ବ୍ରିଟିଶ ଚ୍ୟାନେଲରେ ଗୁଜୁରାଟ ଦଙ୍ଗାର ପ୍ରଚାର ପ୍ରସାରକୁ ବ୍ରିଟିଶ ସାଂସଦଙ୍କ ନିନ୍ଦା :ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅପମାନ…

ଲଣ୍ଡନ,୧୯।୧ : ଗୁଜୁରାଟ ଦଙ୍ଗା ଉପରେ ବ୍ରିଟିଶ ଚ୍ୟାନେଲର ପ୍ରଚାର ପ୍ରସାର ଉପରେ ବ୍ରିଟିଶ ସାଂସଦ କ୍ରୋଧିତ ହୋଇ କହିଛନ୍ତି ଯେ ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅପମାନ।

ବ୍ରିଟେନର ହାଉସ ଅଫ ଲର୍ଡସର ସଦସ୍ୟ ଲର୍ଡ ରାମି ରେଞ୍ଜର ତାଙ୍କ ଟୁଇଟରେ ବିବିସିକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ବିବିସି ଏହାର ନୂଆ ସିରିଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରାମି ରେଞ୍ଜର ବିସିସିକୁ ପକ୍ଷପାତିତ ରିପୋର୍ଟ କରିଥିବା ଅଭିଯୋଗ କରିଛନ୍ତିି। ନ୍‌ଭାରତର କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ସେ ବିସିସିକୁ ସମାଲୋଚନା କରିଥିଲେ।

ଲର୍ଡ ରାମି ରେଞ୍ଜର ତାଙ୍କ ଟୁଇଟରେ ଲେଖିଛନ୍ତି ଯେ “ବିବିସି ନ୍ୟୁଜ, ଆପଣ ଭାରତର କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି ଏବଂ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ, ଭାରତୀୟ ପୋଲିସ ଏବଂ ଭାରତୀୟ ନ୍ୟାୟପାଳିକାକୁ ମଧ୍ୟ ଅପମାନିତ କରିଛନ୍ତି। ଆମେ ଦଙ୍ଗା ଏବଂ ଲୋକଙ୍କ ମୃତ୍ୟୁକୁ ନିନ୍ଦା କରୁ। ଆମେ ମଧ୍ୟ ତୁମର ପକ୍ଷପାତିତ ରିପୋର୍ଟକୁ ମଧ୍ୟ ନିନ୍ଦା କରୁଛୁ। ”

ସୂଚନାଯୋଗ୍ୟ,ବ୍ରିଟିଶ ବ୍ରଡକାଷ୍ଟର ବିବିସି ଇଣ୍ଡିଆ: ଦ ମୋଦି କୋଶ୍ଚିନ ନାମକ ଦୁଇଟି ଭାଗରେ ଏକ ନୂତନ ସିରିଜ ସୃଷ୍ଟି କରିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ମୁସଲମାନମାନଙ୍କ ମଧ୍ୟରେ ତିକ୍ତତା ନେଇ ଚର୍ଚ୍ଚା ଚାଲିଛି। ଏହା ସହିତ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଏବଂ ଦଙ୍ଗାରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ନେଇ ଗମ୍ଭୀର ଅଭିଯୋଗ ମଧ୍ୟ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶର ମୁସଲମାନ ଜନସଂଖ୍ୟା ପ୍ରତି ମୋଦି ସରକାରଙ୍କ ମନୋଭାବ, ବିବାଦୀୟ ନୀତି, କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଏବଂ ନାଗରିକତ୍ୱ ଆଇନକୁ ବନ୍ଦ କରିବାର ନିଷ୍ପତ୍ତି ସମ୍ପର୍କରେ ବିସିସିଆଇ ସିରିଜରେ ମଧ୍ୟ ପ୍ରଶ୍ନ ଉଠିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଦେଶର ମୁସଲମାନମାନଙ୍କ ଉପରେ ହିନ୍ଦୁମାନେ ଆକ୍ରମଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri