା ଲୋପେଜ୍‌ ମୋରେଆଙ୍କ ଭଉଣୀ, ଜ୍ୱାଇଁ, ୩ ପିଲା ଓ ଚାକରଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଠାବ କରିପାରି ନାହାନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପିହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୩୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ବେଳେ ବିଲ୍ଡିଂରେ କେତେଜଣ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। ମିଆମିର ଉତ୍ତରରେ ଅବସ୍ଥିତ ସର୍ଫସାଇଡ୍‌ରେ ଚାମ୍ପ୍ଲେନ୍‌ ଟାୱାର୍ସ ୧୯୮୦ରେ ନିର୍ମିତ ହୋଇଥିଲା। ସେଠାରେ ୧୩୦ ଫ୍ଲାଟ ରହିଥିଲା। ଏଥିରୁ ପ୍ରାୟ ଅଧା ୟୁନିଟ ପ୍ରଭାବିତ ହୋଇଛି। ହଠାତ୍‌ କୋଠା ଭୁଶୁଡ଼ିଯିବାରୁ ଖୁବ୍‌ ଜୋର୍‌ରେ ଶବ୍ଦ ଶୁଣିବାକୁ ମିଳିଲା। ଭୂକମ୍ପ ଭଳି ଅନୁଭବ ହେଲା। କୋଠା ଭାଙ୍ଗି ଧରାଶାୟୀ ହେବାବେଳକୁ ୯/୧୧ ଆତଙ୍କବାଦୀ ଆକ୍ରମଣରେ ନ୍ୟୁୟର୍କର ଟୁଇନ୍‌ ଟାୱାର୍ସ ଧସିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯେଭଳି ଭାବେ କୋଠାଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ତାକୁ ଧ୍ୟାନରେ ରଖି ଅଘଟଣ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଫ୍ଲୋରିଡା ଗଭର୍ନର ରୋନ୍‌ ଡିସେଣ୍ଟିସ୍‌ ଚେତାଇ ଦେଇଛନ୍ତି।

ଭଗ୍ନାବଶେଷ ତଳୁ ୩୫ ଉଦ୍ଧାର
ମୁମ୍ବାଇର ଫୋର୍ଟ ଏରିଆସ୍ଥିତ ଏକ କୋଠାର ଅଂଶ ଶୁକ୍ରବାର ସକାଳେ ଭୁଶୁଡ଼ିପଡ଼ିଛି। ବାଜୁ କୋଟାକ୍‌ ମାର୍ଗରେ ଥିବା ୫ ମହଲା ବିଶିଷ୍ଟ ଏହି ପୁରୁଣା ବିଲ୍ଡିଂର ତୃତୀୟ ଫ୍ଲୋରରେ ମହାରାଷ୍ଟ୍ର ହାଉସିଂ ଡେଭେଲପ୍‌ମେଣ୍ଟ ଅଥରିଟି (ଏମ୍‌ଏଚ୍‌ଏଡିଏ) ପକ୍ଷରୁ ରିପେୟାରିଂ କାମ ଚାଲିଥିବାବେଳେ ଏହାର ଛାତ ଧସିପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍‌ ପହଞ୍ଚତ୍ ଭଗ୍ନାବଶେଷ ତଳୁ ୩୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ପ୍ଲାଣ୍ଟ କବ୍‌ଜା କଲା ରୁଷିଆ

କ୍ୱିଭ୍‌,୪।୩: ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ଜାପୋରିଜିଆ ପରମାଣୁ ପାଓ୍ବାର ପ୍ଲାଣ୍ଟକୁ କବ୍ଜା କରି ନେଇଛି। ଏହାପୂର୍ବରୁ ରୁଷିଆ ସେନା ଏହାକୁ ବୋମାମାଡ଼ କରିଥିଲା, ଏହା ପରେ...

‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’

ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ...

ହସ୍ପିଟାଲକୁ ଆତଙ୍କବାଦୀଙ୍କ ଟାର୍ଗେଟ: ୧୬ ନିହତ

କାବୁଲ,୧୪ା୫: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ...

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦...

କିମ୍‌ଙ୍କ କ୍ରୁରତା ମାନବିକତା ଲଂଘିଲା: ଜେନେରାଲଙ୍କୁ ପିରାନ୍ନା ମାଛ ଟ୍ୟାଙ୍କ୍‌ରେ ପିଙ୍ଗିଲେ

ପୋୟଙ୍ଗ୍‌ୟାଙ୍ଗ୍‌,୧୨।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ କ୍ରୁରତା ମାନବିକତା ଲଂଘିଛି। ସେ ତାଙ୍କ ଜେନେରାଲଙ୍କୁ ମଣିଷକୁ ମାରି ଖାଉଥିବା ପିରାନ୍ନା ମାଛ...

ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ...

ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା...

କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି ଭାରତୀୟ ଟିକା: ମୋଦି

ବର୍ଲିନ,୨୬।୬: ୪୮ତମ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତରେ ଯାଇଛନ୍ତି। ମୁନିକରେ ପହଞ୍ଚି ସେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ...

Advertisement
Archives

Model This Week