ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବଞ୍ଚୋ/ହାଟଡିହୀ/ଛେନାପଦୀ,୨୭ା୬(ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏବଂ ଆନନ୍ଦପୁର ଏସ୍‌ଡିପିଓ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଶନିବାର ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗିରଫ ବ୍ୟକ୍ତିମାନେ ନନ୍ଦିପଦା ଥାନା ହାଟଡିହୀ ଗ୍ରାମର ଭାଗିରଥୀ ପଣ୍ଡା (୩୦ ବର୍ଷ), ଜଳକଳଙ୍ଗ ଗ୍ରାମର ଜଗନ୍ନାଥ ମଲ୍ଲିକ (୨୭ ବର୍ଷ), ଆନନ୍ଦପୁର ଥାନା ଫକୀରପୁର ଗ୍ରାମର ଜ୍ୟୋତି ରଞ୍ଜନ ଜେନା ଓରଫ ଦୀପ୍ତି ରଞ୍ଜନ (୨୭ ବର୍ଷ) ଏବଂ ବାଲେଶ୍ୱର ଜିଲା ଖଇରା ଥାନା କୁପାରୀ ଗ୍ରାମର ମିନତୀଲତା ମୁଖୀ (୬୧ ବର୍ଷ) ଅଟନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ କେସ୍‌ ନଂ ୨୭୪/୨୦୨୬ ପଞ୍ଜୀକରଣ କରିଛି। ବ୍ରାଉନସୁଗାର କେଉଁଠୁ ଏଠାକୁ ଆସୁଛି ଏବଂ ଆଉ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଚାଲିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି।

ସେମାନଙ୍କଠାରୁ ଗୋଟେ ବାଇକ୍‌, ଗୋଟେ ମୋବାଇଲ ଏବଂ ୧ ହଜାର ୧୫୦ ଟଙ୍କା ଜବତ କରାଯାଇଛି। ନିନିଲତାର ଜ୍ୱାଇଁ ଜଳକଳଙ୍ଗ ଗ୍ରାମର ରାଜୁ ମୁଖୀ ଏବଂ ତାଙ୍କ ସମର୍ଥକ ଅଭିଯୁକ୍ତଙ୍କୁ ଖସାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିବା କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri