୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଗୁରୁବାର ବିଏସଏନଏଲ ଏକ୍ସଚେଞ୍ଜ ସମ୍ମୁଖରେ କିଛି ସମୟ ଉତ୍ତେଜନା ଦେଖାଯାଇଥିଲା। ଦୀର୍ଘ ଦିନ ହେଲା ଏହି ସେବାରୁ ବଞ୍ଚିତ ଉପଭୋକ୍ତାମାନେ ପ୍ରତିମାସରେ ଭାଉଚର ପକାଇ କ୍ଷତି ସହୁଛନ୍ତି ବୋଲି ରମାକାନ୍ତ ଦେହୁରୀ, ଅମରେନ୍ଦ୍ର ପ୍ରଧାନ ସିମନ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।

ମୋବାଇଲ ଓ ଇଣ୍ଟରନେଟ ସେବା ଅଚଳଯୋଗୁଁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନଲାଇନ କାର୍ଯ୍ୟ ସମେତ ଲୋକଙ୍କ ଯୋଗାଯୋଗ ଅନ୍ୟଙ୍କ ସହ ବିଛିନ୍ନ ହୋଇପଡିଛି। ଏମିତିକି ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅନଲାଇନ ହେଉଥିବାରୁ ଲୋକଙ୍କ ଓଟିପି ଆସୁ ନ ଥିବାରୁ ଟଙ୍କା ନେଣ ଦେଣ ହେଉକି ଆଧାର ଅପଡେଟ ହେଉ ଗର୍ଭବତୀଙ୍କ ଅନଲାଇନ ଡାଟା ଅପଲୋଡ଼ ବେଳେ ହଇରାଣ ହେଉଛନ୍ତି। ଗତ ୨୦୦୮ ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକା ସମୟ ଅଚଳ ହୋଇପଡୁଛି ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ଜଣାଇବାକୁ ଉପଭୋକ୍ତା ଫୋନ କଲେ କେହି ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି। ବାଲିଗୁଡା ରେ ବିଏସଏନଏଲ ର ଉପଖଣ୍ଡ କାର୍ଯ୍ୟାଳୟ ଓ ଫୁଲବାଣୀ ରେ ଜିଲ୍ଲା କାର୍ଯ୍ୟାଳୟ ରହିଛି କର୍ମଚାରି ଅଭାବ ଯୋଗୁଁ ଲୋକଙ୍କୁ ସେବା ଯୋଗାଇବାରେ ବିଭାଗ ଫେଲ ବୋଲି ଅଭିଯୋଗ ହେଉଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ ବୃନ୍ଦାବନ ମାଝୀ ଙ୍କ ସହ ଯୋଗାଯୋଗ କରାଯିବାରୁ ଶୁକ୍ରବାର ସକାଳ ସୁଦ୍ଧା ଏହି ସେବା ଯୋଗାଇଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri