ବଜାରରେ ବୁଲିଲା ଗୋଠଛଡ଼ା ଦନ୍ତା

ତେଲକୋଇ,୧।୩(ଡି.ଏନ.ଏ): କେନ୍ଦୁଝର ଜିଲା ତେଲକୋଇ ବଜାର ଅଞ୍ଚଳରେ ମଙ୍ଗଳବାର ଏକ ଗୋଠଛଡ଼ା ଦନ୍ତା ବୁଲୁଥିବା ଦେଖିବାକୁ ମିଳିଥିଲା। ବଜାର ପାର୍ଶ୍ୱରେ ଥିବା କ୍ଷେତରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛି। ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗୋଠଛଡ଼ା ଦନ୍ତା ସକାଳେ ତଳସାହିରେ ପଶି ୨୦ ଏକର ଜମିରେ ହୋଇଥିବା ତରଭୁଜ ଖାଇବା ସହ ନଷ୍ଟ କରିଦେଇଥିଲା। ଗ୍ରାମର ଜଣଙ୍କ ଘର କାନ୍ଥ ଭାଙ୍ଗିବା ସହ ଆମ୍ବ ଗଛ ଉପାଡ଼ି ଦେଇଥିଲା। ହାତୀ ଖୁଣ୍ଟାପଡ଼ା, କନ୍ତଲେଇ, ଦୁଲଭପୁର, କୁଲାଡେରା ଓ ଦୋବଲାପାଳ ଗ୍ରାମରେ ଚାଷୀଙ୍କ ବ୍ୟାପକ ଫସଲ କ୍ଷତି କରିଛି। ଏନେଇ କ୍ଷତିଗ୍ରସ୍ତ ଜିତେନ୍ଦ୍ର ପ୍ରଧାନ, ସତ୍ୟ ନାରାୟଣ ସାହୁ, ବିନୋଦ ପ୍ରଧାନ, ଶିବ ଶଙ୍କର ପ୍ରଧାନ, ଋଷିକେଶ ସାହୁ, କାଳିଆ ସାହୁ ପ୍ରମୁଖ ଚାଷୀମାନେ ବନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀ ଏସ୍‌ଏମ ରାଓ କହିଛନ୍ତି, ଖବର ପାଇ ତୁରନ୍ତ ଏକ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଛି। ହାତୀ ଏବେ ଦୋବଲାପାଳ ଗ୍ରାମରେ ରହିଛି। କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା

ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି,...

୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ମାଲିକଙ୍କ ସମେତ ୩ ଜଣଙ୍କୁ ଜେରା

କୁଆଁରମୁଣ୍ଡା, ୩।୪(ଡି.ଏନ୍‌.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍‌ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍‌ଟେକ୍‌ ନାମକ ଇନ୍‌ଗଟ୍‌ କାରଖାନା...

ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ

ଦିଗପହଣ୍ଡି,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ...

ନିଶାସକ୍ତ ଅବସ୍ଥାରେ ରକ୍ତଭଣ୍ଡାର କର୍ମଚାରୀ

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡାରରେ ଜଣେ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହୋଇଥିଲା। କର୍ମଚାରୀ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୦।୧୦: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗୁରୁବାର ଜଣେ ମହିଳା ଭାସି ଯାଇଥିଲେ। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍‌ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି।...

ରାଜ୍ୟ କ୍ୟାବିନେଟ ବୈଠକ: କନ୍ଧମାଳକୁ ୨ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା,୧୦।୨(ଡି.ଏନ୍‌.ଏ.): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା...

ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭଦ୍ରକ ଅଫିସ, ୧୫।୫: ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶନିବାର...

ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨)...

Advertisement
Archives

Model This Week