Posted inଫୁରସତ

ରାଣୀ ଏଲିଜାବେଥ୍‌ ବିଶ୍ୱର ସର୍ବ ପୁରାତନ ଶାସକ

ବ୍ରିଟେନ ଏବଂ କମନଓ୍ବେଲଥ ଇତିହାସରେ ଏଲିଜାବେଥ ଦ୍ୱିତୀୟ ତଥା ଦୀର୍ଘତମ ଶାସନ କରୁଥିବା ରାଣୀ ଅଟନ୍ତି। ୯୬ ବର୍ଷର ଏଲିଜାବେଥ ମଧ୍ୟ ଦୁନିଆର ସର୍ବ ପୁରାତନ ଶାସକ। ତାଙ୍କ ପୂର୍ବରୁ ଏହି ରେକର୍ଡ ରାଣୀ ଭିକ୍ଟୋରିଆଙ୍କ ନାମରେ ଥିଲା, ଯିଏ କି ୧୮୩୭ରୁ ୧୯୦୧ ପର୍ଯ୍ୟନ୍ତ ପ୍ରାୟ ୬୪ ବର୍ଷ ଶାସନ କରିଥିଲେ।

ଏଲିଜାବେଥଙ୍କ ପିତା ରାଜା ଜର୍ଜ ଭିଙ୍କ ମୃତ୍ୟୁ ପରେ ୧୯୫୨ରେ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ସିଂହାସନ ଗ୍ରହଣ କରିଥିଲେ। ୨ଜୁନ ୧୯୫୩ରେ ଓ୍ବେଷ୍ଟମିନିଷ୍ଟର୍‌ ଆବେରେ ତାଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୨ରୁ ୫ ଜୁନ ପର୍ଯ୍ୟନ୍ତ ବ୍ରିଟେନରେ ପ୍ଲାଟିନମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। ଜୁନ୍‌ ୧ ରେ, ଏଲିଜାବେଥଙ୍କ ଶାସନର ୭୦ ବର୍ଷ ପୂର୍ଣ୍ଣ ହେଲା। ତାଙ୍କର ସରକାରୀ ଜନ୍ମଦିନ ୨ ଜୁନ୍‌ରେ ହୋଇଥିଲା । ତାଙ୍କୁ ୯୬ ବର୍ଷ ବୟସ ହୋଇଛି।

ରାଣୀ ଏଲିଜାବେଥଙ୍କ ଉତ୍ତରାଧିକାରୀ ହେଉଛନ୍ତି ତାଙ୍କର ବଡ଼ ପୁଅ ପ୍ରିନ୍ସ ଚାଲର୍‌ସ। ତେବେ ଯେପର୍ଯ୍ୟନ୍ତ ରାଣୀ ଏଲିଜାବେଥ ଜୀବିତ ଅଛନ୍ତି, ଚାଲର୍‌ସ ସିଂହାସନ ଗ୍ରହଣ କରିବାର ସମ୍ଭାବନା ନାହିଁ। ଚାଲର୍‌ସଙ୍କୁ ୭୩ ବର୍ଷ ବୟସ। ସମୟ ଅନୁଯାୟୀ, ଏଲିଜାବେଥ ସିଂହାସନ ଗ୍ରହଣ କରିବାର ୩ ବର୍ଷ ପୂର୍ବରୁ ଚାଲର୍‌ସ ଜନ୍ମ ହୋଇଥିଲେ।

ରାଣୀ ଏଲିଜାବେଥ ତାଙ୍କ ଶାସନ କାଳରେ ୧୪ଜଣ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି। ଆମେରିକାର ୧୩ ଜଣ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଦୁନିଆର ଦୀର୍ଘତମ ଶାସକ ରାଜାଙ୍କ ଆଖ୍ୟା କିଙ୍ଗ ଲୁଇସ ୧୪ତମ ନାମରେ ନାମିତ। ଏକ ରିପୋର୍ଟ ଅନୁଯାୟୀ, ସେ ପ୍ରାୟ ୭୨ ବର୍ଷ ଶାସନ କରିଥିଲେ। ୧୬୪୩ରେ ଯେତେବେଳେ ତାଙ୍କୁ ସିଂହାସନରେ ରଖାଗଲା, ସେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ସେ ୧୭୧୫ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହି ସମୟରେ ସେ ତିନୋଟି ଯୁଦ୍ଧ କରିଥିଲେ।

ରାଣୀ ଏଲିଜାବେଥ୍‌ ଦୀର୍ଘତମ ରାଜତ୍ୱରେ ଥାଇଲାଣ୍ଡର ରାଜା ଭୁମିବୋଲ ଆଡୁଲାଇଡେଜଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ରାଜା ଭୁମିବୋଲ ଥାଇଲାଣ୍ଡକୁ ୭୦ ବର୍ଷ। ୧୨୬ ଦିନ ଶାସନ କରିଥିଲେ। ସେ ୧୯୪୬ ରେ ସିଂହାସନ ଗ୍ରହଣ କରିଥିଲେ ଏବଂ ୨୦୧୬ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରାଜା ରହିଥିଲେ। ୧୪ ଅକ୍ଟୋବର ୨୦୧୬ରେ ତାଙ୍କର ଦେହାନ୍ତ ହୋଇଥିଲା। ତା’ପରେ ରାଜା ଭୁମିବୋଲଙ୍କ ବୟସ ୮୮ବର୍ଷ ହୋଇଥିଲା।

ଦୁନିଆର ଦୀର୍ଘତମ ଶାସକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଫ୍ରାନ୍ସ ଜୋସେଫ। ସେ ଅଷ୍ଟ୍ରିଆର ରାଜା ଥିଲେ। ସେ ୧୮୪୮ରୁ ୧୯୧୬ ପର୍ଯ୍ୟନ୍ତ ପ୍ରାୟ ୬୮ବର୍ଷ ଶାସନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧର ମଧ୍ୟଭାଗରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଶାସନ କାଳରେ ଅଷ୍ଟ୍ରିଆ ଏବଂ ହଙ୍ଗେରୀ ଗୋଟିଏ ସାମ୍ରାଜ୍ୟର ଅଂଶ ହୋଇଗଲେ। ଫ୍ରାନ୍ସ ଜୋସେଫ୍‌ ଅଷ୍ଟ୍ରିଆର ସମ୍ରାଟ ଏବଂ ହଙ୍ଗେରୀର ରାଜା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?